ଶ୍ରୀକ୍ଷେତ୍ରକୁ ଶ୍ରୀହରା କରିଗଲା ଫୋନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 4, 2019

ଶ୍ରୀକ୍ଷେତ୍ରକୁ ଶ୍ରୀହରା କରିଗଲା ଫୋନି

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ର ପୁରୀକୁ ଛାରଖାର କରି ଦେଇଛି ରାକ୍ଷସରୂପୀ ଝଡ଼ବାତ୍ୟା ଫୋନି। ଲ୍ୟାଣ୍ଡଫଲ କରିବା ପରେ ଭୀଷଣରୁ ଅତି ଭୀଷଣ ରୂପ ନେଇ ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ଧରି ରଚିଥିଲା ତାଣ୍ଡବ। ଅତି ପରିଚିତ ବଡ଼ଦାଣ୍ଡ ହେଉ କି ସମୁଦ୍ରକୂଳ, ସବୁଠି ଛାଡ଼ିଯାଇଛି ସେ ପ୍ରଳୟର ପଦଚିହ୍ନ । ଜିଲ୍ଲାର ଅନ୍ୟ ସ୍ଥାନମାନଙ୍କରୁ ବି ଆସୁଛି ବିପର୍ଯ୍ୟୟର କରୁଣ ଚିତ୍ର ।
ଶ୍ରୀକ୍ଷେତ୍ରରେ ସିଭିୟର ସାଇକ୍ଲୋନ ଫୋନି ଘଟାଇଛି ଅବର୍ଣ୍ଣନୀୟ କ୍ଷୟକ୍ଷତି। ଯାହା ଦେଖିଲେ ହୃଦୟ ସହୁନି। ଅଜଣା ଅଚିହ୍ନା ଭଳି ଲାଗୁଛି ଅତି ପରିଚିତ ବଡ଼ଦାଣ୍ଡ । ଛିନ୍ଛତ୍ର ହୋଇଯାଇଛି ପୁରୀ ସହର। ମରୁଭୂମି ସମ ଅନୁଭବ ହେଉଛି ସମ୍ପୁର୍ଣ୍ଣ ବେଳାଭୂମି ।

ବିପର୍ଯ୍ୟୟକୁ ସାଙ୍ଗରେ ନେଇ ଆସିଥିବା ଅଣଚାଷ ପବନ ଓ ଅବିଶ୍ରାନ୍ତ ବର୍ଷା, ସଂସ୍କୃତିର ସହରକୁ ଧ୍ୱସଂସ୍ତୁପରେ ପରିଣତ କରିବାକୁ ପଣ କରିଥିଲେ ଶୁକ୍ରବାର ସକାଳେ। ପ୍ରାୟ ୮ଟାବେଳକୁ ପୁରୀରେ ଆରମ୍ଭ ହୋଇଥିଲା ବାତ୍ୟାର ମହାପ୍ରଳୟ। ଅଶାନ୍ତ ସମୁଦ୍ର ଭିତରୁ ବାହାରି ସ୍ଥଳଭାଗ ଛୁଇଁବା ପରେ ଅଧିକ ଉଗ୍ର ହୋଇ ପଡିଥିଲା ଝଡ଼ ଫୋନି।
ପ୍ରାୟ ୨ଶହ କିଲୋମିଟରରୁ ଅଧିକ ବେଗରେ ପବନ ସାଙ୍ଗକୁ ଭୀଷଣରୁ ଅତି ଭୀଷଣ ରୂପ ନେଇ ତାଣ୍ଡବଲୀଳା ଜାରି ରଖିଥିଲା ରାକ୍ଷସରୂପୀ ଝଡ଼। ବଡ଼ ବଡ଼ ଗଛ, ବିଦ୍ୟୁତ୍ ଖୁଣ୍ଟ, ମୋବାଇଲ୍ ଟାୱାର ଓ ହୋର୍ଡିଂ ସବୁକୁ ଦଳି ମକଚି ଦେଇଥିଲା । ବେଳାଭୂମି ରାସ୍ତା ପାର ହୋଇ ସ୍ୱର୍ଗଦ୍ୱାର ଆଡକୁ ଅଶାନ୍ତ ସମୁଦ୍ର ମାଡ଼ି ଆସିଥିବାର ଖବର ବି ଆସିଥିଲା।
ଦୀର୍ଘ ୪ଘଣ୍ଟାରୁ ଅଧିକ ସମୟ ଧରି ପ୍ରଳୟ ରଚାଇ ଝଡ଼ବାତ୍ୟା ପୁରୀ ଛାଡ଼ିବା ପରେ କୋଳାହଳମୟ ସହରରେ ନଜରକୁ ଆସିଥିଲା ଗୋଟିଏ ପରେ ଗୋଟିଏ ଏମିତି ଅବିଶ୍ୱାସନୀୟ ଦୃଶ୍ୟ, ଛାରଖାର ହୋଇଯାଇଥିଲା ପର୍ଯ୍ୟଟନର କ୍ଷେତ୍ର।
ପୁରୀ ସହର ଭଳି ସାରା ଜିଲ୍ଲାରେ ବି ବିପର୍ଯ୍ୟୟର ଅଭୁଲା କ୍ଷତଚିହ୍ନ ଛାଡ଼ିଯାଇଛି ଝଡବାତ୍ୟା ଫୋନି। ବ୍ରହ୍ମଗିରି, ସାତପଡ଼ା, କୃଷ୍ଣପ୍ରସାଦ, କୋଣାର୍କ, ନିମାପଡ଼ା,ଗୋପ ଓ ସତ୍ୟବାଦୀ ସମେତ ସମୁଦ୍ରକୂଳିଆ ଅଞ୍ଚଳରେ ତାଣ୍ଡବ ରଚିଛି ଫୋନି । ଛିନ୍ଛତ୍ର ହୋଇଯାଇଛି ପୁରୀ-କୋଣାର୍କ ମରିନ୍ ଡ୍ରାଇଭ୍। ସ୍ଥିତି ସ୍ୱାଭାବିକ କରିବାକୁ ଓଡ୍ରାଫ, ଅଗ୍ନିଶମ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ।



from Odisha Reporter http://bit.ly/2Y5EI6r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages