ରିଲିଜ୍‌ ହେଲା ପାରିବାରିକ ରୋମାଣ୍ଟିକ୍‌ କମେଡ଼ି ଫିଲ୍ମ ‘ଦେ ଦେ ପ୍ୟାର୍‌ ଦେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ରିଲିଜ୍‌ ହେଲା ପାରିବାରିକ ରୋମାଣ୍ଟିକ୍‌ କମେଡ଼ି ଫିଲ୍ମ ‘ଦେ ଦେ ପ୍ୟାର୍‌ ଦେ’

ମୁମ୍ବାଇ: ବଲିଉଡ୍‌ର ସିଂହମ୍ ଅଜୟ ଦେବ୍‌ଗନ୍‌, ତବୁ ଏବଂ ରକୁଲ୍‌ ପ୍ରୀତ୍‌ ସିଂଙ୍କ ଅଭିନୀତ ଫିଲ୍ମ ‘ଦେ ଦେ ପ୍ୟାର୍‌ ଦେ’ ଆଜି ସିନେମା ହଲ୍‌ରେ ରିଲିଜ୍‌ ହୋଇ ସାରିଛି। ଏହା ଏକ ପାରିବାରିକ ରୋମାଣ୍ଟିକ୍‌ କମେଡ଼ି ଫିଲ୍ମ। ଅକିବ୍‌ ଅଲ୍ଲୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ଜଣେ ବ୍ୟକ୍ତି ନିଜଠୁ ଅଧା ବୟସର ଝିଅକୁ ଭଲ ପାଉଛନ୍ତି।
ଏହି ଫିଲ୍ମର ଟ୍ରେଲର୍‌କୁ ଭଲ ରେସ୍‌ପଣ୍ଡ ମିଳିଛି। ଅଜୟ ଏଥିରେ ୫୦ ବର୍ଷୀୟ ଜଣେ ଚରିତ୍ର ଭାବେ ଅଭିନୟ କରୁଛନ୍ତି। ସେହିପରି ପ୍ରୀତି ୨୬ ବର୍ଷିୟ ଜଣେ ଝିଅ ଭୂମିକାରେ ଅଭିନୟ କରୁଛନ୍ତି।

ଫିଲ୍ମରେ ଆଶିଷ ଭୂମିକାରେ ଅଭିନୟ କରୁଥିବା ଅଜୟଙ୍କ ସହ ଆୟେଶା ଭୂମିକାରେ ଅଭିନୟ କରୁଥିବା ପ୍ରୀତିଙ୍କ ଦେଖା ହୋଇଯାଏ। ଏହା ପରେ ଦୁହିଁଙ୍କ ଭିତରେ ବନ୍ଧୁତା ହୋଇଯାଏ। ପରେ ଏହା ରିଲେସନ୍‌ସିପ୍‌ରେ ବଦଳିଯାଏ।

ଏହି କାରଣରୁ ଆଶିଷଙ୍କୁ ସ୍ତ୍ରୀ ପିଲା ଏବଂ ପରିବାର ସହ ତାଳମେଳ ରଖିବା ବହୁତ କଷ୍ଟ ହୋଇପଡ଼େ। ତାଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡ଼େ।
ଏହାପରେ ଆୟେଶା ଆଶିଷଙ୍କୁ ବିବାହ କରିବାକୁ କୁହନ୍ତି। ଆଶିଷ ଆୟେସାଙ୍କୁ ବିବାହ କରିବା ପାଇଁ ତାଙ୍କୁ ତାଙ୍କ ଘରକୁ ନିଅନ୍ତି। ଆଉ ଏହା ପରେ କାହାଣୀରେ ଟ୍ୱିଷ୍ଟ ଆସେ।

ଏହା ପରେ କ’ଣ ଆୟେଶ ଏବଂ ଆଶିସ୍‌ଙ୍କ ବାହାଘର ହୋଇପାରିବ ଦୁହିଁଙ୍କ ଭିତରେ ବୟସଗତ ଅଧିକ ତାରତମ୍ୟ ଥିବାରୁ କ’ଣ ଆଶିଷଙ୍କ ପରିବାର ଏହି ସମ୍ପର୍କକୁ ସ୍ୱୀକାର କରିବେ। ଏହା ଜାଣିବା ପାଇଁ ଆପଣଙ୍କୁ ସିନେମା ହଲ୍‌ ଜିବାକୁ ପଡ଼ିବ।

ଏହାର ଗୀତ ଗୁଡ଼ିକ ଏତେ ଲୋକପ୍ରିୟ ହୋଇ ନଥିଲେ ମଧ୍ୟ ଫିଲ୍ମରେ ଡ୍ରାମା ଏବଂ କମେଡ଼ି ଭର୍‌ପୁର୍‌ ରହିଛି ଯାହା ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜନ ଯୋଗାଇବ।



from Odisha Reporter http://bit.ly/2Q8ae0U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages