କାନ୍‌ରେ କଙ୍ଗନାଙ୍କ ‘କିଲର୍‌’ ଲୁକ୍‌ : ୧୦ ଦିନରେ କମାଇଲେ ୫ କେଜି ଓଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

କାନ୍‌ରେ କଙ୍ଗନାଙ୍କ ‘କିଲର୍‌’ ଲୁକ୍‌ : ୧୦ ଦିନରେ କମାଇଲେ ୫ କେଜି ଓଜନ

ମୁମ୍ୱାଇ:  ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ ସବୁବେଳେ ନିଜ ଅଭିନୟ ଶୈଳୀ ଓ ଭିନ୍ନ ଧରଣର ଫିଲ୍ମ ଲାଗି ପରିଚିତ। ତାଙ୍କର ଲାଷ୍ଟ ଫିଲ୍ମ ‘ମଣିକର୍ଣ୍ଣିକା’ ବକ୍ସ ଅଫିସରେ ଧମାଲ କରିଥିଲା। ଦର୍ଶକଙ୍କୁ ଏହି ଫିଲ୍ମରେ ତାଙ୍କ ଅଭିନୟ ଖୁବ୍‌ ପସନ୍ଦ ଆସିଥିଲା। ଆଗାମୀ ଫିଲ୍ମ ‘ପଙ୍ଗା’ରେ ସେ ଜଣେ କବାଡି ଖେଳାଳି ଭାବେ ନଜର ଆସିବେ। ଏଥିଲାଗି ତାଙ୍କୁ ଓଜନ ବଢାଇବାକୁ ପଡିଛି।

ଫିଲ୍ମ ଶେଷ ପରେ  କାନ୍‌ ଫେଷ୍ଟିଭାଲରେ  ଯୋଗଦେବାକୁ ମାତ୍ର ୧୦ ଦିନ ସମୟ ପାଇଥିଲେ କଙ୍ଗନା।  ‘ପଙ୍ଗା’  ଫିଲ୍ମର ଶୁଟିଂ ଲାଗି ସେ ପ୍ରତିଦିନ ୧୦ରୁ ୧୧ ଘଣ୍ଟା  ସମୟ ଦେଉଥିଲେ।  ଏହା ମଧ୍ୟରେ କାନ୍‌ ରେଡ କାର୍ପେଟରେ ଓହ୍ଲାଇବା ଲାଗି  ଓଜନ କମାଇବାକୁ ତାଙ୍କୁ କହିଲେ ଡିଜାଇନର । କଙ୍ଗନା ବି ନଛୋଡ଼ବନ୍ଧା। ଯାହାବି ହେଉ ଶେଷରେ କଙ୍ଗନା ୧୦ ଦିନରେ ୫ କିଲୋ ଓଜନ କମାଇବାକୁ ସଫଳ ହେଲେ। ଆଉ କାନ୍‌ର ରେଡ କାର୍ପେଟରେ ଚାଲି ପ୍ରଶଂସା ବି ସାଉଣ୍ଟିଲେ।  କାଞ୍ଜିବରମ୍‌ ଶାଢି ପିନ୍ଧିଥିବା କଙ୍ଗନା ଟ୍ରାଡିସନାଲ ଲୁକ୍‌ରେ ବି ‘କିଲର୍‌’ ଲାଗୁଥିବା କହିଛନ୍ତି ତାଙ୍କ ଫ୍ୟାନ୍ସ।  ।

କଙ୍ଗନାଙ୍କ କହିବା ମୁତାବକ ଆଗାମୀ ଫିଲ୍ମ ‘ପଙ୍ଗା’ ଲାଗି ଡାଇରେକ୍ଟରଙ୍କ ନିର୍ଦ୍ଦେଶ ମୁତାବକ ନିଜ କ୍ୟାରେକ୍ଟରକୁ ଜୀବନ୍ତ କରିବାକୁ ସେ ଓଜନ ବଢାଇ ଦେଇଥିଲେ। କିନ୍ତୁ ଫିଲ୍ମ ଶୁଟିଂ ଶେଷ ହେବା ପରେ  ହାତରେ ସମୟ ନ ଥିବା ବେଳେ କାନ୍‌ ଫେଷ୍ଟିଭାଲ ପାଖେଇ ଆସୁଥିଲା। ସେଥିଲାଗି ସେ ଷ୍ଟ୍ରିକ୍ଟ ଡାଏଟ ପ୍ଲାନ, ୱାର୍କ ଆଉଟ,ଏକ୍ସରସାଇଜ କରି ଏପରି ଫିଗର ପାଇପାରିଥିବା କହିଛନ୍ତି ।

ଏହାପରେ ନିଜ ଡିଜାଇନରଙ୍କ କହିବା ମୁତାବକ ସେ ଓଜନ କମାଇବାକୁ ଜୋରସୋରରେ ଲାଗି ପଡ଼ିଲେ। ସେ ନିଜ ଫିଟନେସ ଟ୍ରେନର ଯୋଗେଇଙ୍କ ପୋଷ୍ଟକୁ ରିପୋଷ୍ଟ କରି ଲେଖିଛନ୍ତି ‘କାନ୍‌ରୁ କବାଡି ପର୍ଯ୍ୟନ୍ତ କ୍ୱିନ୍‌ ରକ୍‌ କରିବା ଲାଗି ପ୍ରସ୍ତୁତ ଅଛି’। କଙ୍ଗନାଙ୍କ ଏପରି ଉଦ୍ୟମ ଓ ଇଚ୍ଛାଶକ୍ତିକୁ ତାଙ୍କ ଫ୍ୟାନ୍ସ ଖୁବ୍‌ ପ୍ରଶଂସା କରିଛନ୍ତି।



from Odisha Reporter http://bit.ly/2w4kKNK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages