ଭୟରେ ଏଣେ ତେଣେ ବୁଲୁଛି ମାସୁଦ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ଭୟରେ ଏଣେ ତେଣେ ବୁଲୁଛି ମାସୁଦ୍‌

ଶ୍ରୀନଗର: ଦୁର୍ଦ୍ଦାନ୍ତ ଆତଙ୍କବାଦୀ ତଥା ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ୍‌ ଆଝାରର ଠିକଣା ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବଦଳାଉଛି ପାକିସ୍ତାନୀ ସେନା। ପୁଲ୍‌ୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନାର ବାଲାକୋଟ୍‌ ବଦ୍‌ଲା ପାକିସ୍ତାନ ଏବଂ ମାସୁଦ୍‌ର ଏକ ପ୍ରକାର ନିଦ ହଜାଇ ଦେଇଛି। ପ୍ରଥମେ ତାକୁ ରାୱଲପିଣ୍ଡିସ୍ଥିତି ଆର୍ମି ବେସ୍‌ ହସ୍ପିଟାଲରୁ ଭାୱଲପୁରର ଗୋଠ୍‌ ଗନ୍ନି ନିଆଯିବା ପରେ ବର୍ତ୍ତମାନ ଇସଲାମାବାଦ୍‌ଠାରୁ ୩୦୦ କିଲୋମିଟର ଦୂର ଗୁଜରାୱାଲା ଅଞ୍ଚଳର ଶେଖ୍‌ପୁରା ନିଆଯାଇଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଜାତିସଂଘ ସୁରକ୍ଷା ପରିଷଦର ‘ବିଶ୍ୱସ୍ତରୀୟ ଆତଙ୍କବାଦୀ’ ତାଲିକାରେ ସାମିଲ ହୋଇଥିବା ମାସୁଦ୍‌ର ଅତିରିକ୍ତ ସୁରକ୍ଷା ପାଇଁ ପାକିସ୍ତାନ ୧୦ ସ୍ପେଶାଲ ସର୍ଭିସ୍‌ ଗ୍ରୁପ୍‌ କମାଣ୍ଡୋ ନିୟୋଜିତ କରିଛି। ମାସୁଦ୍‌କୁ ବର୍ତ୍ତମାନ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ବେଶୀ ସମୟ ରଖାଯାଉନାହିଁ। ବିଶେଷ କରି ଗତ ଫେବୃଆରୀ ୧୪ ତାରିଖରେ ଜୈଶ ଘଟାଇଥିବା ଆତ୍ମଘାତୀ ଆକ୍ରମଣ ପରେ ଏହି ଭୟର ମାତ୍ରା ବଢ଼ିବାରେ ଲାଗିଛି।

ସବୁଠାରୁ ବଡ଼ କଥା ହେଉଛି ଗତ ସପ୍ତାହରେ ହିଁ ମାସୁଦ୍ ଆଠ୍‌ମୁକାମ୍‌ ନାମକ ଏକ ସ୍ଥାନକୁ ଯାଇଥିଲା ଏବଂ ସେଠାରେ ରହିଥିଲା। ଏହା ଜମ୍ମୁକଶ୍ମୀରର ନୀଲମ୍‌ ଉପତ୍ୟକାରେ ଆତଙ୍କୀ ସଂଗଠନମାନଙ୍କର ଏକ ଛୋଟ ସହର ଭାବେ କୁଖ୍ୟାତି ଲାଭ କରିଛି। ୪ ଦିନ ପୂର୍ବରୁ ସେ ଏହି ସ୍ଥାନରେ ଥିବା ଜଣାପଡ଼ିଛି। ଏହାପରେ ସେ ପିଓକେର ଜୁରା ସହରରେ ଅଛି, ଯାହାକି ଇସ୍‌ଲାମାବାଦ୍‌ଠାରୁ ୧୦୦ କିଲୋମିଟର ଦୂର।

ମିଳିଥିବା ସୂଚନା ଅନୁଯାୟୀ, ମାସୁଦ୍‌ ଆଠ୍‌ମୁକାମ୍‌ ଯିବା ଭାରତୀୟ ସୁରକ୍ଷା ସଂସ୍ଥା ପାଇଁ ଏକ ବଡ଼ ଘଟଣା। ବର୍ତ୍ତମାନ ଅସୁସ୍ଥ ଥିବା ମାସୁଦ୍‌ ନିୟମିତ ଚିକିତ୍ସା ଓ ବିଶ୍ରାମ ଆବଶ୍ୟକତା କରୁଥିବାବେଳେ ପାକିସ୍ତାନ ସେନା ସହ ବୈଠକ ପାଇଁ ଏହି ଗସ୍ତର ଗୁରୁତ୍ୱ ରହିଛି। ବର୍ତ୍ତମାନ ତା’ର ଭାଇ ରୌଫ୍‌ ଅଜଗର ଜୈଶ୍‌ର ଦାୟିତ୍ୱ ନେଇଥିବାବେଳେ ତାକୁ ନପଠାଇ ମାସୁଦ୍‌ ନିଜେ ବୈଠକକୁ ଯିବାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଏଥିରୁ ସ୍ପଷ୍ଟ ଯେ, ଚାଇନା ତା ବିରୋଧରେ ଆଗତ ପ୍ରସ୍ତାବରେ ଲଗାଇଥିବା ରୋକ୍‌ ଖୁବ୍‌ ଶୀଘ୍ର ଉଠାଇବା ନେଇ ମାସୁଦ୍‌ ଆଗୁଆ ନିଶ୍ଚିତ ହୋଇସାରିଥିଲା।

ଅନ୍ୟପକ୍ଷରେ ମାସୁଦ୍‌ ସମ୍ଭବତଃ ପାକିସ୍ତାନୀ ସେନା ସହ କଶ୍ମୀର ଉପତ୍ୟକାରେ ଅସ୍ଥିରତା ସୃଷ୍ଟିର ଯୋଜନା ବାବଦରେ ଆଲୋଚନା କରିବାକୁ ଯାଇଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ତା’ର କ୍ୟାଡର ଅନ୍ୟ ଏକ ଆତଙ୍କବାଦୀ ସଂଗଠନ ଅଲ ବାଦର୍‌ ସହ ମିଶି କଶ୍ମୀର ଉପତ୍ୟକାରେ ଅସ୍ଥିରତା ସୃଷ୍ଟି କରିବା ବାବଦରେ ସେ ଆଲୋଚନା କରିଥିବା ମଧ୍ୟ ସନ୍ଦେହ କରାଯାଉଛି।

ଏଲ୍‌ଓସି ନିକଟରେ ଆତଙ୍କବାଦୀ ସଂଗଠନଙ୍କ ଚଳପ୍ରଚଳ ବାବଦରେ ନଜର ରଖିଥିବା ଜଣେ ଅଧିକାରୀ କୁହନ୍ତି, ଏପ୍ରିଲ ମାସରେ ବରଫ ତରଳିବା ଆରମ୍ଭ କରିବା ପରେ ସାଧାରଣତଃ ଆତଙ୍କୀ କାର୍ଯ୍ୟକଳାପ ଆରମ୍ଭ ହୋଇଯାଏ। ବର୍ତ୍ତମାନ ଅଲ୍‌ ବାଦର୍‌ କଶ୍ମୀରକୁ ଏହାର ଆତଙ୍କୀମାନଙ୍କୁ ପଠାଇବାକୁ ଉତ୍ସୁକତାର ସହ ଅପେକ୍ଷା କରି ରହିଛି। କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ କୂଟନୀତିକ ଚାପ କାରଣରୁ ପାକିସ୍ତାନ ସେମାନଙ୍କୁ ସୁରକ୍ଷା ଦେବାକୁ ସାହସ କରିପାରୁନି। କଶ୍ମୀରରେ ଅନୁପ୍ରବେଶ କରି ଆତଙ୍କୀ କାର୍ଯ୍ୟକଳାପ ଆରମ୍ଭ କରିବା ଯୋଜନାରେ ଥିବା ଆତଙ୍କବାଦୀମାନଙ୍କ ପକ୍ଷରୁ ମାସୁଦ୍‌ ଏହି ବୈଠକରେ ଯୋଗଦେଇଥିବା ମଧ୍ୟ ଆଶଙ୍କ କରାଯାଉଛି।

ପୁଲ୍‌ୱାମା ଆକ୍ରମଣ ପରେ ଭାରତୀୟ ସୁରକ୍ଷା କର୍ମୀ ୨୫ ଜୈଶ୍‌ ଆତଙ୍କୀଙ୍କୁ ସଫା କରିସାରିଲେଣି ଏବଂ ବର୍ତ୍ତମାନ ଏହି ସଂଗଠନ ନୂଆ ନାଁ ଅଲ୍‌ ବାଦର୍‌ ନାଁରେ କଶ୍ମୀରରେ ଅସ୍ଥିରତା ସୃଷ୍ଟିକରିବାର ପ୍ରୟାସ ଆରମ୍ଭ କରିଛି।



from Odisha Reporter http://bit.ly/2GUAKXD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages