ବିଜେପିର ‘ଭୋଟବ୍ୟାଙ୍କରେ ଛିଦ୍ର’ ପ୍ରସଙ୍ଗ, ରାଜନୀତି ଜୋର ଧରିବା ପରେ ପଲଟିଲେ ପ୍ରିୟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ବିଜେପିର ‘ଭୋଟବ୍ୟାଙ୍କରେ ଛିଦ୍ର’ ପ୍ରସଙ୍ଗ, ରାଜନୀତି ଜୋର ଧରିବା ପରେ ପଲଟିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବିଜେପିକୁ ରୋକିବା ପାଇଁ କଂଗ୍ରେସ କିଛି ସ୍ଥାନରେ ଏମିତି ପ୍ରାର୍ଥୀ ଦେଇଛି ଯେଉଁମାନେ ବିଜେପିର ‘ଭୋଟ ବ୍ୟାଙ୍କ’ ଉପରେ ପ୍ରଭାବ ପକାଇ ପାରିବେ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭାଡ୍ରା ଏହି ମନ୍ତବ୍ୟ ଦେବା ପରେ ଉଭୟ କଂଗ୍ରେସ ଓ ବିଏସପି-ଏସପି-ଆରଏଲଡି ମହାମେଣ୍ଟ ମଧ୍ୟରେ ବିତର୍କ ଆରମ୍ଭ ହୋଇଛି। ତେବେ ପ୍ରିୟଙ୍କା ଗତକାଲି ଦେଇଥିବା ମନ୍ତବ୍ୟ ବଦଳାଇବା ସହ ଆଜି ୟୁଟର୍ଣ୍ଣ ନେଇଛନ୍ତି। କୌଣସି ସ୍ଥାନରେ ବିଜେପି ବିରୋଧରେ କଂଗ୍ରେସ ଦୁର୍ବଳ ପ୍ରାର୍ଥୀ ଦେଇ ନାହିଁ ବୋଲି ସଫେଇ ଦେଇଛନ୍ତି ପ୍ରିୟଙ୍କା।

ବିଜେପିର ‘ଭୋଟ ବ୍ୟାଙ୍କ କାଟିବା’ ନେଇ ପ୍ରିୟଙ୍କାଙ୍କ ମନ୍ତବ୍ୟରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ପ୍ରିୟଙ୍କାଙ୍କୁ ପରାମର୍ଶ ଦେବାକୁ ମନା କରିଛନ୍ତି। ବିଜେପି ଓ କଂଗ୍ରେସ ଏକାପରି ଶାସନ ଚଳାଇଛନ୍ତି। ଭାରତରେ ବେରୋଜଗାର ବୃଦ୍ଧି ପଛରେ ଦୁଇ ଦଳର ଭୁଲ ରଣନୀତି ଦାୟୀ ବୋଲି ଅଖିଳେଶ କହିଛନ୍ତି। ମୁଲାୟମ ସିଂହ ଯାଦବଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ବେଳେ ଉଭୟ କଂଗ୍ରେସ ବିଜେପି ଏକ ଥିଲେ ବୋଲି ଅଖିଳେଶ କହିଛନ୍ତି। କଂଗ୍ରେସକୁ ସମର୍ଥନ ଜଣାଇ ରାହୁଲ ଓ ସୋନିଆଙ୍କ ଲୋକସଭା ଆସନରେ ମହାମେଣ୍ଚ ପ୍ରାର୍ଥୀ ଦେଇ ନାହିଁ ବୋଲି ସେ କହିଛନ୍ତି। ଗତକାଲି ପ୍ରିୟଙ୍କା ରାଏବରେଲିରେ କହିଥିଲେ ମହାମେଣ୍ଟର ଭୋଟ ବ୍ୟାଙ୍କ କାଟିବା ପାଇଁ କଂଗ୍ରେସ ଚାହୁଁନାହିଁ। ହେଲେ ବିଜେପିର ଭୋଟ ବ୍ୟାଙ୍କ କାଟିବା ପାଇଁ କଂଗ୍ରେସ ଜାଣିଶୁଣି କେତେକ ଆସନରେ ଦୁର୍ବଳ ପ୍ରାର୍ଥୀ ଦେଇଛି।

ସେପଟେ ବିଏସପି ସୁପ୍ରିମୋ ମାୟାବତୀ ଭୋଟ ବ୍ୟାଙ୍କ’ ପ୍ରସଙ୍ଗରେ ପ୍ରତିକ୍ରିୟାରେ କହିଛନ୍ତି କଂଗ୍ରେସ ଓ ବିଜେପି ଗୋଟିଏ କନାରୁ ଦୁଇ ଭାଗ ହୋଇ ତିଆରି ହୋଇଛନ୍ତି। ଉଭୟ ଦଳ ମଧ୍ୟରେ ଭିତିରିଆ ସମ୍ପର୍କ ରହିଛି। ଏଥିସହ ଗତବର୍ଷ ରାହୁଲ ଗାନ୍ଧି ସଂସଦରେ ପ୍ରଧାନମନ୍ତ୍ରୀଙ୍କୁ କୁଣ୍ଢେଇ ପକାଇବା କଥା ମନେ ପକାଇ କହିଛନ୍ତି ଏହା ହେଉଛି ବିଜେପି-କଂଗ୍ରେସର ଅସଲ ଚିତ୍ର। ଉତ୍ତର ପ୍ରଦେଶ ପାଇଁ ବିଜେପି-କଂଗ୍ରେସ ଏକ ହୋଇଛନ୍ତି। ଉଭୟ ବିଜେପି-କଂଗ୍ରେସ ଏସପି-ବିଏସପି-ଆରଏଲଡି ମେଣ୍ଟକୁ ହରାଇବା ପାଇଁ ସମାନ ନାରା ଦେଉଥିବା ବିଏସପି ସୁପ୍ରିମୋ କହିଛନ୍ତି।

ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ପ୍ରିୟଙ୍କାଙ୍କ ମନ୍ତବ୍ୟର ଜବାବ ଦେଇ କହିଛନ୍ତି ଦେଶର ସର୍ବପୁରାତନ ଦଳ ଏବେ ଫ୍ରିଜ୍ ହୋଇଯାଇଛି। କଂଗ୍ରେସ ପରୋକ୍ଷରେ ପରାଜୟ ସ୍ୱୀକାର କରିଛି ବୋଲି ଜେଟଲୀ କହିଛନ୍ତି। ବାରମ୍ବାର ବିଭିନ୍ନ ସାମ୍ବିଧାନିକ ସଂସ୍ଥା ବିରୋଧରେ ଅଭିଯୋଗ ଆଣି କଂଗ୍ରେସ ସଂପୃକ୍ତ ସଂସ୍ଥାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି ବୋଲି ଜେଟଲୀ କହିଛନ୍ତି।



from Odisha Reporter http://bit.ly/2ISRQIJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages