ଓଡ଼ିଆ ଝିଅ ଚନ୍ଦ୍ରାଣୀ ହେବେ ଦେଶର କନିଷ୍ଠତମ ସାଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ଓଡ଼ିଆ ଝିଅ ଚନ୍ଦ୍ରାଣୀ ହେବେ ଦେଶର କନିଷ୍ଠତମ ସାଂସଦ

chandranee

କେନ୍ଦୁଝର (ପ୍ରଣୟ ପାଣି): “ପାଠପଢ଼ିଲା ବେଳେ ସୁଯୋଗ ମିଳିଲେ ରାଜନୀତି କରିବି ବୋଲି ଭାବିଥିଲି। ହେଲେ ଏତେ ଶୀଘ୍ର ସେ ସୁଯୋଗ ମିଳିବ ବୋଲି କେବେ ଭାବି ନଥିଲି। ସବୁ କିଛି ହଠାତ୍ ହୋଇଗଲା।” ଏହା ହେଉଛି ନିର୍ବାଚନ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କ ପାଇଁ ଅଜଣା, ଅଚିହ୍ନା ଥିବା ଚନ୍ଦ୍ରାଣୀ ମୁର୍ମୁଙ୍କ ବିଜୟ ପରବର୍ତ୍ତୀ ପ୍ରତିକ୍ରିୟା। ସେ କେନ୍ଦୁଝର ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି। ବିଜେଡି ଟିକେଟ୍‌ରେ ନିର୍ବାଚନ ଲଢ଼ିଥିବା ଚନ୍ଦ୍ରାଣୀ ବିଜେପି ପ୍ରାର୍ଥୀ ତଥା ଦୁଇ ଥର ସାଂସଦ ହୋଇଥିବା ଅନନ୍ତ ନାୟକଙ୍କୁ ୬୬ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଆଉ ଏହା ସହିତ ତାଙ୍କ ନାଁରେ ଏକ ରେକର୍ଡ ବି ଯୋଡ଼ି ହେବାକୁ ଯାଉଛି। ଶପଥ ନେବା ପରେ ସେ ହୋଇଯିବେ ଭାରତର କନିଷ୍ଠତମ ଲୋକସଭା ସାଂସଦ।

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରେକର୍ଡ ‘ଜନନାୟକ ଜନତା ପାର୍ଟି’ର ପ୍ରତିଷ୍ଠାତା ତଥା ଗତ ନିର୍ବାଚନରେ ହରିଆଣାର ହିସାରରୁ ବିଜୟୀ ହୋଇ ଲୋକସଭାକୁ ଯାଇଥିବା ଦୁଶ୍ୟନ୍ତ ଚୌଟାଲାଙ୍କ ନାଁରେ ରହିଥିଲା। ଏଥିପାଇଁ ଦୁଶ୍ୟନ୍ତଙ୍କ ନାଁ ‘ଲିମ୍‌କା ବୁକ୍ ଅଫ୍ ରେକର୍ଡସ୍‌’ରେ ସ୍ଥାନ ପାଇଥିଲା। ସେ ୧୯୮୮ ମସିହା ଏପ୍ରିଲ୍ ୩ ତାରିଖରେ ଜନ୍ମ ହୋଇଥିଲେ ଓ ୨୦୧୪ରେ ସାଂସଦ ହୋଇଥିଲେ। ଆର୍ଥାତ୍ ସେ ସାଂସଦ ହେବା ବେଳକୁ ୨୬ ବର୍ଷ ବୟସ ପାର କରି ଯାଇଥିଲେ। ଦୁଶ୍ୟନ୍ତ ହେଉଛନ୍ତି ହରିଆଣା ତଥା ଦେଶର ଜଣାଶୁଣା ରାଜନେତା ଓମ୍ ପ୍ରକାଶ ଚୌଟାଲାଙ୍କ ନାତି।

dushyantସୋଆ ବିଶ୍ୱବିଦ୍ୟାଳୟରେ ମେକାନିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଚନ୍ଦ୍ରାଣୀ ମୁର୍ମୁଙ୍କ ବୟସ ଆଜି (ଶନିବାର) ପର୍ଯ୍ୟନ୍ତ ୨୫ ବର୍ଷ ୧୧ ମାସ ୯ ଦିନ ହୋଇଛି। ସେ ୨୦୧୭ରେ ପଢ଼ା ଶେଷ କରିଥିଲେ।

ଦେଶର କନିଷ୍ଠତମ ସାଂସଦ ହେବାକୁ ଯାଉଥିବା ବେଳେ ଚନ୍ଦ୍ରାଣୀ କହିଛନ୍ତି,“ମୋ ପାଇଁ ଏହା ବହୁତ ଖୁସିର ବିଷୟ। ମୋ ପାଇଁ ବହୁତ ଗୌରବର ବିଷୟ ଯେ ଏତେ ଅଳ୍ପ ବୟସରେ ସଂସଦରେ ମୁଁ ଆମ ଅଞ୍ଚଳର ପ୍ରତିନିଧିତ୍ୱ କରିବି। ସଂସଦରେ ଆମ ଅଞ୍ଚଳର ସମସ୍ୟାଗୁଡ଼ିକୁ ଉପସ୍ଥାପିତ କରିବି। ସଫଳତା ସହିତ ମୋ କାନ୍ଧକୁ ଯେଉଁ ଗୁରୁ ଦାୟିତ୍ୱ ଆସିଛି, ତାକୁ ନିଷ୍ଠାର ସହିତ ନିର୍ବାହ କରିବାକୁ ଚେଷ୍ଟା କରିବି।”

ସେ ଆହୁରି କହିଛନ୍ତି,“ମୋ ବୟସ ବା ଅନୁଭୂତି କେବେ ବି ସଂସଦରେ ମୋ ସ୍ୱରକୁ ଚାପି ପାରିବନି। ସଂସଦରେ ଯେତେବେଳେ ଯାହା କହିବା କଥା ମୁଁ ସଂପୂର୍ଣ୍ଣ ଆତ୍ମବିଶ୍ୱାସର ସହ କହିବି।”



from Odisha Reporter http://bit.ly/2W3rk6d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages