ଅଭ୍ୟାସ ମ୍ୟାଚ୍‌ରେ ଆଣ୍ଠେଇଲା ଭାରତ, ୧୭୯ରେ ଅଲଆଉଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ଅଭ୍ୟାସ ମ୍ୟାଚ୍‌ରେ ଆଣ୍ଠେଇଲା ଭାରତ, ୧୭୯ରେ ଅଲଆଉଟ୍‌

ଲଣ୍ଡନ୍‌: ବିଶ୍ୱକପ୍‌ର ଅସଲ ପରୀକ୍ଷା ପୂର୍ବରୁ ଅଭ୍ୟାସ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ବ୍ୟାଟିଂ ବିଫଳତା ପଦାରେ ପଡ଼ିଛି। ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ବିରାଟ୍‌ କୋହଲିଙ୍କ ଟିମ୍‌ ଇଣ୍ଡିଆ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୭୯ ରନ୍‌ କରିବାକୁ ସକ୍ଷମ ହୋଇଛି। ଦଳର ପକ୍ଷରୁ ସ୍ପିନିଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଲଢ଼ୁଆ ୫୪ ରନ୍‌ର ଇନିଂସ୍‌ ଖେଳିବାରୁ ଭାରତ ୩୯.୨ ଓଭର୍‌ରେ ସମସ୍ତ ୱିକେଟ୍‌ ହରାଇ ଏହି ସ୍କୋର କରିପାରିଛି। ତାଙ୍କୁ କୁଲଦୀପ ଯାଦବ (୧୯) ଭରପୂର ସହଯୋଗ କରିଥିଲେ। ଏହି ଅଭ୍ୟାସ ମ୍ୟାଚ୍‌କୁ ଜିତିବା ପାଇଁ ନ୍ୟୁଜିଲ୍ୟାଣ୍ଡକୁ ୧୮୦ ରନ୍‌ର ଟାର୍ଗେଟ ମିଳିଛି।

ଭାରତ ଚିଳିତ ବର୍ଷ ବିଶ୍ୱକପ୍‌ ଜିତିବାର ପ୍ରବଳ ଦାବିଦାର ବୋଲି କ୍ରିକେଟ୍‌ ପଣ୍ଡିତମାନେ କହୁଥିଲେ ହେଁ ନ୍ୟୁଜିଲ୍ୟାଣ୍ଡ ବୋଲର୍‌ଙ୍କ ଆଗରେ ଦଳର ବ୍ୟାଟସ୍‌ମ୍ୟାନ୍‌ମାନେ ସଂପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରିଦେଇଥିଲେ। ଆଜିର ମ୍ୟାଚ୍‌ରେ ବିରାଟ୍‌ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ଦଳର ଦୁଇ ଓପନର ୨ ରନ୍‌ ଲେଖାଏ କରି ପ୍ୟାଭିଲିୟନ ଫେରିଥିଲେ।

ଆରମ୍ଭରୁ ଭଲ ଟଚ୍‌ରେ ଥିବା ବିରାଟ୍‌ କୋହଲି ୧୮ ରନ୍‌ କରି କଲିନ୍‌ ଡି ଗ୍ରାଣ୍ଡହୋମଙ୍କ ବଲ୍‌ରେ ବୋଲ୍ଡ ହୋଇଯାଇଥିଲେ। ଟିମ୍‌ର ୪ ନଂ ସ୍ଥାନରେ ବ୍ୟାଟିଂ କରିବା ପାଇଁ ସବୁଠୁ ବଡ଼ ଦାବିଦାର ଥିବା କେଏଲ୍‌ ରାହୁଲ ଅଭ୍ୟାସ୍‌ ମ୍ୟାଚ୍‌ରେ ମାତ୍ର ୧ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ମହେନ୍ଦ୍ର ସିଂହ ଧୋନି ଓ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥିତି ସମ୍ଭାଳିବାକୁ ଚାହିଁଥିଲେ ହେଁ ନ୍ୟୁଜିଲ୍ୟାଣ୍ଡ ବୋଲରମାନେ ଏହା କରାଇ ଦେଇ ନଥିଲେ।

ପାଣ୍ଡ୍ୟା ୩୦ ରନ୍‌ କରି ଜେମ୍ସ ନିଶାମଙ୍କ ବଲ୍‌ରେ ଆଉଟ୍‌ ହୋଇଥିବା ବେଳେ ଟିମ୍‌ ସାଉଦି ଧୋନି(୧୭)ଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଦୀନେଶ କାର୍ତ୍ତିକ ମାତ୍ର ୪ ରନ୍‌ କରିଥିବା ବେଳେ ଭୁବନେଶ୍ୱର କୁମାର ୧ ରନ୍‌ କରିଥିଲେ।

ତେବେ ୧୧୫ ରନ୍‌ରେ ୮ଟି ୱିକେଟ୍‌ ହରାଇଥିବା ଭାରତ ପାଇଁ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ଶେଷ ଭାଗରେ ସଂଘର୍ଷ କରି ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିଥିଲେ। ବିଶେଷ କରି ଜାଡେଜା ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ସହ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ଦଳୀୟ ସ୍କୋର ୧୭୭ ରନ୍‌ ଥିବା ବେଳେ ଜାଡେଜା ୫୪ ରନ୍‌ କରି ଲକି ଫରଗୁସନ୍‌ଙ୍କ ବଲରେ ଆଉଟ୍‌ ହୋଇଯାଇଥିଲେ। ଶେଷ ବ୍ୟାଟସ୍‌ମ୍ୟାନ୍ କୁଲଦୀପ ଯାଦବ(୧୯)ଙ୍କୁ ଆଉଟ୍‌ କରି ବୋଲ୍ଟ ଭାରତୀୟ ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ବୋଲ୍ଟ ୪ଟି ଓ ନିଶାମ ୩ଟି ୱିକେଟ୍‌ ନେଇଥିବା ବେଳେ ଫରଗୁସନ, ଟିମ ସାଉଦି ଏବଂ ଗ୍ରାଣ୍ଡହୋମ ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।



from Odisha Reporter http://bit.ly/2JJXwFx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages