ଶାଢୀ ଗୋଦାମରେ ନିଆଁ ଲାଗି ୫ ଜୀବନ୍ତ ଦଗ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ଶାଢୀ ଗୋଦାମରେ ନିଆଁ ଲାଗି ୫ ଜୀବନ୍ତ ଦଗ୍ଧ

ପୁନେ: ମହାରାଷ୍ଟ୍ରର ପୁନେରେ ଏକ ଶାଢ଼ୀ ଗୋଦାମରେ ଆଜି ନିଆଁ ଲାଗିଯିବାରୁ ୫ ଗୋଦାମ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସକାଳ ୫ଟା ସମୟରେ ଗୋଦାମରେ ନିଆଁ ଲାଗିଥିଲା ବୋଲି ପୁନେ ଗ୍ରାମାଞ୍ଚଳ ପୁଲିସ ସୂଚନା ଦେଇଛି। ନିଆଁ ଲାଗିବା ବେଳେ ପାଖ କୋଠରୀରେ ୫ କର୍ମଚାରୀ ଶୋଇଥିଲେ। ନିଆଁ ଲାଗିଯାଇଥିବାରୁ ଆଉ ବାହାରି ନପାରି ୫ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ରହିଛି।
ନିଆଁ ଲାଗିଥିବା ନେଇ ସୂଚନା ମିଳିବା ପରେ ଘଟଣାସ୍ଥଳରେ ୪ଟି ଦମକଳ ଟିମ୍ ଆସି ନିଆଁକୁ ନିୟନ୍ତ୍ରଣ କରିଥିଲେ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି।


from Odisha Reporter http://bit.ly/308Gk12

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages