
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଫାଟି ୨ ଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ୨ ଜଣ ହେଲେ ଶୁଭାଶିଷ ସାହୁ ଓ ଅଜୟ ନାୟକ। ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗତକାଲି ସନ୍ଧ୍ୟାରେ ସାଇବର ସିଟି ନିକଟରେ ଥିବା ଏକ ଟ୍ରାନ୍ସଫର୍ମରକୁ ଚାର୍ଜ ଦିଆଯାଇଥିଲା। ତେବେ ଶୁଭାଶିଷ ଏବଂ ଅଜୟ ସେହି ରାସ୍ତା ଦେଇ ଯାଉଥିବା ବେଳେ ହଠାତ ଟ୍ରାନ୍ସଫର୍ମରଟି ଫାଟିଯାଇଥିଲା। ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ, ଉଭୟଙ୍କ ଅଧା ଶରୀର ଜଳି ଯାଇଛି। ପିସିଆର ଭ୍ୟାନ ଦୁହିଁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା।
from Odisha Reporter http://bit.ly/2Vat3l5
No comments:
Post a Comment