ଯୁବାବସ୍ଥାରେ ଝଡ଼ୁଛି ଚୁଟି, ନିଅନ୍ତୁ ନାହିଁ ଟେନସନ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ଯୁବାବସ୍ଥାରେ ଝଡ଼ୁଛି ଚୁଟି, ନିଅନ୍ତୁ ନାହିଁ ଟେନସନ…

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର) : କେଶ ଉଭୟ ପୁରୁଷ ଓ ନାରୀଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣ କରିଦେଇଥାଏ।  କିନ୍ତୁ ବଦଳୁଥିବା ଜୀବନଶୈଳୀ ଓ ଖାଦ୍ୟପେୟରେ ଅନିୟମିତତା, ଠିକ୍‌ ଭାବେ ନିଦ ନ ହେବା ହେତୁ ଯୁବାବସ୍ଥାରେ କେଶ ଝଡ଼ିବା ଏକ ପ୍ରମୁଖ ସମସ୍ୟା।  ଏହି ସମୟରେ କିପରି ଚୁଟିର ଦେଖାରଖା କରିବେ, କିପରି  ଯତ୍ନ ନେବେ ତାହା ଜାଣିବା ଲାଗି ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ଲାଗି ରହିଥାଏ। ଏପରି ସମସ୍ୟାରୁ କିପରି ଆପଣ ମୁକୁଳି ପାରିବେ ଆସନ୍ତୁ ଜାଣିବା।

କେଶର ଯତ୍ନ କିପରି ନେବା

୧-ସନ୍ତୁଳିତ ଆହାର ନିଅନ୍ତୁ

୨-ଜଙ୍କ ଫୁଡ୍‌ର ସେବନ କମ୍‌ କରନ୍ତୁ

୩- ସବୁ ଋତୁରେ ହେଉଥିବା ଫଳ ଓ ସବୁଜ ପନିପରିବାକୁ ଖାଦ୍ୟରେ ସାମିଲ କରନ୍ତୁ

୪-କେଶକୁ ସୁସ୍ଥ ରଖିବା ଲାଗି ଭିଟାମିନ ଓ ପ୍ରୋଟିନଯୁକ୍ତ ଭୋଜନକୁ ଆହାରରେ ସାମିଲ କରନ୍ତୁ

୫-ଅତି କମ୍‌ରେ ସପ୍ତାହରେ ୨ ଥର ମୁଣ୍ଡ ଧୋଇ ଦିଅନ୍ତୁ

୬- ଏହାକୁ ନିୟମିତ ରୂପେ ଟ୍ରିମ୍‌ କରନ୍ତୁ ଓ ସେଲୁନ ଯାଇ ହେୟାର ସ୍ପା କରିବାକୁ ଭୁଲନ୍ତୁ ନାହିଁ

୭- ଭୋଜନ ମାଧ୍ୟମରେ କେଶକୁ ଆବଶ୍ୟକତା ମୁତାବକ ପ୍ରୋଟିନ ଓ ନ୍ୟୁଟ୍ରିସନ୍‌ ଦିଅନ୍ତୁ ।

 

କେଶ ବଢାଇବା ଲାଗି ଆପଣାନ୍ତୁ ଏହି ଉପାୟ

୧- ଚୁଟି ବଢାଇବା ଲାଗି ହେୟାର ମାସ୍କର ବ୍ୟବହାର କରନ୍ତୁ

୨-ଏଥିଲାପି ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ଦରକାର। କେଶ ସଫା କରିବାକୁ ମାଇଲ୍ଡ ଓ ସଲଫେଟ୍‌ ଫ୍ରି ଶାମ୍ପୁ ଓ କଣ୍ଡିସନର ବ୍ୟବହାର କରନ୍ତୁ।

୩- ଯଦି ଆପଣ ଚୁଟି କଲର କରୁଛନ୍ତି, ତା ହେଲେ ଦିନକୁ ୨ ଥର ସିରମର ପ୍ରୟୋଗ କରନ୍ତୁ।

୪- ଭିଟାମିନ ଓ ପ୍ରୋଟିନଯୁକ୍ତ ଖାଦ୍ୟ ଡାଏଟ୍‌ରେ ସାମିଲ କରନ୍ତୁ।

ହେୟାର ଏକ୍ସପର୍ଟଙ୍କ ମୁତାବକ, ପୁରୁଷ ଓ ମହିଳାଙ୍କ ବ୍ୟସ୍ତ ଜୀବନଶୈଳୀ, ଆଇରନର ଅଭାବ, ମେଡିସିନର ସାଇଡ଼ ଇଫେକ୍ଟ, କାମର ଚାପ, ବୟସ ବଢିବା, ଅଧିକ ତେଲ, ମସଲା ଭୋଜନ କରିବା, ହେଲଦି ଭୋଜନ ନ କରିବା କେଶ ଝଡ଼ିବାର ମୁଖ୍ୟ ସସମ୍ୟା। ତେଣୁ  ଚୁଟିର ଦେଖାରଖା କରିବା ସହ ଖାଦ୍ୟପେୟରେ ଧ୍ୟାନ ଦେବା ଦ୍ୱାରା କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ପାଇପାରିବେ।



from Odisha Reporter http://bit.ly/2Vat0FV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages