ବିଜେପି ନାଁରେ ସାଂଘାତିକ ଅଭିଯୋଗ, ଲାଞ୍ଚ ଦେଇ ଭୋଟରଙ୍କୁ ଅଟକାଉଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ବିଜେପି ନାଁରେ ସାଂଘାତିକ ଅଭିଯୋଗ, ଲାଞ୍ଚ ଦେଇ ଭୋଟରଙ୍କୁ ଅଟକାଉଛି

ଚାନ୍ଦୌଲି: ଉତ୍ତର ପ୍ରଦେଶର ଚାନ୍ଦୌଲିର ଏକ ଗାଁରୁ ଶାସକ ବିଜେପି ନାଁରେ ସାଂଘାତିକ ଅଭିଯୋଗ ଆସିଛି। ଏଠାକାର ବିଜେପି କର୍ମୀମାନେ ଭୋଟରମାନଙ୍କୁ ୫ ଶହ ଟଙ୍କା ଲାଞ୍ଚ ଦେଇ ସେମାନଙ୍କୁ ଭୋଟ୍‌ ନ ଦେବାକୁ ବାରଣ କରୁଛନ୍ତି। ଏଥିସହ ଟଙ୍କା ନେବା ପରେ ସେମାନେ ଲୋକଙ୍କ ଅଙ୍ଗୁଳିରେ ଭୋଟ୍‌ ବେଳେ ଲଗାଯାଉଥିବା କାଳି ଭଳି ଏକ ଦାଗ ଦେଉଛନ୍ତି। ଯିଏ ଏହାକୁ ବିରୋଧ କରୁଛି ବିଜେପି କର୍ମୀମାନେ ସେମାନଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି। ବିଜେପିର ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟ ବିରୋଧରେ ତାରାଜୀବନପୁର ଗାଁର ଲୋକଙ୍କ ସହ ସମାଜବାଦୀ ପାର୍ଟି ଓ ବିଏସ୍‌ପି ପକ୍ଷରୁ ସ୍ଥାନୀୟ ପୁଲିସ୍‌ ଷ୍ଟେସନ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଜଣେ ମହିଳା କହିଛନ୍ତି, “ଶନିବାର ରାତିରେ କିଛି ଲୋକ ଆମ ପାଖରେ ପହଞ୍ଚି ପ୍ରଥମେ ବିଜେପିକୁ ଭୋଟ୍‌ ଦେବାକୁ କହିଥିଲେ। ଆଜି ସକାଳୁ ସେମାନେ ଆସି ଆମ ପାଖରେ ପୁଣି ପହଞ୍ଚିଥିଲେ। ଏହାପରେ ସେମାନେ ଆମକୁ ୫ ଶହ ଟଙ୍କା ଲେଖାଏ ଦେଇ ମତଦାନ କେନ୍ଦ୍ରକୁ ନ ଯିବାକୁ କହିଥିଲେ। ଏଥିସହ ଏକଥା କାହାକୁ ନ କହିବା ପାଇଁ ମଧ୍ୟ ଧମକ ଦେଇଥିଲେ। ଆମ ଆଙ୍ଗୁଳିରେ କାଳି ମଧ୍ୟ ଲଗାଇ ଦେଇଥିଲେ।”

ଅନ୍ୟପକ୍ଷରେ ବିଜେପି ଏଭଳି ଅଭିଯୋଗକୁ ଖଣ୍ଡନ କରିଛି। ଦଳ କହିଛି ଯେ ବିରୋଧୀ ଦଳଗୁଡ଼ିକ ଆମକୁ ବଦନାମ କରିବା ପାଇଁ ଏଭଳି ଷଡ଼ଯନ୍ତ୍ର ରଚନା କରିଛନ୍ତି। ପୁଲିସ୍‌ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter http://bit.ly/2WRG04N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages