୧୦ ମିଟର୍ ଏୟାର ରାଇଫଲରେ ଅପୂର୍ବୀ ବିଶ୍ୱର ଏକ ନମ୍ବର ଶୁଟର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

୧୦ ମିଟର୍ ଏୟାର ରାଇଫଲରେ ଅପୂର୍ବୀ ବିଶ୍ୱର ଏକ ନମ୍ବର ଶୁଟର୍

ନୂଆଦିଲ୍ଲୀ: ଭାରତର ଟପ୍ ଶୁଟର୍ ଅପୂର୍ବୀ ଚାନେ୍ଧଲା ମହିଳାଙ୍କ ୧୦ ମିଟର୍ ଏୟାର ରାଇଫଲ୍ ଇଭେଣ୍ଟର ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ସେହିପରି ନିଜ ଦେଶର ଅଞ୍ଜୁମ ମୁଦଗିଲ୍ ଲଗାତାର ଭଲ ପ୍ରଦର୍ଶନ ଯୋଗୁ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି।

ଚାନ୍ଦେଲା ଗତ ଫେବୃଆରୀରେ ଆୟୋଜିତ ଆଇଏସଏସଏଫ୍ ୱାର୍ଲ୍ଡ କପରେ ୨୫୨.୯ ରେକର୍ଡ ସ୍କୋର ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ମଧ୍ୟ ୨୦୧୪ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୨୦୧୮ ଗୋଲ୍ଡ ଗୋଷ୍ଟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ୨୦୧୮ ଏସିଆନ୍ ଗେମ୍ସରେ ସେ ୧୦ ମିଟର୍ ମିକ୍ସଡ୍ ରାଇଫଲ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ। ବିଶ୍ୱର ଏକ ନମ୍ବର ଶୁଟର୍ ହେବା ପରେ ଚାନ୍ଦେଲା ଟ୍ୱିଟର୍ ଜରିଆରେ ଖୁସି ଜାହିର କରିଛନ୍ତି। ସେ କହିଛନ୍ତି, ‘ବିଶ୍ୱର ଏକ ନମ୍ବର ଶୁଟର୍ ହେବା ମୋ କ୍ୟାରିୟରର ସବୁଠାରୁ ବଡ଼ ସଫଳତା।’

୨୬ ବର୍ଷୀୟା ଚାନ୍ଦେଲା ଅଲିମ୍ପିକ୍ ପାଇଁ ସ୍ଥାନ ହାସଲ କରିସାରିଛନ୍ତି, କିନ୍ତୁ ସେ ନିକଟରେ ବେଜିଂରେ ଶେଷ ହୋଇଥିବା ଆଇଏସଏସଏଫ୍ ବିଶ୍ୱକପରେ ୨୦୭.୮ ସ୍କୋର ସହ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ଅଞ୍ଜୁମ ବେଜିଂରେ ଆୟୋଜିତ ଆଇଏସଏସଏଫ୍ ବିଶ୍ୱକପରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ୧୦ ମିଟର୍ ଏୟାର ରାଇଫଲ ଇଭେଣ୍ଟରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ମନୁ ଭାକର ୨୫ ମିଟର ପିସ୍ତଲ ମହିଳା ବର୍ଗରେ ୧୦ ନମ୍ବର ଶୁଟର୍ ରହିଛନ୍ତି।

ପୁରୁଷରେ ଦିବ୍ୟାଂଶ ସିଂହ ପନୱର ବିଶ୍ୱକପରେ ନିଜର ଦମଦାର ପ୍ରଦର୍ଶନ ଦ୍ୱାରା ୧୦ ମିଟର୍ ଏୟାର ରାଇଫଲ୍ ବର୍ଗରେ ଚତୁର୍ଥ ସ୍ଥାନକୁ ଉଠିଛନ୍ତି। ଦିବ୍ୟାଂଶ ବେଜିଂରେ ଦୁଇଟି (୧୦ ମିଟର୍ ଏୟାର ରାଇଫଲ୍ ଓ ୧୦ ମିଟର ଏୟାର ମିକ୍ସଡ୍ ଟିମ୍) ସ୍ୱର୍ଣ୍ଣ ପଦକ ଜିତି ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିଛନ୍ତି। ବେଜିଂରେ ସ୍ୱର୍ଣ୍ଣ ପଦକ ଜିତିଥିବା ଅଭିଷେକ ଶର୍ମା ୧୦ ମିଟର ଏୟାର ପିସ୍ତଲ ବର୍ଗରେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଭାରତର ଯୁବ ଶୁଟର ସୌରଭ ଚୌଧୁରୀ ଷଷ୍ଠ ସ୍ଥାନରେ ଅଛନ୍ତି।



from Odisha Reporter http://bit.ly/2vF59E9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages