ପୁଣି ଥରେ କମ୍‌ବ୍ୟାକ୍‌ କରିବେ ସିଆଇଡି ସେଲିବ୍ରିଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ପୁଣି ଥରେ କମ୍‌ବ୍ୟାକ୍‌ କରିବେ ସିଆଇଡି ସେଲିବ୍ରିଟି

ମୁମ୍ବାଇ: ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ଟେଲିଭିଜନ୍‌ ଇଣ୍ଡଷ୍ଟ୍ରୀରେ ରାଜ୍‌ କରିଥିବା ସିରିଏଲ୍‌ ସିଆଇଡି ‘CID’ ର ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ପୁଣି ଆଉ ଥରେ ଏହି ସିରିଏଲ୍‌ର ଟିମ୍‌କୁ ଆପଣ ଟିଭି ପରଦାରେ ଦେଖିପାରିବେ। ୨୦୧୮ରେ ଏହି ସିରିଏଲ୍‌ ବନ୍ଦ ହୋଇଯାଇଥିଲା। ଏହା ପରେ ଫ୍ୟାନ୍ସ ବହୁତ ମନ ଦୁଃଖ ମଧ୍ୟ କରିଥିଲେ।

ଏକ ରିପୋର୍ଟ ଅନୁସାରେ, ସିରିଏଲ୍‌ର କିଛି ଅଭିନେତାଙ୍କୁ ପୁଣି ଥରେ ଅଭିନୟ କରିବାର ଆପଣ ଦେଖିବାକୁ ପାଇବେ। ଏହି ଶୋ’ ପୁଲିସ୍‌ ଉପରେ ଆଧାରିତ ହେବ। ଆଉ ସେହି ଶୋ’ରେ ଅଭିନେତାଙ୍କର ଜୀବନ ଉପରେ ଆଧାରିତ କାହାଣୀ ରହିବ। କୁହାଯାଉଛି ଯେ, ଦୟାନନ୍ଦ ରେଡ୍ଡି, ଆଦିତ୍ୟ ଶ୍ରୀବାସ୍ତବ ଏବଂ ଆନ୍‌ସା ସୟଦ୍‌ ଏହି ପ୍ରୋଜେକ୍ଟରେ କାମ କରିବେ।

ସିଆଇଡି ସିରିଏଲ୍‌ ୧୯୯୮ ମସିହା ୨୧ ଜାନୁଆରୀରେ ଟେଲିକାଷ୍ଟ ଆରମ୍ଭ ହୋଇ ୨୭ ଅକ୍ଟୋବର ୨୦୧୮ରେ ଏହାର ଶେଷ ଏପିସୋଡ୍‌ ଟେଲିକାଷ୍ଟ ହୋଇଥିଲା। ସିଆଇଡି ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥିବା ସିରିଏଲ୍‌। ଯାହାର ଫ୍ୟାନ୍‌ଙ୍କ ସଂଖ୍ୟା ମଧ୍ୟ ଢେର ବହୁତ।

କେବଳ ଏହି ସିରିଏଲ୍‌ ଲୋକଙ୍କ ମଧ୍ୟରେ ପପୁଲାର୍‌ ହୋଇ ରହି ନଥିଲା ସେଥିରେ ଅଭିନୟ କରୁଥିବା ଜଣେ ଜଣେ ଅଭିନେତା ମଧ୍ୟ ବହୁତ ଲୋକପ୍ରିୟ। କବାଟ ଭାଙ୍ଗୁଥିବା ଦୟା ହେଉ କିମ୍ୱା … ଡାଏଲଗ୍‌ କହୁଥିବା ପ୍ରଦ୍ୟୁମ୍ନଙ୍କୁ ଲୋକେ ଏବେ ବି ମନେ ରଖିଛନ୍ତି।



from Odisha Reporter http://bit.ly/2EbDdMA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages