
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତମ ଆଇପିଏସ ଅଫିସର ରାଜୀବ କୁମାରଙ୍କୁ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ। ରାଜୀବଙ୍କୁ ଗିରଫ ନକରିପାରିବା ନେଇ ଫେବୃଆରୀ ୫ ତାରିଖରେ ସୁପ୍ରିମକୋର୍ଟ ଯେଉଁ ଆଦେଶ ଦେଇଥିଲେ ତାହା ଉଠାଇ ଦେଇଛନ୍ତି। ତେବେ ଜାମିନ ପାଇଁ ୭ ଦିନ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏହାପରେ ସିବିଆଇ ରାଜୀବଙ୍କୁ ଗିରଫ କରିପାରିବ ବୋଲି ଜଣାପଡ଼ିଛି।
ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ବିଚାର କରୁଛନ୍ତି। ତାଙ୍କ ସହିତ ଜଷ୍ଟିସ ଦୀପକ ଗୁପ୍ତା ଏବଂ ସଞ୍ଜୀଭ ଖାନ୍ନା ମଧ୍ୟ ରହିଛନ୍ତି।
ସୂଚନା ଥାଉକି ଶାରଦା ଚିଟଫଣ୍ଡ ଘୋଟଲାର ତଦନ୍ତ କରୁଥିବା ବେଳେ ରାଜୀବ କୁମାର ପ୍ରମାଣ ନଷ୍ଟ କରୁଥିବା ଅଭିଯୋଗରେ ଛନ୍ଦି ହୋଇଯାଇଛନ୍ତି। ଯାହାର ପ୍ରମାଣ ସିବିଆଇ ପାଇଛି। ଫେବୃଆରୀ ୩ ତାରିଖରେ ସିବିଆଇ ରାଜୀବଙ୍କ ବିରୋଧରେ ପ୍ରମାଣ ପାଇବା ପରେ ପଚରା ଉଚରା କରିବା ପାଇଁ ଯାଇଥିଲା। ହେଲେ ଏହାକୁ ବିରୋଧ କରି ସେତେବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଧାରଣା ଦେଇଥିଲେ। ଶେଷରେ ସିବିଆଇକୁ ନେଇ କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର ମଧ୍ୟରେ ବିବାଦ ବଢ଼ିଥିଲା। ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ରାଜୀବଙ୍କ ଗିରଫଦାରୀ ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ। ଏବଂ ତଦନ୍ତରେ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ସିବିଆଇ ରାଜୀବ କୁମାରଙ୍କୁ ଫେବୃଆରୀ ୮ରୁ ୧୩ ମଧ୍ୟରେ ଶିଲଂ ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ପଚରା ଉଚରା କରିଥିଲା। ଏହି ସମୟରେ ଅନେକ ପ୍ରମାଣ ସିବିଆଇ ପାଇଥିଲା। ଯାହାର ପ୍ରମାଣ ସିବିଆଇ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ଏବଂ ଗିରଫ ଆଦେଶକୁ ପ୍ରତ୍ୟାହାର କରିବା ପାଇଁ ସୁପ୍ରିମକୋର୍ଟ ନିକଟରେ ଦାଖଲ କରିଥିଲା ସିବିଆଇ।
from Odisha Reporter http://bit.ly/2WOqzun
No comments:
Post a Comment