୧୧,୯୪୨ କୋଟିର କ୍ଷୟକ୍ଷତି ରିପୋର୍ଟ ଦେଲା ଓଡ଼ିଶା, ସହାୟତା ପାଇଁ କେନ୍ଦ୍ରୀୟ ଟିମର ପ୍ରତିଶ୍ରୁତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

୧୧,୯୪୨ କୋଟିର କ୍ଷୟକ୍ଷତି ରିପୋର୍ଟ ଦେଲା ଓଡ଼ିଶା, ସହାୟତା ପାଇଁ କେନ୍ଦ୍ରୀୟ ଟିମର ପ୍ରତିଶ୍ରୁତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ କ୍ଷତିଗ୍ରସ୍ତ ଓଡ଼ିଶାକୁ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ସବୁପ୍ରକାରର ସହାୟତା ଯୋଗାଇ ଦେବାକୁ କେନ୍ଦ୍ରୀୟ ଟିମ୍ ପ୍ରତିଶ୍ରୁତି ଦେଇଛି। ଏହାସହିତ ଓଡ଼ିଶା ସରକାରଙ୍କ ବାତ୍ୟା ‘ଫୋନି’ ପାଇଁ ପୂର୍ବ ପ୍ରସ୍ତୁତି ଓ ପରବର୍ତ୍ତୀ ପରିଚାଳନାକୁ କେନ୍ଦ୍ରୀୟ ଟିମ୍ ପ୍ରଶଂସା କରିଥିବାବେଳେ ପ୍ରାରମ୍ଭିକ କ୍ଷୟକ୍ଷତିକୁ ଆକଳନ କରି ଓଡ଼ିଶା ୧୧ହଜାର ୯୪୨କୋଟି ୬୮ ଲକ୍ଷ ଟଙ୍କାର ସହାୟତା ପାଇଁ କେନ୍ଦ୍ରୀୟ ଟିମକୁ ସ୍ମାରକପତ୍ର ଦେଇଛି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ୩ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଆନ୍ତଃ-ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ଆଜି ଶେଷ ଦିନରେ ସଚିବାଳୟରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବାତ୍ୟା କ୍ଷୟକ୍ଷତି ସ୍ଥିତି ପ୍ରସଙ୍ଗରେ ବିଚାରବିମର୍ଶ କରିଥିଲେ। ଦୁଇଦିନ ଧରି କେନ୍ଦ୍ରୀୟ ଟିମ ପୁରୀ, କଟକ ଓ ଖୋର୍ଦ୍ଧା ଜିଲ୍ଲା ବୁଲି କ୍ଷୟକ୍ଷତିର ଆକଳନ କରିଥିଲେ। ଆଜି ଶେଷଦିନରେ କେନ୍ଦ୍ରୀୟ ଟିମ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ ଗସ୍ତ କରି କ୍ଷୟକ୍ଷତି ଆକଳନ କରିଛନ୍ତ। ବିଦ୍ୟୁତ ଓ ଟେଲିକମ ନେଟୱାର୍କ ଭିତ୍ତିଭୂମି ସୁଦୃଢ଼ କରିବା ସହ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ଜୀବନଜୀବିକା ଉପଲବ୍ଧ କରାଇବା ପାଇଁ ସମସ୍ତ ପ୍ରକାରର ସହଯୋଗ କେନ୍ଦ୍ର ସରକାର ଯୋଗାଇ ଦେବେ ବୋଲି କେନ୍ଦ୍ରୀୟ ଟିମ୍ ପ୍ରତିଶ୍ରୁତି ଦେଇଛି।

ବୈଠକ ପରେ ଶ୍ରୀ ଭରଦ୍ୱାଜ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ରୀୟ ଟିମ୍ ବାତ୍ୟା ପ୍ରଭାବିତ ଅଧିକାଂଶ ଅଞ୍ଚଳ ବୁଲି ଦେଖିଛନ୍ତି। ବିଶେଷକରି ପୁରୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଓଡ଼ିଶା ସରକାରଙ୍କୁ ସହଯୋଗ ପ୍ରଦାନ କରାଯିବ। ବିଦ୍ୟୁତ ନେଟୱାର୍କ କ୍ଷେତ୍ରରେ ହେଉ ଅବା ମନରେଗା ମାଧ୍ୟମରେ ଲୋକଙ୍କ ଜୀବନଜୀବିକାକୁ ସୁଦୃଢ଼ କରିବା ସହ ସବୁ କ୍ଷେତ୍ରରେ କେନ୍ଦ୍ର ସରକାର ସହଯୋଗ ଯୋଗାଇ ଦେବେ।

ସେହିପରି ମୁଖ୍ୟ ସଚିବ ଶ୍ରୀ ପାଢ଼ୀ କହିଛନ୍ତି ଯେ, ବିସ୍ତୃତ କ୍ଷୟକ୍ଷତି ରିପୋର୍ଟ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି । ଏନେଇ ଆଉ କିଛିଦିନ ସମୟ ଲାଗିବ। ଜିଲ୍ଲାପାଳମାନଙ୍କ ରିପୋର୍ଟକୁ ଆକଳନ କରାଯିବା ପରେ କେନ୍ଦ୍ର ସରକାରଙ୍କୁ ଚୂଡ଼ାନ୍ତ ସ୍ମାରକପତ୍ର ଦିଆଯିବ। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସଡିଆରଏଫ) ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏନଡିଆରଏଫ) ସର୍ତ୍ତାବଳୀକୁ ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ଯେହେତୁ ହାଇ ଟ୍ରାନ୍ସମିଶନ ତାରଗୁଡ଼ିକ ଏସଡିଆରଏଫ ଓ ଏନଡିଅରଏଫ ଅନ୍ତର୍ଗତ ଆସୁନି, ତେଣୁ ରାଜ୍ୟ ସରକାର ଏହି ସର୍ତ୍ତାବଳୀର ସଂଶୋଧନ ଦାବି କରିଛନ୍ତି।

ସେହିପରି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି ଯେ, କ୍ଷତିଗ୍ରସ୍ତ ସାର୍ବଜନୀନ ଭିତ୍ତିଭୂମି ବାବଦରେ ୫ହଜାର କୋଟି ଟଙ୍କା ଓ ଏସଡିଆରଏଫ ସର୍ତ୍ତାବଳୀ ଅନୁସାରେ ୭ହଜାର କୋଟି ଟଙ୍କା ଯୋଗାଇ ଦେବାକୁ ଓଡ଼ିଶା ଦାବି କରିଛି। ମେ’ ୧୫ତାରିଖ ପରେ ଘରଘର ସର୍ଭେ ପରେ ବାସ୍ତବ କ୍ଷୟକ୍ଷତି ଆକଳନ କରାଯାଇପାରିବ। ଚଳିତମାସ ଶେଷସୁଦ୍ଧା କେନ୍ଦ୍ର ସରକାରଙ୍କୁ ଚୂଡ଼ାନ୍ତ ସ୍ମାରକପତ୍ର ପ୍ରଦାନ କରାଯିବ।

ଆଜି କେନ୍ଦ୍ରୀୟ ଟିମକୁ ଦିଆଯାଇଥିବା କ୍ଷୟକ୍ଷତି ରିପୋର୍ଟରେ ଜଳସମ୍ପଦ ବିଭାଗର ୩୭୩.୦୧ କୋଟି ଟଙ୍କା, ପୂର୍ତ୍ତ ବିଭାଗର ୫୯୭.୩୨ କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗର ୪୩୫.୧୭କୋଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୫୨୪.୩୪କୋଟି, ପଞ୍ଚାୟତିରାଜ ବିଭାଗର ୫୮୭.୦୩ କୋଟି, କୃଷି ବିଭାଗର ୧୦୨.୩୦କୋଟି, ଶକ୍ତି ବିଭାଗର ୧୧୫୯.୮୦କୋଟି ଟଙ୍କା, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ୫୫.୪୩ କୋଟି, ମହିଳା ଓ ଶିଶୁ ବିକାଶ ବିଭାଗର ୭୨.୪୮କୋଟି ଟଙ୍କା, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ୭୪.୩୧କୋଟି, ସମବାୟ ବିଭାଗର ୧୭.୪୧ କୋଟି, ଉଚ୍ଚଶିକ୍ଷା ବିଭାଗର ୨୯୬କୋଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧୨.୭୬ କୋଟି, ଜଙ୍ଗଲ ଓ ପରିବେଶ ବିଭାଗର ୫୩୭.୮୦ କୋଟି, ଶିଳ୍ପ ବିଭାଗର ୧୫୨.୬୯ କୋଟି, ସଂସ୍କୃତି ବିଭାଗର ୭୨.୭୪ କୋଟି ଓ ଶ୍ରୀଜଗନ୍ନାଥ ମନ୍ଦିରର ୫.୧୦କୋଟି ଟଙ୍କା କ୍ଷତି ହୋଇଛି । ସେହିପରି କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ ଓ ବିଭିନ୍ନ ସହାୟତା ବାବଦରେ ୬୭୬୭.୫୬ କୋଟି ଟଙ୍କାର ପ୍ରାରମ୍ଭିକ ଆକଳନ ଦାବି କେନ୍ଦ୍ର ସରକାରଙ୍କ ପାଖରେ ଉପସ୍ଥାପନ କରାଯାଇଛି ବୋଲି ଶ୍ରୀ ସେଠୀ ସୂଚନା ଦେଇଛନ୍ତି।



from Odisha Reporter http://bit.ly/2VugKjT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages