
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହ ବାରମ୍ୱାର ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେଇ ଦାୟର ହୋଇଥିବା ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।
ନିର୍ବାଚନ କମିଶନ ସମସ୍ତ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗର ମାମଲାରେ ନିଷ୍ପତ୍ତି ନେଇ ସାରିଥିବାରୁ ଏହାର ଶୁଣାଣିର ଆବଶ୍ୟକତା ନାହିଁ ଦର୍ଶାଇ କଂଗ୍ରେସ ସାଂସଦ ସୁସ୍ମିତା ଦେବଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି।
ତେବେ ନିକଟରେ ଏହି କଂଗ୍ରେସ ସାଂସଦ ନିର୍ବାଚନ କମିଶନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ନିଷ୍ପତ୍ତିରେ ପାତର ଅନ୍ତର କରୁଥିବା ଦର୍ଶାଇଥିଲେ। ହେଲେ ଏହାକୁ ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କୁ ନେଇ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ସହ ଯୋଡ଼ି କାର୍ଯ୍ୟାନୁଷ୍ଠାନ ନେଇ ହେବନି ବୋଲି ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଶୁଣାଣି କରି କହିଥିଲେ।
ଯଦି ନିର୍ବାଚନ କମିଶନ ତାଙ୍କ ନିଷ୍ପତ୍ତିରେ ପାତର ଅନ୍ତର କରୁଥିବାର କୌଣସି ଦଳ ହୃଦବୋଧ କରୁଛି ତାହେଲେ ଆଉ ଏକ ଆବେଦନ କରିବାକୁ ପଡ଼ିବ ବୋଲି ଖଣ୍ଡପୀଠ କହିଛନ୍ତି।
from Odisha Reporter http://bit.ly/2Jq8Fu8
No comments:
Post a Comment