ଦିଗବିଜୟଙ୍କ ରାଲିରେ ମଧ୍ୟପ୍ରଦେଶ ପୁଲିସ୍‌ର ଗେରୁଆ ଅବତାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ଦିଗବିଜୟଙ୍କ ରାଲିରେ ମଧ୍ୟପ୍ରଦେଶ ପୁଲିସ୍‌ର ଗେରୁଆ ଅବତାର

ଭୋପାଲ: ବୁଧବାର ମଧ୍ୟପ୍ରଦେଶର ଭୋପାଲରେ କଂଗ୍ରେସ ପ୍ରାର୍ଥୀ ଦିଗ୍‌ବିଜୟ ସିଂହଙ୍କ ରାଲିରେ ସିଭିଲ୍‌ ୟୁନିଫର୍ମରେ ଥିବା କିଛି ପୁଲିସ୍‌ ଅଧିକାରୀଙ୍କୁ ଗେରୁଆ ଅବତାରରେ ଦେଖିବାକୁ ମିଳିଛି। ଏହି ରୋଡ୍‌ଶୋ’ରେ ଦିଗ୍‌ବିଜୟଙ୍କ ସହ ନାମଦେଓ ଦାସ ତ୍ୟାଗୀ ବା କମ୍ପ୍ୟୁଟର ବାବାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଆଉ ରାଲିରେ ଗେରୁଆ ଉତ୍ତରୀୟ ପକାଇଥିବା ଜଣେ ପୁଲିସ୍‌ କହିଥିଲେ, ଏପରି କରିବାକୁ କୁଆଡ଼େ ଉପରୁ କୁହାଯାଇଛି। ତାଙ୍କର ଏହି ମନ୍ତବ୍ୟ ପରେ ବିବାଦ ଜୋର ଧରିଥିଲା।

ପୁଲିସ୍‌ ଏହାର କାରଣ ସ୍ୱରୂପ କହିଥିଲା ଏହା ସୁରକ୍ଷା ଦୃଷ୍ଟିରୁ କରାଯାଇଥିଲା ଏବଂ ଏହା ‘ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର’ ଅନୁଯାୟୀ କରାଯାଇଥିଲା। ସନ୍ଧ୍ୟାରେ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞାଙ୍କ ଶୋଭାଯାତ୍ରାରେ ମଧ୍ୟ ଅନୁରୂପ ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ଭୋପାଲ ଡିଆଇଜି କିନ୍ତୁ କହିଛନ୍ତି, ଆମେ ଏବଂ ଏହି କାର୍ଯ୍ୟକ୍ରମର ଆୟୋଜକ ଉଭୟଙ୍କ ପକ୍ଷରୁ ଭଲ୍ୟୁଣ୍ଟିଅର୍ସ ମାନଙ୍କୁ ଯୋଗାଡ଼ କରାଯାଇଥିଲା। ଭଲ୍ୟୁଣ୍ଟିଅରମାନେ କ’ଣ ପିନ୍ଧିବେ ଆମେ କହିପାରିବୁନାହିଁ। କେହି ପୁଲିସ୍‌ ଅଧିକାରୀ ଏପରି ଉତ୍ତରୀୟ ପିନ୍ଧିନାହାନ୍ତି।

ହିନ୍ଦୁଙ୍କ ମଧ୍ୟରେ ସାଧ୍ୱୀ ପ୍ରଜ୍ଞାଙ୍କ ଲୋକପ୍ରିୟତାକୁ ଟକ୍କର ଦେବାପାଇଁ ଦିଗ୍‌ବିଜୟ କମ୍ପ୍ୟୁଟର ବାବାଙ୍କ ଆଶ୍ରୟ ନେଇଛନ୍ତି। ଏପରିକି ଦିଗ୍‌ବିଜୟଙ୍କ ସମର୍ଥନରେ କମ୍ପ୍ୟୁଟର ବାବାଙ୍କ ସହିତ ବେଶ୍‌ କିଛି ସାଧୁ ଏକ କାର୍ଯ୍ୟକ୍ରମରେ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା। ଧର୍ମନିରପେକ୍ଷତା ଆଧାରରେ ଲଢ଼ିଆସୁଥିବା କଂଗ୍ରେସ ଚଳିତ ନିର୍ବାଚନରେ ବିଜେପି ରାସ୍ତାରେ ଚାଲୁଥିବା ଚର୍ଚ୍ଚା ହେଉଛି।



from Odisha Reporter http://bit.ly/2JqBpmc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages