ଗୁମ୍ଫା ଭିତରେ ଧ୍ୟାନରେ ବସିଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ଗୁମ୍ଫା ଭିତରେ ଧ୍ୟାନରେ ବସିଲେ ମୋଦି

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟ ଭୋଟ୍‌ ପାଇଁ ପ୍ରଚାର ଶେଷ ହେବାର ଗୋଟିଏ ଦିନ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥ ଯାଇ ପୂଜାର୍ଚ୍ଚନା କରିଛନ୍ତି। ଏହାପରେ ସେ କେଦାରନାଥରେ ଥିବା ଏକ ଗୁମ୍ଫାରେ ଧ୍ୟାନରେ ବସିଛନ୍ତି। ଆସନ୍ତାକାଲି ଯାଏ ସେ ଏଭଳି ଧ୍ୟାନରେ ବସିବେ ବୋଲି ଜଣାପଡ଼ିଛି। ଧ୍ୟାନରୁ ଉଠିବା ପରେ ମୋଦି ବଦ୍ରିନାଥ ଯାଇ ପୂଜାର୍ଚ୍ଚନା କରିବେ।

ମୋଦି ଧ୍ୟାନରେ ବସିଥିବା ବେଳର ଫଟୋକୁ ଉତ୍ତରାଖଣ୍ଡ ବିଜେପି ପକ୍ଷରୁ ଶେୟାର କରାଯାଇଛି। ସେ ଏକ ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରିଛନ୍ତି। ଆଉ ଏକ ଫଟୋରେ ମୋଦି ଗୁମ୍ଫା ମଧ୍ୟରେ ହାତ ଯୋଡ଼ି ପୂଜା କରୁଥିବା ଦେଖିବାକୁ ମିଳିଛି।

ଆଜି ସକାଳେ ସେ ଡେରାଡୁନ୍‌ର ଜଲି ଗ୍ରାଣ୍ଟ ଏୟାର ପୋର୍ଟରେ ପହଞ୍ଚିଥିଲେ। ସେଠାରୁ ସେ ହେଲିକପ୍ଟର ଯୋଗେ କେଦାରନାଥ ଯାଇଥିଲେ। ମୋଦିଙ୍କ ଏହି ଦୁଇ ଦିନିଆ କେଦାରନାଥ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିର୍ବାଚନ କମିଶନଙ୍କ ଅନୁମତି ଲୋଡ଼ିଥିଲା।

କେଦାରନାଥରେ ପହଞ୍ଚିବା ପରେ ମୋଦି ସେଠାରେ ବିଭିନ୍ନ ପ୍ରକଳ୍ପ ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ। ମୋଦି କେଦାରନାଥ ଯିବା ବାଟରେ ଏକାଧିକ ଫଟୋ ଉଠାଇଥିଲେ। ଏହାକୁ ସେ ନିଜର ଟ୍ୱିଟର ଆକାଉଣ୍ଟରେ ମଧ୍ୟ ଶେୟାର କରିଛନ୍ତି।



from Odisha Reporter http://bit.ly/2YwnVJW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages