
ଶ୍ରୀନଗର: ସହିଦ ଯବାନ ତଥା ରାଇଫଲମ୍ୟାନ୍ ଔରଙ୍ଗଜେବଙ୍କ ହତ୍ୟାକାଣ୍ଡର ବଦଲା ଆଜି ସୁରକ୍ଷାକର୍ମୀମାନେ ନେଇଛନ୍ତି। ଆଜି ପୁଲୱାମାରେ ସଂଗଠିତ ଏନ୍କାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଥିବା ସୌକତ ଅହମ୍ମଦ ଦାର ହିଁ ଔରଙ୍ଗଜେବଙ୍କୁ ଅପହରଣ ଓ ହତ୍ୟା କରିଥିଲା।
୨୪ ବର୍ଷୀୟ ଔରଙ୍ଗଜେବ ୪୪ ରାଷ୍ଟ୍ରୀୟ ରାଇଫଲରେ କାର୍ଯ୍ୟ କରୁଥିଲେ। ୨୦୧୮ ଜୁନ୍ ମାସରେ ଇଦ୍ ପାଇଁ ସେ ଘରକୁ ଆସୁଥିବା ବେଳେ ତାଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଥିଲେ।
କିଛି ଦିନ ପରେ ତାଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର ହୋଇଥିଲା। ଅପହରଣ ବେଳେ ଔରଙ୍ଗଜେବ ତାଙ୍କ ଭାଇଙ୍କ ସହ ଫୋନରେ କଥା ହେଉଥିଲେ। ଔରଙ୍ଗଜେବ ଆତଙ୍କବାଦୀଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଥିଲେ ହେଁ ମୁଣ୍ଡ ନୁଆଁଇ ନଥିଲେ। ସହିଦ ଔରଙ୍ଗଜେବଙ୍କୁ ଭାରତ ସରକାରଙ୍କ ପକ୍ଷରୁ ସୂର୍ଯ୍ୟ ଚକ୍ର ସମ୍ମାନ ମିଳିଛି। ଉଲ୍ଲେଖଯୋଗ୍ୟ, ଔରଙ୍ଗଜେବଙ୍କ ବାପା ମହମ୍ମଦ ହନିଫ ବିଜେପିରେ ସାମିଲ ହୋଇଛନ୍ତି।
from Odisha Reporter http://bit.ly/2WQNCVn
No comments:
Post a Comment