ଚେନ୍ନାଇକୁ ୬ ୱିକେଟରେ ହରାଇଲା ପଞ୍ଜାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

ଚେନ୍ନାଇକୁ ୬ ୱିକେଟରେ ହରାଇଲା ପଞ୍ଜାବ

ଚଣ୍ଡିଗଡ଼: ଲୋକେଶ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଚଳିତ ଆଇପିଏଲରେ ରବିବାର ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ୬ ୱିକେଟରେ ପରାସ୍ତ କରିଛି। ବିଜୟ ସତ୍ତ୍ୱେ ପଞ୍ଜାବ ପ୍ଲେଅଫରେ ସ୍ଥାନ ହାସଲ କରିପାରି ନାହିଁ। ଅନ୍ୟପକ୍ଷରେ ପରାଜୟ ସତ୍ତ୍ୱେ ଚେନ୍ନାଇ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ବଜାୟ ରଖିଛି। ଯଦି ମୁମ୍ବାଇ ତା’ର ଶେଷ ମ୍ୟାଚରେ କୋଲକାତାକୁ ହରାଇ ଦିଏ, ତାହେଲେ ଚେନ୍ନାଇ ଦ୍ୱିତୀୟ ସ୍ଥାନକୁ ଖସି ଆସିବ।

ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ଫାଫ୍ ଡ୍ୟୁପ୍ଲେସିସ୍ ଓ ସୁରେଶ ରାଇନାଙ୍କ ଦମଦାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୦ ରନ୍ କରିଥିଲା। ଚେନ୍ନାଇ ପକ୍ଷରୁ ଡ୍ୟୁପ୍ଲେସିସ୍ ସର୍ବାଧିକ ୯୬ (୫୫ ବଲ୍, ୧୦ ଚୌକା, ୪ ଛକା) ରନ୍ କରି ଶତକରୁ ବଞ୍ଚିତ ହୋଇଥିଲେ। ଜବାବରେ ପଞ୍ଜାବ ୧୮ ଓଭରରେ ୪ ୱିକେଟ୍ ହରାଇ ୧୭୩ ରନ୍ କରି ବିଜୟୀ ହୋଇଛି। ଟିମ୍ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ରାହୁଲ୍ ମାତ୍ର ୩୬ ବଲରେ ୭ ଚୌକା ଓ ୫ ଛକା ସହ ୭୧ ରନ୍ କରିଛନ୍ତି।

୧୭୧ ରନର ଲକ୍ଷ୍ୟର ପିଛା କରୁଥିବା ପଞ୍ଜାବକୁ ଦୁଇ ଓପ୍ନର ରାହୁଲ ଓ କ୍ରିସ୍ ଗେଲ୍ (୨୮) ଭଲ ଆରମ୍ଭ ଦେଇଥିଲେ। ବିଶେଷକରି ରାହୁଲ୍ ଚେନ୍ନାଇ ବୋଲରଙ୍କୁ ଆକ୍ରମଣ କରିଥିବା ବେଳେ ଗେଲ୍ ଧିମା ବ୍ୟାଟିଂ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୦.୩ ଓଭରରେ ୧୦୮ ରନ୍ ଯୋଡ଼ି ଟିମ୍ ପାଇଁ ବିଜୟ ମୂଳଦୁଆ ପକାଇଥିଲେ।

ଉଭୟେ ଓପ୍ନରଙ୍କୁ ଚେନ୍ନାଇର ଭେଟେରାନ୍ ସ୍ପିନର ହରଭଜନ ସିଂହ ପ୍ୟାଭିଲିୟନ୍ ପଠାଇଥିଲେ। ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ମୟଙ୍କ ଅଗ୍ରୱାଲ୍ ମାତ୍ର ୭ ରନ୍ କରି ହରଭଜନ ସିଂହଙ୍କ ଶିକାର ହୋଇଥିଲେ। ତେବେ ନିକୋଲାସ ପୁରାନ୍ ଓ ମନଦୀପ ସିଂହ ଚତୁର୍ଥ ୱିକେଟ୍ ପାଇଁ ୪୬ ରନ୍ ଯୋଡ଼ି ପଞ୍ଜାବ ବିଜୟକୁ ସୁନିଶ୍ଚିତ କରିଥିଲେ। ପୁରାନ୍ ୨୨ ବଲରେ ୨ ଚୌକା ଓ ୩ ଛକା ସହ ୩୬ ରନ୍ କରି ଆଉଟ୍ ହୋଇଥିଲେ। ମନଦୀପ ୧୧ ଓ ସାମ୍ କରାନ୍ ୬ ରନ୍ କରି ଅପରାଜିତ ଥିଲେ। ଚେନ୍ନାଇ ପକ୍ଷରୁ ହରଭଜନ ସିଂହ ୩ଟି ଓ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ୍ ଅଶ୍ୱିନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପଞ୍ଜାବକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ ସାମ୍ କରାନ୍। ମ୍ୟାଚର ପଞ୍ଚମ ଓଭରରେ ଚେନ୍ନାଇ ଓପ୍ନର ଶେନ୍ ୱାଟସନ୍ ମାତ୍ର ୭ ରନ୍ କରି କ୍ଲିନ୍ ବୋଲ୍ଡ ହୋଇଥିଲେ। ଏହା ପରେ ଡ୍ୟୁପ୍ଲେସିସ୍ ଓ ରାଇନା ଦମଦାର ବ୍ୟାଟିଂ କରି ଟିମକୁ ମଜଭୁତ୍ ସ୍କୋର ଦେଇଥିଲେ।

ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୧୨୦ ରନର ଶତକୀୟ ପାର୍ଟନରଶିପ୍ କରିଥିଲେ। ରାଇନା ୩୮ ବଲରେ ୫ ଚୌକା ଓ ୨ ଛକା ସହ ୫୩ ରନ୍ କରି କରାନଙ୍କ ବଲରେ ମହମ୍ମଦ ଶାମିଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ରାଇନାଙ୍କ ଆଉଟ୍ ପରେ ଚେନ୍ନାଇର ରନ୍ ଗତି ହ୍ରାସ ପାଇଥିଲା। ଟିମ୍ ସ୍କୋର ୧୬୩ ଥିବା ବେଳେ ଡ୍ୟୁପ୍ଲେସିସଙ୍କୁ ବୋଲ୍ଡ କରି କରାନ୍ ପଞ୍ଜାବକୁ ବଡ଼ ସଫଳତା ଦେଇଥିଲେ।

ଏହା ପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଉପସ୍ଥିତି ସତ୍ତ୍ୱେ ଟିମ୍ ବଡ଼ ସ୍କୋର କରିପାରି ନଥିଲା। ଧୋନି ୧୦ ଓ ଡ୍ୱେନ୍ ବ୍ରାଭୋ ୧ ରନ୍ କରି ଅପରାଜିତ ଥିଲେ। ତେବେ ଅମ୍ବାତି ରାୟୁଡୁ (୧) ଓ କେଦାର ଯାଦବ (୦)ଙ୍କୁ ଶାମି ପ୍ୟାଭିଲିୟନ୍ ପଠାଇଥିଲେ। ପଞ୍ଜାବ ପକ୍ଷରୁ କରାନ୍ ୩୫ ରନ୍ ଦେଇ ୩ଟି ଓ ଶାମି ୧୭ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ।



from Odisha Reporter http://bit.ly/2WtDJg4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages