ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ପତ୍ର ଆହ୍ୱାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ପତ୍ର ଆହ୍ୱାନ

ନୂଆଦିଲ୍ଲୀ: ୨୦୨୦ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯିବାକୁ ଥିବା ପଦ୍ମ ପୁରସ୍କାର ପାଇଁ ୨୦୧୯ ମେ ୧ ତାରିଖରୁ ଅନ୍‌ଲାଇନ୍‌ରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ସେପ୍ଟେମ୍ୱର ୧୫ ତାରିଖ ରହିଛି।

ପଦ୍ମ ପୁରସ୍କାର ଅନ୍ତର୍ଗତ ରହିଛି ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ପୁରସ୍କାର। ଏହା ହେଉଛି ଦେଶର ଶ୍ରେଷ୍ଠ ବେସାମରିକ ପୁରସ୍କାର। ୧୯୫୪ରୁ ଆରମ୍ଭ ହୋଇଥିବା ଏହି ପୁରସ୍କାରକୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ପ୍ରଦାନ କରାଯାଇଥାଏ। କଳା, ଶିକ୍ଷା, କ୍ରୀଡ଼ା, ଚିକିତ୍ସା / ଔଷଧ, ସମାଜସେବା, ବିଜ୍ଞାନ, ଇଞ୍ଜିନିୟରିଂ, ସାର୍ବଜନୀନ କ୍ଷେତ୍ର, ପ୍ରଶାସନିକ ସେବା, ବାଣିଜ୍ୟ ଓ ଶିଳ୍ପ ଆଦି କ୍ଷେତ୍ରରେ ଅସାଧାରଣ ସଫଳତା ଓ ସେବାର ସ୍ୱୀକୃତି ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।

ଜାତି, ଜୀବିକା, ପଦବୀ ଓ ଲିଙ୍ଗ ଆଦି ନିର୍ବିଶେଷରେ ସମସ୍ତ ଭାରତୀୟ ନାଗରିକ ଏହି ପୁରସ୍କାର ପାଇଁ ଆବେଦନ କରିବାକୁ ଯୋଗ୍ୟ। କିନ୍ତୁ ଡାକ୍ତର ଓ ବୈଜ୍ଞାନିକଙ୍କ ବ୍ୟତୀତ ଅନ୍ୟ ସରକାରୀ କର୍ମଚାରୀ ଓ ପିଏସୟୁମାନଙ୍କରେ କାମ କରୁଥିବା କର୍ମଚାରୀମାନେ ପଦ୍ମ ପୁରସ୍କାର ପାଇଁ ଆବେଦନ କରିପାରିବେ ନାହିଁ।

ପଦ୍ମ ପୋର୍ଟାଲ www.padmaaward.gov.in ରେ ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ପତ୍ର ଗ୍ରହଣ କରାଯିବ। କେନ୍ଦ୍ର ମନ୍ତ୍ରଣାଳୟ, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସରକାର, ଭାରତରତ୍ନ ଓ ପଦ୍ମବିଭୂଷଣ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ତଥା ଉତ୍କର୍ଷ ପ୍ରାପ୍ତ ପ୍ରତିଷ୍ଠାନମାନଙ୍କୁ ଯୋଗ୍ୟ ପ୍ରାର୍ଥୀ ଚୟନ କରି ସେମାନଙ୍କ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଅନୁରୋଧ କରାଯାଇଛି।

ପ୍ରତ୍ୟେକ ନାଗରିକ ନିଜ ପାଇଁ କିମ୍ୱା ଅନ୍ୟମାନଙ୍କ ପାଇଁ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଉପରୋକ୍ତ ୱେବ୍‌ସାଇଟରେ ନାମାଙ୍କନ ଦାଖଲ କରାଯାଉଥିବା ବ୍ୟକ୍ତିଙ୍କର ଅସାଧାରଣ ସଫଳତା ବା ସେବା ସମ୍ୱନ୍ଧରେ ୮୦୦ ଶବ୍ଦରେ ଏକ ବର୍ଣ୍ଣନା ସହିତ ଏକ ନିର୍ଦ୍ଧିଷ୍ଟ ଫର୍ମାଟରେ ଆବଶ୍ୟକ ସୂଚନା ଉଲ୍ଲେଖ କରିବାକୁ ପଡ଼ିବ। ଅନ୍‌ଲାଇନରେ ସୁପାରିସ କରାଯାଉଥିବା ବ୍ୟକ୍ତିଙ୍କ ପାଇଁ ସମସ୍ତ ଆବଶ୍ୟକ ସୂଚନା ପ୍ରଦାନ କରିବାକୁ ପଡ଼ିବ।

ମହିଳା, ସମାଜର ଦୁର୍ବଳ ବର୍ଗ, ତଫସିଲଭୁକ୍ତ ଜାତି ଓ ଉପଜାତି ତଥା ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମଧ୍ୟରୁ ପୁରସ୍କାର ଯୋଗ୍ୟ ପ୍ରତିଭାବାନ ବ୍ୟକ୍ତିଙ୍କ ସନ୍ଧାନ ପାଇଁ ପ୍ରୟାସ କରିବା ଲାଗି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁରୋଧ କରିଛି। ଗୃହ ମନ୍ତ୍ରଣାଳୟର ୱେବସାଇଟ୍‌ www.mha.gov.in ର ‘ପୁରସ୍କାର ଓ ପଦକ ହେଡିଂ ଅନ୍ତର୍ଗତ ଏ ସମ୍ୱନ୍ଧରେ ଅଧିକ ସୂଚନା ଉପଲବ୍ଧ ରହିଛି।



from Odisha Reporter http://bit.ly/30TRx61

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages