୩ମାସ ସସ୍‌ପେଣ୍ଡ୍ ହେଲେ ଏହି ଭାରତ-ଏ କ୍ରିକେଟର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

୩ମାସ ସସ୍‌ପେଣ୍ଡ୍ ହେଲେ ଏହି ଭାରତ-ଏ କ୍ରିକେଟର୍

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଯୁବ କ୍ରିକେଟର ରିଙ୍କୁ ସିଂହଙ୍କୁ ବିନା ଅନୁମତିରେ କ୍ରିକେଟ୍ ଖେଳିବା ମହଙ୍ଗା ପଡ଼ିଛି। ଫଳସ୍ୱରୂପ ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତିନିମାସ ସସପେଣ୍ଡ କରିଛି। ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ପକ୍ଷରୁ ଖେଳିଥିବା ରିଙ୍କୁ ନିକଟରେ ଆବୁଧାବିରେ ଆୟୋଜିତ ଅନଅଫିସିଆଲ୍ ଟି-୨୦ ଲିଗରେ ଭାଗ ନେଇଥିଲେ।

ଉତ୍ତର ପ୍ରଦେଶର ପ୍ରଥମଶ୍ରେଣୀ କ୍ରିକେଟର୍ ରିଙ୍କୁ ଏହି ଲିଗରେ ଭାଗ ନେବା ପାଇଁ ବିସିସିଆଇଠାରୁ ଅନୁମତି ନେଇ ନଥିଲେ। ଏହି କାରଣରୁ ଭାରତ-ଏ’ ପକ୍ଷରୁ ପ୍ରତିନିଧିତ୍ୱ କରିସାରିଥିବା ରିଙ୍କୁଙ୍କୁ ତତ୍କାଳ ପ୍ରଭାବରେ ତିନିମାସ ପର୍ଯ୍ୟନ୍ତ ସସପେଣ୍ଡ କରିଦିଆଯାଇଛି। ରିଙ୍କୁଙ୍କ ସସପେଣ୍ଡ ସମୟ ଜୁନ୍ ୧ ତାରିଖରୁ ଲାଗୁ ହେବ।

ଏ ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ଆବୁଧାବିରେ ଟି-୨୦ ଲିଗ୍ ଖେଳିବା ପାଇଁ ରିଙ୍କୁ ବିସିସିଆଇଠାରୁ ଅନୁମତି ନେଇ ନଥିଲେ। ସେ ବିସିସିଆଇ ନୀତିନିୟମର ଅବମାନନା କରିଛନ୍ତି। ବିସିସିଆଇ ଭବିଷ୍ୟତରେ ଏଭଳି ଉଲ୍ଲଙ୍ଘନକୁ ବରଦାସ୍ତ କରିବ ନାହିଁ। ଯଦି କୌଣସି ଖେଳାଳି ବିସିସିଆଇ ନୀତିନିୟମର ଅବମାନନା କରନ୍ତି, ତାହେଲେ ସେହି ଖେଳାଳିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ସସପେଣ୍ଡ ଦ୍ୱାରା ରିଙ୍କୁ ଭାରତ-ଏ’ ଟିମରୁ ବାଦ୍ ପଡ଼ିଛନ୍ତି।

ବିସିସିଆଇ ନିୟମ ଅନୁଯାୟୀ, ବୋର୍ଡ ସହ ଚୁକ୍ତିପ୍ରାପ୍ତ ଖେଳାଳି ବିନା ଅନୁମତିରେ କୌଣସି ବିଦେଶୀ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇପାରିବେ ନାହିଁ। ରିଙ୍କୁ ଆଇପିଏଲର ଦ୍ୱାଦଶ ସଂସ୍କରଣରେ କେକେଆର ପକ୍ଷରୁ ୫ ମ୍ୟାଚ୍ ଖେଳି ମାତ୍ର ୩୭ ରନ୍ କରିଥିଲେ।



from Odisha Reporter http://bit.ly/2WblUq1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages