ସଭରକର ଇଂରେଜଙ୍କୁ କ୍ଷମା ମାଗିବା କଥା ପଢ଼ିବେ ପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ସଭରକର ଇଂରେଜଙ୍କୁ କ୍ଷମା ମାଗିବା କଥା ପଢ଼ିବେ ପିଲା

ଜୟପୁର: ରାଜସ୍ଥାନରେ ସରକାର ବଦଳିବା ସହ ଛାତ୍ରଛାତ୍ରୀଙ୍କ ବହିର କିଛି ବଷୟ ବସ୍ତୁ ମଧ୍ୟ ବଦଳି ଯାଇଛି। ବିଜେପିକୁ କ୍ଷମତାରୁ ହଟାଇ କଂଗ୍ରେସ ରାଜସ୍ଥାନରେ ସରକାର ଗଠନ କରିଥିଲା।

ଏହାପରେ କଂଗ୍ରେସ ସରକାର ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକରେ ଥିବା ବଷୟବସ୍ତକୁ ତର୍ଜମା କରିବାକୁ ଏକ କମିଟି ଗଠନ କରିଥିଲା। ଉକ୍ତ କମିଟି ପିଲାଙ୍କ ପାଠ୍ୟପୁସ୍ତକରେ କିଛିଟା ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଥିବା ବେଳେ ସରକାର ଏହାକୁ ଗ୍ରହଣ କରିଛନ୍ତି। କମିଟିର ପ୍ରସ୍ତାବ ଅନୁସାରେ ଆରଏସ୍‌ଏସ୍‌ର ବିଚାରକ ବିନାୟ ଦାମଦୋର ସଭରକରଙ୍କ ବାୟୋଗ୍ରାଫିକୁ ବିଜେପି ସରକାର ପିଲାଙ୍କ ପାଠ୍ୟପୁସ୍ତକରେ ସାମିଲ କରିଥିଲେ। ଏଥିରେ ତାଙ୍କୁ ବୀର ସଭରକର ଭାବେ ଉପସ୍ଥାପନ କରାଯାଇଥିଲା।

ହେଲେ ଏବେ ଏଥିରେ ପରିବର୍ତ୍ତନ କରାଯାଇଛି। ସଭରକରଙ୍କ ନାଁ ଆଗରୁ ବୀରକୁ ହଟାଇ ଦିଆଯାଇଛି। ଦଶମ ଶ୍ରେଣୀର ସାମାଜିକ ବିଜ୍ଞାନ ବହିରେ ଏହି ବିଷୟରେ ଉଲ୍ଲେଖ ଥିଲା। କିନ୍ତୁ ଏବେ ପିଲାମାନେ କେବଳ ବିନାୟକ ଦାମଦୋର ସଭକରଙ୍କ ବିଷୟରେ ପଢ଼ିବେ। ସଭରକର ହିଁ ମହାତ୍ମା ଗାନ୍ଧିଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା। ତାଙ୍କରି ନିର୍ଦ୍ଦେଶରେ ୧୯୪୮ ମସିହାରେ ନାଥୁରାମ ଗଡ଼ସେ ଗାନ୍ଧିଜୀଙ୍କୁ ହତ୍ୟା କରିଥିଲା। ଏବେ ରାଜସ୍ଥାନ ସରକାରଙ୍କ କମିଟି ସଭରକରଙ୍କ ବିଷୟରେ ଏକ ନୂଆ ତଥ୍ୟ ସାମ୍ନାକୁ ଆଣିଛି।

ସ୍ୱାଧୀନତା ପୂର୍ବରୁ ସଭରକର ଇଂରେଜ ମାନଙ୍କୁ କ୍ଷମା ମାଗି କେମିତି ନିଜର ଜେଲ ମିଆଦି ଅବଧିକୁ କମାଇଥିଲେ ସେକଥା ବହିରେ ଉଲ୍ଲେଖ ରହିଛି। ୧୯୧୦ରେ ସଭରକରଙ୍କୁ ଇଂରେଜମାନେ ଗିରଫ କରିଥିଲେ। ବୈପ୍ଳବିକ ଚିନ୍ତା ଧାରା ପାଇଁ ତାଙ୍କୁ ୫୦ ବର୍ଷ ଜେଲଦଣ୍ଡ ମିଳିଥିଲା। କିନ୍ତୁ ସଭରକର ଇଂରେଜମାନଙ୍କୁ କ୍ଷମା ମାଗି ନିଜର ଜେଲ ଅବଧିକୁ ହ୍ରାସ କରାଇଥିଲେ। ସେ କ୍ଷମା ମାଗିବାକୁ ତାଙ୍କୁ ୧୯୨୧ ମସିହାରେ ମୁକ୍ତ କରାଯାଇଥିଲା ବୋଲି ବହିରେ ରହିଛି।
ସେହିପରି ପୂର୍ବରୁ ଜୌହର ପ୍ରଥା ବିଷୟ ବସ୍ତକୁ ପାଠ୍ୟ ପୁସ୍ତକରୁ ହଟାଇ ଦିଆଯାଇଛି।



from Odisha Reporter http://bit.ly/2Hjprto

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages