ସିଜେଆଇ ଯୌନ ନିର୍ଯାତନା ମାମଲା: ଜଷ୍ଟିସ୍‌ ନରିମାନ୍‌ ଏବଂ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ଙ୍କୁ ନେଇ କୋର୍ଟଙ୍କ ସ୍ପଷ୍ଟୀକରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

ସିଜେଆଇ ଯୌନ ନିର୍ଯାତନା ମାମଲା: ଜଷ୍ଟିସ୍‌ ନରିମାନ୍‌ ଏବଂ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ଙ୍କୁ ନେଇ କୋର୍ଟଙ୍କ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନାମରେ ଆସିଥିବା ଯୌନ ନିର୍ଯାତନା ମାମଲାରେ ନୂଆ ମୋଡ଼ ଆସିଛି। ବର୍ତ୍ତମାନ ସୁପ୍ରିମ୍‌କୋର୍ଟର ଦୁଇ ବରିଷ୍ଠ ବିଚାରପତିଙ୍କ ଭୂମିକାକୁ ନେଇ ବିଭିନ୍ନ ଖବରକାଗଜରେ ପ୍ରକାଶିତ ଖବରକୁ ସୁପ୍ରିର୍ମ୍‌କୋଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ସିଜେଆଇ ଜଷ୍ଟିସ୍‌ ଗୋଗୋଇଙ୍କ ନାମରେ ଆସିଥିବା ଯୌନ ନିର୍ଯାତନା ମାମଲାର ଶୁଣାଣି ଅଭିଯୋଗକାରୀଙ୍କୁ ସାମିଲ ନକରି ଶୁଣାଣି କରାଯିବାକୁ ନେଇ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଆର୍‌ଏଫ୍‌ ନରିମାନ୍‌ ପ୍ରଶ୍ନ ଉଠାଇଥିବା ରିପୋର୍ଟକୁ ସୁପ୍ରିମ୍‌କୋର୍ଟ ଖଣ୍ଡନ କରିଛନ୍ତି। ଏହି ବିବୃତି ସୁପ୍ରିମ୍‌କୋର୍ଟଙ୍କ ସେକ୍ରେଟାରୀ ଜେନେରାଲଙ୍କ କାର୍ଯ୍ୟରୂୟ ପକ୍ଷରୁ ଜାରି କରାଯାଇଛି। ଏଥିରେ କୁହାଯାଇଛି, ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଉଛି କିଛି ଖବରକାଗଜ ପ୍ରକାଶ କରିଛନ୍ତି ଦୁଇ ଜଣ ବିଚାରପତି ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେଙ୍କୁ ଭେଟିଛନ୍ତି।

ଏଥିରେ ଆହୁରି ମଧ୍ୟ କୁହାଯାଇଛି, ଏହି ମାମଲାର ଦାୟିତ୍ୱରେ ଥିବା ଆଭ୍ୟନ୍ତରୀଣ ତଦନ୍ତ କମିଟି ନିଜେ ହିଁ ସବୁକିଛି ପରିଚାଳନା କରୁଛନ୍ତି ଏବଂ ଏଥିପାଇଁ ଏହି କୋର୍ଟର କୌଣସି ବିଚାରପତିଙ୍କ ପରାମର୍ଶ ନେଉନାହାନ୍ତି।

ଏହାପୂର୍ବରୁ ଖବର ପ୍ରକାଶ ହୋଇଥିଲା ଯେ, ଶୁକ୍ରବାର ଜଷ୍ଟିସ୍‌ ନରିମାନ୍‌ ଏବଂ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ଜଷ୍ଟିସ୍‌ ବୋବ୍‌ଡେଙ୍କୁ ଭେଟିବା ସହ କହିଥିଲେ ପୀଡ଼ିତାଙ୍କୁ ସାମିଲ ନକରି ଏକପାଖିଆ ଶୁଣାଣି ସୁପ୍ରିମ୍‌କୋର୍ଟଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରିବ।

ସୂଚନାଯୋଗ୍ୟ ଯେ, ପୀଡ଼ିତାଙ୍କୁ ତାଙ୍କ ସହ ଆଇନଗତ ସହାୟତା ପାଇଁ କୌଣସି ଆଇନଜୀବୀ ବା ଅନ୍ୟ କାହାକୁ ଆଣିବାକୁ ଅନୁମତି ନଦିଆଯିବା କାରଣରୁ ସେ ତଦନ୍ତ କମିଟି ଆଗରେ ହାଜର ହେବାରୁ ଓହରି ଯାଇଛନ୍ତି। ତଦନ୍ତ କମିଟିର ମାହୋଲ ତାଙ୍କୁ ଠିକ୍‌ ଲାଗୁନଥିବା ଏବଂ ଏଥିରେ ଥିବା ବିଚାରପତିମାନେ ସିଜେଆଇ ଜଷ୍ଟିସ୍ ଗୋଗୋଇଙ୍କଠାରୁ ଜୁନିଅର୍‌ ହୋଇଥିବା ସେ କାରଣ ଦର୍ଶାଇଥିଲେ। ଏହା ସତ୍ତ୍ୱେ ତଦନ୍ତ କମିଟି ପୀଡ଼ିତାଙ୍କ ବିନା ଉପସ୍ଥିତିରେ ଶୁଣାଣି କରିବେ ବୋଲି କିଛି ଖବରକାଗଜରେ ପ୍ରକାଶ ପାଇଥିଲା।

ପୀଡ଼ିତା ପୂର୍ବରୁ ମଧ୍ୟ ଏହି ତଦନ୍ତ କମିଟି ତାଙ୍କୁ ନ୍ୟାୟ ଦେଇପାରିବନି ବୋଲି କହି ନିରାଶ ହୋଇସାରିଛନ୍ତି। ସେ କହିଛନ୍ତି, ମୋତେ ବାରମ୍ବାର ପଚରାଯାଉଥିଲା ମୁଁ ଏତେ ଡେରିରେ କାହିଁକି ଏ ଅଭିଯୋଗ ଆଣିଛି। ଗତ ଏପ୍ରିଲ ୨୦ରେ କିଛି ୱେବ୍‌ ପୋର୍ଟାଲ ଏହି ଘଟଣା ସାମ୍ନାକୁ ଆଣିବା ପରେ ମହିଳାଙ୍କ ଅଭିଯୋଗ ବାବଦରେ ଜଣାପଡ଼ିଥିଲା। ସେ ଜଣେ ପୂର୍ବତନ ସୁପ୍ରିମ୍‌କୋର୍ଟ କର୍ମଚାରୀ। ସୂଚନାଯୋଗ୍ୟ ଯେ, ଏହି ତଦନ୍ତ କମିଟିରେ ଜଷ୍ଟିସ୍‌ ବୋବ୍‌ଡେଙ୍କ ବ୍ୟତୀତ ଇନ୍ଦୁ ମାଲହୋତ୍ରା ଏବଂ ଇନ୍ଦିରା ବାନାର୍ଜୀ ମଧ୍ୟ ଅଛନ୍ତି।



from Odisha Reporter http://bit.ly/2DOdLN6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages