କେତେ ସତ ସାବ୍ୟସ୍ତ ହୋଇଛି ଏକଜିଟ୍ ପୋଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

କେତେ ସତ ସାବ୍ୟସ୍ତ ହୋଇଛି ଏକଜିଟ୍ ପୋଲ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ଗଣତନ୍ତ୍ରର ମହାପର୍ବ ଆଜି ଶେଷ ହୋଇଛି। ୭ଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଛି। ମେ’ ୨୩ରେ ଭୋଟ ଗଣତି ହେବ। କିନ୍ତୁ ଆଜି ଶେଷ ପର୍ଯ୍ୟାୟ ଭୋଟିଂ ସରିବା ପରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ‘ଏକଜିଟ୍ ପୋଲ୍’ ପ୍ରକାଶ ପାଇବାରେ ଲାଗିଛି।

ଏହି ଏକଜିଟ୍ ପୋଲ୍ ମାଧ୍ୟମରେ ଅନେକାଂଶରେ ନିର୍ବାଚନ ଫଳାଫଳର ଏକ ସ୍ପଷ୍ଟ ଚିତ୍ର ଆସିଥାଏ। ଆନୁଷ୍ଠାନିକ ଫଳାଫଳ ଆସିବା ପୂର୍ବରୁ ଦେଶର ମୁଡ୍ ଓ ହାୱାକୁ ଆକଳନ କରିବାରେ ଏହି ଏକଜିଟ୍ ପୋଲ୍ ସହାୟକ ହୋଇଥାଏ। କିନ୍ତୁ ‘ନିର୍ବାଚନୀ ଫଳାଫଳ’ ଓ ‘ଏକଜିଟ୍ ପୋଲ’ ମଧ୍ୟରେ କେତେ ସମାନତା ରହେ? ସତରେ କ’ଣ ଏହି ଏକଜିଟ୍ ପୋଲ୍ ସତ ସାବ୍ୟସ୍ତ ହୋଇଥାଏ, ଆସନ୍ତୁ ଜାଣିବା ଭାରତରେ କେବେ କେବେ ସତ ଓ ମିଛ ପ୍ରମାଣିତ ହୋଇଛି ଏହି ଏକଜିଟ୍ ପୋଲ୍ ?

୨୦୧୪ ଲୋକସଭା ଏକଜିଟ୍ ପୋଲ୍

ଅଧିକାଂଶ ଏକଜିଟ୍ ପୋଲ ରିପୋର୍ଟରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ସରକାର ଗଠନ କରିବାର ସୁଯୋଗ ମିଳିବ ବୋଲି କୁହାଯାଇଥିଲା। ଫଳାଫଳ ଆସିବା ପରେ ବିଜେପି ଏକାକୀ  ସରକାର ଗଠନ ପାଇଁ ଜନାଦେଶ ହାସଲ କରିପାରିଥିଲା। ଏନଡିଏ ୩୩୬ ସିଟରେ ବିଜୟୀ ହୋଇଥିବାବେଳେ କଂଗ୍ରେସକୁ ୪୪ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

ଇଣ୍ଡିଆ ଟୁଡେ-ସିସେରୋ’ ପକ୍ଷରୁ ହୋଇଥିବା ଏକଜିଟ୍ ପୋଲରେ ଏନଡିଏକୁ ୨୬୧-୨୮୩, ୟୁପିଏକୁ ୧୧୦-୧୨୦ ଓ ଅନ୍ୟାନ୍ୟଙ୍କୁ ୧୫୦-୧୬୨ ମିଳିବ ବୋଲି ଆକଳନ କରାଯାଇଥିବାବେଳେ ସିଏନଏନ-ଆଇବିଏନ୍ ଓ ସିଏସଡିଏସର ଏକଜିଟ୍ ପୋଲରେ ଏନଡିଏକୁ ୨୭୦-୨୮୨, ୟୁପିଏକୁ ୯୨-୧୦୨ଟି, ଅନ୍ୟାନ୍ୟ ୧୫୯-୧୮୧ ସିଟ୍, ଇଣ୍ଡିଆ ଟିଭି-ସି’ଭୋଟର ପକ୍ଷରୁ ଏକଜିଟ୍ ପୋଲରେ ଏନଡିଏକୁ ୨୮୯, ୟୁପିଏକୁ ୧୦୦ ଓ ଅନ୍ୟାନ୍ୟ ଦଳକୁ ୧୫୩ଟି ସି୍ଟ୍ ମିଳିବ ବୋଲି କୁହାଯାଇଥିଲା।

କିନ୍ତୁ ଆନୁଷ୍ଠାନିକ ଫଳାଫଳ ଆସିବା ପରେ ଏନଡିଏକୁ ୩୩୬,ୟୁପିଏକୁ ୬୦ଟି ଓ ଅନ୍ୟାନ୍ୟ ଦଳକୁ ୧୪୭ଟି ଆସନ ମିଳିଥିଲା।

ସେହିପରି ୧୯୯୮ ମସିହା ଲୋକସଭା ନିର୍ବାଚନ ସମୟରେ ବି ଅଧିକାଂଶ ଏକଜିଟ୍ ପୋଲର ଆକଳନ ସତ ପ୍ରମାଣିତ ହୋଇଥିଲା। ସେତେବେଳେ ଏକଜିଟ୍ ପୋଲରେ ବିଜେପି ନେତୃତ୍ୱାଧୀନ ମେଣ୍ଟକୁ ୨୦୦ରୁ ଅଧିକ ସିଟ୍ ଓ ବହୁମତ ମିଳିବ ବୋଲି କୁହାଯାଇଥିଲା। କଂଗ୍ରେସର ନେତୃତ୍ୱାଧୀନ ମେଣ୍ଟକୁ ୨୦୦ରୁ କମ୍ ସିଟ୍ ମିଳିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଫଳାଫଳ ଆସିବା ପରେ ବିଜେପି ମେଣ୍ଟକୁ ୨୫୨, କଂଗ୍ରେସ ମେଣ୍ଟକୁ ୧୬୬ଟି ଓ ଅନ୍ୟାନ୍ୟ ଦଳକୁ ୧୧୯ଟି ସିଟ୍ ମିଳିଥିଲା। ୧୯୯୮ ମସିହା ଲୋକସଭାକୁ ନେଇ ଆଉଟଲୁକ୍ / ଏସି ନେଲସନ୍ , ଡିଆରଏସ୍, ଇଣ୍ଡିଆ ଟୁଡେ-ସିଏସଡିଏସ୍, ଫ୍ରଣ୍ଟଲାଇନ୍-ସିଏମସ୍ ପକ୍ଷରୁ ଏକଜିଟ୍ ପୋଲ କରାଯାଇଥିଲା ।

ତେବେ ୨୦୦୪ ଓ ୨୦୦୯ ମସିହା ଲୋକସଭା ନିର୍ବାଚନ ଏକଜିଟ୍ ପୋଲରେ ହୋଇଥିବା ଆକଳନ ଭୁଲ୍ ପ୍ରମାଣିତ ହୋଇଥିଲା। ଆଜତକ୍ ଓଆରଜି-ଏମଏଆରଜି, ଏନଡିଟିଭି-ଏସି ନେଲସନ୍, ଷ୍ଟାର ନ୍ୟୁଜ୍- ସି’ଭୋଟର, ଜି-ନ୍ୟୁଜ୍ ପକ୍ଷରୁ ହୋଇଥିବା ହୋଇଥିବା ଭିନ୍ନ ଭିନ୍ନ ଏକଜିଟ୍ ପୋଲରେ ଏନଡିଏ କ୍ଷମତାକୁ ଫେରିବ ବୋଲି ଆକଳନ କରାଯାଇଥିଲା। ଯାହାକି ପରେ ଭୁଲ୍ ପ୍ରମାଣିତ ହୋଇଥିଲା ।



from Odisha Reporter http://bit.ly/2LUxh0Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages