ଷଷ୍ଠ ଟାଇଟଲ୍ ଉପରେ ଅଷ୍ଟ୍ରେଲିଆର ନଜର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ଷଷ୍ଠ ଟାଇଟଲ୍ ଉପରେ ଅଷ୍ଟ୍ରେଲିଆର ନଜର

ନୂଆଦିଲ୍ଲୀ: ବିଶ୍ୱକପ୍ ଇତିହାସର ସବୁଠାରୁ ସଫଳ ଦଳ ହେଉଛି ଅଷ୍ଟ୍ରେଲିଆ। ଏହି ଟିମ୍ ରେକର୍ଡ ପାଞ୍ଚଥର ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି। ଏଥର ଏହି ମହାସମରରେ ଅଷ୍ଟ୍ରେଲିଆ ଷଷ୍ଠଥର ଟ୍ରଫି ନିଜ ନାମରେ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। ଗତବର୍ଷ ବଲ୍ ଟ୍ୟାମ୍ପରିଂ ବିବାଦ କ୍ରିକେଟ୍ ଅଷ୍ଟ୍ରେଲିଆକୁ ହୋହଲାଇ ଦେଇଥିଲା। କିନ୍ତୁ ଏହି ବିବାଦକୁ ପଛରେ ପକାଇ କଙ୍ଗାରୁ ଟିମ୍ ନିକଟରେ ଭାରତ ଓ ପାକିସ୍ତାନ ବିପକ୍ଷରେ ସେମାନଙ୍କ ମାଟିରେ ବିଜୟ ହାସଲ କରି ବିଶ୍ୱକପ୍ ପାଇଁ ଦାବିଦାରକୁ ମଜଭୁତ୍ କରିଛି।

ବଲ୍ ଟ୍ୟାମ୍ପରିଂ ବିବାଦ ଯୋଗୁ ବର୍ଷେ ବାସନ୍ଦାଦେଶ କାଟି ପ୍ରତ୍ୟାବର୍ତ୍ତନ କରିଥିବା ଡେଭିଡ୍ ୱାର୍ଣ୍ଣର ଓ ଷ୍ଟିଭ୍ ସ୍ମିଥଙ୍କ ଫେରିବା ଦ୍ୱାରା ଟିମ୍ ମଜଭୁତ୍ ହୋଇଛି। ଏହାଦ୍ୱାରା ଟିମର ଅନ୍ୟ ସଦସ୍ୟଙ୍କ ମନୋବଳ ମଧ୍ୟ ବୃଦ୍ଧି ପାଇଛି। ଟିମ୍ ବ୍ରିସବେନରେ ତା’ର ଅଭ୍ୟାସ ଶିବିର ଶେଷ କରିଛି। କ୍ରିକେଟ୍ ଇତିହାସରେ ସବୁଠାରୁ ସଫଳ ଟିମ୍ ଅଷ୍ଟ୍ରେଲିଆ ୧୯୯୯ରୁ ୨୦୦୭ ପର୍ଯ୍ୟନ୍ତ ଲଗାତାର ତିନିଥର ଟାଇଟଲ୍ ଜିତିଥିଲା। ଲଗାତାର ତିନିଥର ଚାମ୍ପିଅନ୍ ହେବା ଏକ ଅଭୁତପୂର୍ବ ଉପଲବ୍ଧି।

୧୯୮୭ରେ ଅଷ୍ଟ୍ରେଲିଆ ପ୍ରଥମଥର ବିଶ୍ୱ ଚାମ୍ପିଅନ୍ ହୋଇଥିଲା। ଏହି ସଂସ୍କରଣ ପୂର୍ବରୁ ଟିମର କିଛି ଶ୍ରେଷ୍ଠ ଖେଳାଳି ବାଦ୍ ପଡ଼ିଥିଲେ, କିନ୍ତୁ ଏହା ସତ୍ତ୍ୱେ ସେମାନେ ଆତ୍ମବିଶ୍ୱାସ ନହରାଇ ଚମତ୍କାର ପ୍ରଦର୍ଶନ କରିଥିଲେ। ଚାରିବର୍ଷ ପୂର୍ବେ ଦ୍ୱିତୀୟଥର ନ୍ୟୁଜିଲ୍ୟାଣ୍ଡ ସହ ମିଳିତ ଆୟୋଜନରେ ଅଷ୍ଟ୍ରେଲିଆକୁ ଟାଇଟଲ୍ ଦାବିଦାର କୁହାଯାଉନଥିଲା। କିନ୍ତୁ ମେଲବର୍ଣ୍ଣ କ୍ରିକେଟ୍ ମଇଦାନରେ ପୁଣିଥରେ ଚାମ୍ପିଅନ୍ ହୋଇଥିଲା। ତେଣୁ ଆରୋନ୍ ଫିଞ୍ଚଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଟିମ୍ ଷଷ୍ଠଥର ବିଜେତା ହେଲେ କେହି ଆଶ୍ଚର୍ଯ୍ୟ ହେବେ ନାହିଁ।

ୱାର୍ଣ୍ଣର ବର୍ଷକର ବାସନ୍ଦାଦେଶ କାଟି ଫେରିବା ପରେ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ଆଇପିଏଲର ଦ୍ୱାଦଶ ସଂସ୍କରଣରେ ୬୯୨ ରନ୍ କରି ଟପ୍ ସ୍କୋରର ହୋଇଥିଲେ। ଏହି ପ୍ରଦର୍ଶନ ଦ୍ୱାରା ସେ ବିଶ୍ୱକପରେ ନିଜ ପ୍ରତିଦ୍ୱନ୍ଦ୍ୱୀ ବୋଲରଙ୍କୁ ଚେତାବନୀ ଦେଇଛନ୍ତି। କିନ୍ତୁ ସ୍ମିଥଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା।

ତେବେ ସ୍ମିଥ୍ ନିକଟରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ୱାର୍ମଅପ୍ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଫର୍ମକୁ ଫେରିଛନ୍ତି। ଆଇପିଏଲର ଅନ୍ତିମ ସମୟରେ ଫର୍ମ ହାସଲ କରିଥିବା ସ୍ମିଥ୍ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଯଥାକ୍ରମେ ୮୯ ଓ ୯୧ ରନର ଇନିଂସ୍ ଖେଳିଥିଲେ।

ଏହି ଦୁଇ ଖେଳାଳି କେପଟାଉନରେ ବଲ ଟ୍ୟାମ୍ପରିଂ ଘଟଣାର ଭରଣା ପାଇଁ ବିଶ୍ୱକପ୍ ମଞ୍ଚକୁ ବ୍ୟବହାର କରିବେ। ତେବେ ଦେଖିବାକୁ ବାକି ରହିଲା ଯେ, ୱାର୍ଣ୍ଣରଙ୍କୁ ବ୍ୟାଟିଂରେ ତାଙ୍କ ଓପନିଂ ସ୍ଥାନ ମିଳୁଛି ନା, ତୃତୀୟ ସ୍ଥାନରେ ବ୍ୟାଟିଂ କରିବେ। ୧୦୪ ଦିନିକିଆ ଇନିଂସରେ ସେ ମାତ୍ର ଥରେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଓହ୍ଲାଇଛନ୍ତି।

୧୫ଜଣିଆ ଟିମ୍ ଚୟନ କରିବା ପାଇଁ ଅଷ୍ଟ୍ରେଲିଆକୁ କିଛି ବଡ଼ ନିଷ୍ପତ୍ତି ନେବାକୁ ପଡ଼ିଥିଲା। ଫର୍ମରେ ଥିବା ବ୍ୟାଟ୍ସମ୍ୟାନ୍ ପିଟର୍ ହ୍ୟାଣ୍ଡସ୍କମ୍ବ ଏବଂ ଜୋଶ୍ ହେଜଲଉଡଙ୍କୁ ଚୟନକର୍ତ୍ତା ଟିମରେ ସାମିଲ୍ କରିନାହିଁ। ଡାର୍ସି ଶର୍ଟ, କେନ୍ ରିଚାର୍ଡସନ୍, ଅଷ୍ଟନ ଟର୍ଣ୍ଣର ଓ ମାଥ୍ୟୁ ୱେଡଙ୍କ ମଧ୍ୟ ସ୍ଥାନ ମିଳିନାହିଁ।

ଅଷ୍ଟ୍ରେଲିଆ: ଆରୋନ୍ ଫିଞ୍ଚ୍ (ଅଧିନାୟକ), ଜେସନ୍ ବେହରେନଡର୍ଫ, ଆଲେକ୍ସ କ୍ୟାରି, ନେଥନ୍ କୁଲ୍ଟର-ନାଇଲ୍, ପ୍ୟାଟ୍ କମିନ୍ସ, ଉସମାନ୍ ଖୱାଜା, ନେଥନ୍ ଲିୟନ୍, ଶନ୍ ମାର୍ଶ, ଗ୍ଲେନ୍ ମ୍ୟାକ୍ସୱେଲ୍, ଝାଇ ରିଚାର୍ଡସନ୍, ଷ୍ଟିଭ୍ ସ୍ମିଥ୍, ମିଚେଲ୍ ଷ୍ଟାର୍କ, ମାର୍କସ୍ ଷ୍ଟୋଇନିସ୍, ଡେଭିଡ୍ ୱାର୍ଣ୍ଣର, ଆଡାମ ଜାମ୍ପା ।



from Odisha Reporter http://bit.ly/2LVGDcF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages