ସରକାରଙ୍କ ଘନ ଘନ ବୈଠକ ସତ୍ତ୍ୱେ ‘ଫୋନି’ ନେଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 4, 2019

ସରକାରଙ୍କ ଘନ ଘନ ବୈଠକ ସତ୍ତ୍ୱେ ‘ଫୋନି’ ନେଲା ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ବିପର୍ଯ୍ୟୟ ଆଣିବ। ଏକଥା ରାଜ୍ୟ ସରକାର ଜାଣିଥିଲେ। ତେଣୁ ଏହାର ମୁକାବିଲା ପାଇଁ ବସୁଥିଲା ଘନ ଘନ ବୈଠକ। ସେହି ସମୟରେ ସରକାର କହିଥିଲେ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ। ଆଉ ତା’ପରେ ଜିରୋ କାଜୁଆଲିଟିରେ କାମ ଆରମ୍ଭ ହୋଇଥିଲା। ୧୨ ଆଇଏଏସ୍‌ ଓ ୧୧ ଆଇପିଏସ୍‌ ଅଫିସରଙ୍କୁ ଦାୟିତ୍ୱ ଦେଲେ ସରକାର। ହେଲେ ସବୁ ପ୍ରସ୍ତୁତି ମଧ୍ୟରେ ‘ଫୋନି’ ନେଇଗଲା ଅନେକ ଜୀବନ। ମୃତ୍ୟୁ ସଂଖ୍ୟା ଏକ ଅଙ୍କରେ ଥିବା ମୁଖ୍ୟମନ୍ତ୍ରୀ କହୁଥିବା ବେଳେ ଏବେ ସୁଦ୍ଧା ୧୩ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳୁଛି। ଏହାଛଡ଼ା ଆହତଙ୍କ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ମିଳିନାହିଁ। କାନ୍ଥ ଓ ଗଛ ପଡ଼ି ଅନେକ ଲୋକ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳୁଛି।

ବାତ୍ୟା ‘ଫୋନି’ରେ ସର୍ବାଧିକ ମୟୂରଭଞ୍ଜ ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଯାଜପୁରରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝର, କେନ୍ଦ୍ରାପଡ଼ା, ନୟାଗଡ଼, ପୁରୀ ଓ ବାଲେଶ୍ୱରରେ ଲୋକ ମୃତାହାତ ହୋଇଥିବା ଅଭିଯୋଗ ହୋଇଛି। ତେବେ ଏଠି ପ୍ରଶ୍ନ ଉଠୁଛି ‘ଫୋନି’ ପାଇଁ ଆମେ କେତେ ସତର୍କ ଥିଲୁ? ମୁକାବିଲା ପାଇଁ ସରକାରୀଙ୍କ ପ୍ରସ୍ତୁତି ପର୍ଯ୍ୟାପ୍ତ ଥିଲା ତ?

ଗତ ୨୯ ତାରିଖ ଅପରାହ୍ନରେ ‘ଫୋନି’ ଓଡ଼ିଶା ମୁହାଁ ହେବାର ଖବର ଆସିବା ପରେ ସଜାଗ ହୋଇଥିଲେ ରାଜ୍ୟ ସରକାର। ପାଣିପାଗ ବିଭାଗର ପୂର୍ବାନୁମାନକୁ ଆଧାର କରି ଉପକୂଳ ଜିଲ୍ଲା ପୁରୀରୁ ଆରମ୍ଭ କରି ଜଗତସିଂହପୁର, କଟକ, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାରେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ୧୨ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଥିବା ସରକାର ଦାବି କରୁଥିଲେ। ତେବେ ଏବେ ବାସ୍ତବ ଚିତ୍ରକୁ ଦେଖିଲା ପରେ ଲାଗୁଛି ‘ଫୋନି’ର ପ୍ରଳୟ ପଥକୁ ଠିକ୍‌ ଭାବେ ଆକଳନ କରିବାରେ ସମସ୍ତେ ଫେଲ୍‌ ମାରିଲା ପରି ଲାଗୁଛି।

ଏବେ ‘ଫୋନି’ ଓଡ଼ିଶା ଛାଡ଼ି ଯାଇଛି। ଆଉ ରାଜ୍ୟବାସୀଙ୍କୁ ଦେଇଯାଇଛି ଦୁଃଖ ଓ ଦୁର୍ଦ୍ଦଶା। ଯାହା ରାଜ୍ୟ ସରକାରଙ୍କ ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠାଇଛି। ଏବେ ଦୋଷ ଦିଆଯାଉଛି ଯେ, ‘ଫୋନି’ ସ୍ଥଳଭାଗ ଛୁଇଁବାର ୨୪ ଘଣ୍ଟା ପୂର୍ବରୁ ଏହାର ନିର୍ଦ୍ଦିଷ୍ଟ ଗତିପଥକୁ କୌଣସି ବି ସଂସ୍ଥା ଠିକ୍ ଭାବେ ଆକଳନ କରିପାରିନଥିଲେ।

ବାତ୍ୟା ‘ଫୋନି’ର ତାଣ୍ଡବ ପରେ ପରବର୍ତ୍ତୀ ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ବାତ୍ୟାକୁ ନେଇ ସମସ୍ତ ପରିସ୍ଥିତିର ମୁକାବିଲା କରିବାକୁ ଆମେ ସକ୍ଷମ ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ।

ସେ କହିଛନ୍ତି,“ଗ୍ରୀଷ୍ମ ଋତୁରେ ବାତ୍ୟା ଏକ ବିରଳ ପ୍ରାକୃତିକ ବିପର୍ଯ୍ୟୟ। ତେଣୁ ଏହାର ଗତିପଥ ଆକଳନ କରିବା ଏକ ଆହ୍ୱାନ ଥିଲା। ଗତ ଦେଢ ଶହ ବର୍ଷରେ ଗ୍ରୀଷ୍ମ ଋତୁରେ ଏଭଳି ବାତ୍ୟା ତୃତୀୟ ଘଟଣା।”

ପାଣିପାଗ ବିଭାଗ ପୂର୍ବନୁମାନ ଅନୁସାରେ ସରକାର ପ୍ରସ୍ତୁତି ତ କଲେ। ହେଲେ ପ୍ରକୃତିର କରାଳ କାୟା କେତେ ଉଗ୍ର ହୋଇପାରେ ତାହାର ଆନ୍ଦାଜ ଲଗାଇବାରେ ହୁଏତ ସମସ୍ତେ ଫେଲ ମାରିଲେ। ସ୍ଥିତି ଏଭଳିଯେ ରାଜଧାନୀରୁ ଉପାନ୍ତ ପର୍ଯ୍ୟନ୍ତ ‘ଫୋନି’ ମାଡ଼ରୁ କେବେ ଅଣ୍ଟା ସଳଖି ଛିଡ଼ା ହେବ ଓଡ଼ିଶାର ଏକ ବୃହତ୍ ଭାଗ ତାହା ଏବେ ଚିନ୍ତାରେ।



from Odisha Reporter http://bit.ly/2WpOBvp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages