‘ଟୋକିମରା’ ପର୍ବ ଦେଖିବାକୁ ଯାଉଥିବା ବେଳେ ଭିଣୋଇଙ୍କୁ ଟାଙ୍ଗିଆରେ ହାଣିଲା ଶଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 4, 2019

‘ଟୋକିମରା’ ପର୍ବ ଦେଖିବାକୁ ଯାଉଥିବା ବେଳେ ଭିଣୋଇଙ୍କୁ ଟାଙ୍ଗିଆରେ ହାଣିଲା ଶଳା

ଭବାନୀପାଟଣା (ରାଜକୁମାର ସିଂହଦେଓ): ଶାଳା ଓ ଭିଣୋଇ ଟୋକିମରା ପର୍ବ ଦେଖିବାକୁ ଯାଉଥିଲେ। ହେଲେ ଜଙ୍ଗଲୀ ରାସ୍ତାରେ କଣ ହେଲା କେଜାଣି, ଅତି ବୀଭତ୍ସଭାବେ ଭିଣୋଇକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଶଳା। ଏପରି ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି।

ଗତ ୨ ତାରିଖରେ ଲାଞ୍ଜିଗତ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତର ଆମଠାପଦର ଗାଁର ପୂର୍ଣ୍ଣ ମାଝୀ, ତାଙ୍କ ଶଳା ବାଚୁ ମାଝୀ ଓ ପଡୋଶୀ ପବନ ମାଝୀ ରାୟଗଡା ଜିଲ୍ଲା କଲ୍ୟାଣିସିଂପୁର ବ୍ଲକର ଖୁରୁସ ମୁହିଁ ଗାଁକୁ  ଟୋକିମରା ପର୍ବ ଦେଖିବାକୁ ଯାଉଥିଲେ। ତେବେ ଜଙ୍ଗଲୀ ରାସ୍ତାରେ ପୂର୍ଣ୍ଣ ମାଝୀ(୩୫)ଙ୍କୁ ଶଳା ବାଚୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ପୂର୍ଣ୍ଣଙ୍କ ମୃତ୍ୟୁ ଘଟିଥିଲା। ବାଚୁ ରକ୍ତମୁଖା ହୋଇଥିବା ଦେଖି ସାଥୀରେ ଯାଉଥିବା ପବନ ମାଝୀ ଭୟରେ ଘଟଣା ସ୍ଥଳରୁ ପଳାଇ ଯାଇଥିଲେ। ସେ ଗାଁକୁ ଫେରି ପୂରା ଘଟଣା ପରିବାର ଲୋକଙ୍କୁ କହିଥିଲେ।

ମୃତ ପୂର୍ଣ୍ଣ ମାଝୀଙ୍କ ବଡ଼ ଭାଇ ବୁଟି ମାଝୀ ଏନେଇ ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାତ୍ର ନକ୍ସଲଙ୍କ ଭୟରେ ଘଟଣା ସ୍ଥଳକୁ ପୁଲିସ ଯାଇପାରିନଥିଲା। ତେଣୁ ପୁଲିସ ଉପରେ ଭରସା ନକରି ଆମଠାପଦର ଗାଁର ଘାସି ମାଝୀ, ଲାକରା ମାଝୀ, ଲିପା ମାଝୀ ଓ ଦାନା ମାଝୀ ମୃତଦେହକୁ ୪ କିମି କାନ୍ଧରେ ବୋହି ତ୍ରିଲୋଚନପୁରକୁ ଆଣିଥିଲେ। ସେଠାରୁ  ଆମ୍ବୁଲାନ୍ସରେ ଲାଞ୍ଜିଗତ ଆଣି  ଶଵ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଅନ୍ୟ ପକ୍ଷରେ ଅଭିଯୁକ୍ତ ବାଚୁ ମାଝୀ ଫେରାର ଅଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ତେବେ ହତ୍ୟାକାଣ୍ଡ ପଛର କାରଣ ସ୍ପଷ୍ଟ ପଡ଼ିନାହିଁ।



from Odisha Reporter http://bit.ly/2J4KZMz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages