ଫୋନି ଇମ୍ପାକ୍ଟ : ଫିଲ୍ମ ହଲ୍‌, ଶପିଂ ମଲ୍‌ରେ ଜମୁଛି ଭିଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ଫୋନି ଇମ୍ପାକ୍ଟ : ଫିଲ୍ମ ହଲ୍‌, ଶପିଂ ମଲ୍‌ରେ ଜମୁଛି ଭିଡ଼

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର ) :  ଫୋନିର ୫ ଦିନ ପରେ ବି ରାଜଧାନୀବାସୀଙ୍କ ଲାଗି ବିଜୁଳି ଆଲୁଅ ଓ ପାଣି ସୁବିଧା ସାତ ସ୍ୱପ୍ନରେ ପରିଣତ ହେଲାଣି। ଏପଟେ ତାତି ବି  ଥମିବା ନାଁ ଧରୁନି। ମୁଣ୍ଡ ଫଟା ଖରାରେ ଛଟପଟ ହେଉଛନ୍ତି ଲୋକେ। ଘରକୁ ଗଲେ ବି ଶାନ୍ତି ନାହିଁ। ମଧ୍ୟବିତ ଓ ସମ୍ଭ୍ରାନ୍ତ ଶ୍ରେଣୀୟ ଲୋକେ ଇନଭୋଟର ଓ ଜେନେରେଟର ବ୍ୟବହାର କରୁଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ଭାବେ ଉପଲବ୍ଧ ହୋଇ ପାରୁ ନାହିଁ। ମନଇଚ୍ଛା ବ୍ୟବହାର ଉପରେ ବି ଲାଗୁଛି ଲଗାମ।

ଏପଟେ ଲାଇନ ନ ଥିବାରୁ ୫ ଦିନ ହେବ ଏଟିଏମ୍‌ ବି ବନ୍ଦ। ଏଣେ ଟଙ୍କା ନ ଦେଲେ ଜିନିଷ ନେବା, ତେଲ ପକାଇବା ବି ମନା। କାର୍ଡ ପେମେଣ୍ଟ ଏବେ ଫେଲ୍‌ ମାରିଛି। ଏପରି ସ୍ଥିତିରେ ଲୋକଙ୍କ ପାଖରେ ଥିବା ଟଙ୍କା ସରି ଆସିଲାଣି। ଖରା ଏପରି ଦାଉ ସାଧୁଛି ଯେ, ଘରେ ରହିବା ମୁସ୍କିଲ ହୋଇଗଲାଣି। ଏଥିରେ ଅତିଷ୍ଠ ରାଜଧାନୀବାସୀ କିନ୍ତୁ ଖୋଜି ପାଇଛନ୍ତି ତାତିରୁ ମୁକ୍ତି ପାଇବାର ସହଜ ଉପାୟ। ଏଥିଲାଗି ଟେନସନ ନ ନେଇ ଗରମରୁ ତ୍ରାହି ପାଇବାକୁ ଲୋକେ ଶପିଂ ମଲ, ଫିଲ୍ମ ହଲ ମୁହାଁ ହେଉଛନ୍ତି। କିଛି କିଣା ନ ହେଉ ପଛେ ଅନ୍ତତଃ କିଛି ଘଣ୍ଟା ଖରା ଟେନସନରୁ ତ ମୁକ୍ତି ମିଳି ଯାଉଛି।

ସିନେମା ଯାହା ପଡ଼ୁ ପଛେ ୩ ଘଣ୍ଟା ଏସିରେ ବିତାଇବାର ସୁଯୋଗକୁ ହାତ ଛଡ଼ା କରିବାକୁ କେହି ଚାହୁଁ ନାହାନ୍ତି। ଏଥିନିମନ୍ତେ ଚାଲିଛି ଏକ ପ୍ରକାର ପ୍ରତିଯୋଗିତା।  ରାଜଧାନୀର ବହୁ ହଲ୍‌ ସମ୍ମୁଖରେ ଦେଖିବାକୁ ମିଳୁଛି ଲମ୍ୱା ଲାଇନ। କିନ୍ତୁ ରାଜଧାନୀରେ ଥିବା ମଲଟିପ୍ଲେକ୍ସ ଏଯାଏ ଖୋଲି ନାହିଁ।

ସହରର ବହୁ ତାରକା ହୋଟେଲ ଫୋନି ଯୋଗୁ କ୍ଷତିଗ୍ରସ୍ତ ହୋଇଛନ୍ତି । କିନ୍ତୁ ଏହା ସେମାନଙ୍କ ବେପାରକୁ ମାନ୍ଦା କରି ପାରିନାହିଁ।  ମଧ୍ୟବିତ୍ତ କିମ୍ୱା ସମ୍ଭ୍ରାନ୍ତ ତଥା ବଡବଡ଼ିଆ ବାବୁ ଯେଉଁମାନେ ହୋଟେଲ ରୁମ୍‌ ବୁକ୍‌ କରିଛନ୍ତି ଛାଡ଼ିବା ନାଁ ଧରୁ ନାହାନ୍ତି। ରାଜଧାନୀରେ ଥିବା ସମସ୍ତ ଛୋଟବଡ଼ ହୋଟେଲ ଓ ପାନ୍ଥ ନିବାସରେ ଆଗୁଆ ବୁକିଂ ସରିଛି। ଅନଲାଇନରେ ବି ଭୁବନେଶ୍ୱରର ସମସ୍ତ ହୋଟେଲରେ ବୁକିଂ ସରିଥିବା ଦେଖିବାକୁ ମିଳୁଛି।

ଫନି ଯୋଗୁ ସହରର ବିଦ୍ୟୁତ୍‌ ବ୍ୟବସ୍ଥା ଠପ୍‌ ହୋଇଯାଇଥିବା ବେଳେ ସମସ୍ତ ହୋଟେଲ କିନ୍ତୁ ଡିଜି ସହଯୋଗରେ ବିଦ୍ୟୁତ୍‌ ସେବା ଓ ଏସି ସୁବିଧା ଉପଲବ୍ଧ କରାଉଛନ୍ତି। ଏପରି ସ୍ଥିତିରେ ମଧ୍ୟ ହୋଟେଲ ଦର ଅପରିବର୍ତ୍ତିତ ରହିଥିବା ଜଣେ ତାରକା ହୋଟେଲର ଅଧିକାରୀ କହିଛନ୍ତି । ଭୁବନେଶ୍ୱରରେ ନିଜ ଘର, କ୍ୱାଟର୍ସ ଥାଇ ମଧ୍ୟ ଲୋକେ ଟଙ୍କା ଗଣି ହୋଟେଲରେ ରହିବାକୁ ପସନ୍ଦ କରୁଛନ୍ତି। ଅପରପକ୍ଷେ ବିଦ୍ୟୁତ୍‌ ବ୍ୟବସ୍ଥା ଠିକ୍‌ ନ ହେବା ପର୍ଯ୍ୟନ୍ତ ଆଡଭାନ୍ସ ବୁକିଂ ଲାଗି ରାଜି ହେଉ ନାହାନ୍ତି ବହୁ ହୋଟେଲ କର୍ତ୍ତୃପକ୍ଷ।

ବାତ୍ୟା ଫୋନି ପରେ  ମୋବାଇଲ୍ ସେବା ଏବଂ ଇଣ୍ଟରନେଟ୍ ସେବା ମଧ୍ୟ ଏକ ପ୍ରକାର ବ୍ୟାହତ ହୋଇଛି ରାଜଧାନୀ ଭୁବନେଶ୍ୱରରେ। ନେଟ୍‌ୱର୍କ ଟିକେ ପାଇଁ ଏଣେ ତେଣେ ଘୂରି ବୁଲୁଛନ୍ତି ଲୋକେ। ସନ୍ଧ୍ୟା ଓ ଡହ ଡହ ଖରାବେଳେ ଭୁବନେଶ୍ୱରର କିଛି ସ୍ଥାନରେ ନେଟୱର୍କ ଆସୁଥିଲା ବେଳେ ସେହି ସ୍ଥାନରେ ଲୋକଙ୍କ ଭିଡ଼ ଜମୁଛି। ନଚେତ ଓଭରବ୍ରିଜ୍ ଉପରେ ଖରାବେଳେ ବି ଲୋକେ ନେଟୱର୍କ ପାଇଁ ଫୋନ୍ ଧରି ବ୍ରିଜ୍ ଉପରେ ଛିଡ଼ା ହେଉଛନ୍ତି। ରାସ୍ତାରେ ଯାଉଥିବା ଲୋକ ବି ଗାଡ଼ି ଅଟକାଇ ଫୋନ୍ ଦେଖୁଛନ୍ତି।



from Odisha Reporter http://bit.ly/301vBFM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages