ଆସିଲା ମିନି ଇଣ୍ଡିଆର ଛୋଟ କାର୍, ମାତ୍ର ୬ ସେକେଣ୍ଡରେ ୧୦୦ କିମି ସ୍ପିଡ୍ ଛୁଇଁବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 9, 2019

ଆସିଲା ମିନି ଇଣ୍ଡିଆର ଛୋଟ କାର୍, ମାତ୍ର ୬ ସେକେଣ୍ଡରେ ୧୦୦ କିମି ସ୍ପିଡ୍ ଛୁଇଁବ

ନୂଆଦିଲ୍ଲୀ: କାର କମ୍ପାନୀ ‘ମିନି ଇଣ୍ଡିଆ’ ଆଜି ବହୁପ୍ରତୀକ୍ଷିତ ଜନ କପର ଓ୍ୱାର୍କସ କାରକୁ ବଜାରରେ ପ୍ରବେଶ କରାଇଛି। ଭାରତୀୟ ବଜାରରେ ଏହି କାରର ଦାମ ୪୩.୫ ଲକ୍ଷ(ଏକ୍ସ-ସୋରୁମ୍) ରହିଛି। ସମସ୍ତ କାର ଅପେକ୍ଷା ଏହା ଛୋଟ, ଅଧିକ କ୍ଷମତାଶାଳୀ , ଜବରଦସ୍ତ ଆଉଟଲୁକ ଏବଂ ତିନୋଟି ଡୋର୍ ହେଉଛି ଏହି କାରର ସ୍ୱତନ୍ତ୍ରତା।

ଏହି କାରରେ ୨ ଲିଟର କ୍ଷମତା ବିଶିଷ୍ଟ ୪ଟି ଟ୍ୱିନ୍ ଟର୍ବୋ ଚାର୍ଜ ଇଞ୍ଜିନକୁ ସଂଯୋଗ ହୋଇଛି। ଯେଉଁଥିରେ ୨୩୧ ବିଏଚପି କ୍ଷମତା ଏବଂ ୩୨୦ ନାନୋ ମିଟରର ଟର୍କ ଶକ୍ତି ଉତ୍ପନ୍ନ ହୋଇପାରିବ। ୮ଟି ଗିୟର ବିଶିଷ୍ଟ ଏହି କାରର ଅନ୍ୟତମ ସ୍ୱତନ୍ତ୍ରତା ହେଲା ଏହା ୬.୧ ସେକେଣ୍ଡରେ ୧୦୦ କିଲୋମିଟର ପ୍ରତିଘଣ୍ଟାରେ ଏହା ଯାଇପାରିବ।

ଏହି କାରରେ ତିନୋଟି ମୋଡରେ ଡ୍ରାଇଭିଂ କରି ହେବ। ମିଡ୍, ସ୍ପୋର୍ଟ ଏବଂ ଗ୍ରୀନ ରହିଛି ଜନ କପର ଓ୍ୱାର୍କସର ଡ୍ରାଇଭିଂ ମୋଡ। ରାସ୍ତା ଏବଂ ସମୟ ଦେଖି ଜଣେ ଏହି ତିନୋଟି ମୋଡରୁ କୌଣସିଥିରେ ଡ୍ରାଇଭିଂ କରିପାରିବ। ଏବଂ ଏହି ତିନୋଟି ମୋଡ ଅନୁଯାୟୀ କାରର ମାଇଲେଜ ନିର୍ଭର କରିବ।

ମିନି ଇଣ୍ଡିଆ କମ୍ପାନୀ ଏହି କାରକୁ କମ୍ପଲିଟ୍-ବ୍ଲିଟ୍-ୟୁନିଟ୍(ସିବିୟୁ) ନାମରେ ଭାରତରେ ପ୍ରବେଶ କରାଇଛି।ଏହି କାର ବ୍ରିଟେନରେ ନିର୍ମାଣ ହେଉଛି, ଭାରତକୁ ଏହା କେବଳ ଇମ୍ପୋର୍ଟ ହୋଇଛି।

ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି କାରରେ ୧୭ ଇଞ୍ଚର ଆଲୟ ହ୍ୱିଲ୍, ବ୍ୟାକ ଲାଇଟ୍, ରିୟର ବ୍ରେକ ଆଦି ଅତ୍ୟାଧୁନିକ ଯନ୍ତ୍ରାଂଶ ସଂଯୋଗ କରାଯାଇଛି। ଏଥିସହ ମନୋରଞ୍ଜନ ପାଇଁ କାର ଭିତରେ ୮.୮ ଇଞ୍ଚର ଟଚ୍ ସ୍କ୍ରିନ ବିଶିଷ୍ଟ ଏଲଇଡି ଏବଂ ୧୨ଟି ସ୍ପିକର ରହିଛି।



from Odisha Reporter http://bit.ly/2JsAeCP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages