ମୋଦିଙ୍କ ବାରାଣସୀରେ ଚରମ ଦାରିଦ୍ର୍ୟ ଯୋଗୁ ୩ ଶିଶୁଙ୍କ ସହ ବିଷ ପିଇଲା ବାପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 9, 2019

ମୋଦିଙ୍କ ବାରାଣସୀରେ ଚରମ ଦାରିଦ୍ର୍ୟ ଯୋଗୁ ୩ ଶିଶୁଙ୍କ ସହ ବିଷ ପିଇଲା ବାପା

ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣସୀରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଭୀଷଣ ଆର୍ଥିକ ସଙ୍କଟ ଏବଂ ଦାରିଦ୍ର୍ୟ ଯୋଗୁ ଗୋଟିଏ ପରିବାରର ୪ ଜଣ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ନିଜର ୩ ଛୋଟ ଝିଅଙ୍କୁ ବିଷ ପିଆଇ ଦେବା ପରେ ଜଣେ ଗରିବ ବାପା ନିଜେ ମଧ୍ୟ ଆତ୍ମହତ୍ୟା କରିଛି।

ମୃତ ଦୀପକ ଗୁପ୍ତା ବାରାଣସୀର ଲୁସ୍କା ପୁଲିସ୍‌ ଷ୍ଟେସନ୍‌ ଅନ୍ତର୍ଗତ ଗୀତା ମନ୍ଦିର ଅଞ୍ଚଳରେ ରହୁଥିଲେ। ସୂଚନା ଅନୁଯାୟୀ, ଦୀପକ ଯେତେବେଳେ ତାଙ୍କର ୯ ବର୍ଷୀୟ ଝିଅ ନଭ୍ୟା, ୭ ବର୍ଷର ଝିଅ ଅଦିତି ଓ ୫ ବର୍ଷୀୟ ଝିଅ ରିୟାକୁ ବିଷ ପିଇବା ପାଇଁ ଦେଇଥିଲେ ସେତେବେଳେ ତାଙ୍କ ପତ୍ନୀ ଘରେ ନଥିଲେ। ଦୀପକ ତାଙ୍କ ପତ୍ନୀଙ୍କୁ ଗୋଟିଏ ଦିନ ପୂର୍ବରୁ ମାଡ଼ ମାରି ବାପ ଘରକୁ ପଠାଇ ଦେଇଥିଲେ। ପୁଲିସ୍‌ ଏବେ ବିଭିନ୍ନ ଦିଗକୁ ତର୍ଜମା କରି ତଦନ୍ତ ଆରମ୍ଭ କରିଛି।

ଦୀପକ ଗୁପ୍ତା ତାଙ୍କର ତିନି ଝିଅଙ୍କ ସହ ମିଶି ବିଷ ପିଇଥିବା ଜଣାପଡ଼ିବା ମାତ୍ରେ ସ୍ଥାନୀୟ ଲୋକେ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଦୀପକ ଅନେକ ଲୋକଙ୍କ ଠାରୁ ଟଙ୍କା ଉଧାର ନେଇଥିଲେ। ଏହାକୁ ଶୁଝିବା ପାଇଁ ତାଙ୍କ ଉପରେ ଦିନକୁ ଦିନ ଚାପ ବଢ଼ୁଥିଲା। ଏହି କାରଣରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି କୁହାଯାଉଛି।



from Odisha Reporter http://bit.ly/2Jcs1mU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages