ପାକିସ୍ତାନ ଟିମରେ ସାମିଲ୍ ହେଲେ ଏହି ପେସ୍ ବୋଲର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ପାକିସ୍ତାନ ଟିମରେ ସାମିଲ୍ ହେଲେ ଏହି ପେସ୍ ବୋଲର୍

କରାଚୀ: ଇଂଲଣ୍ଡରେ ବୋଲରଙ୍କ ଖରାପ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପାକିସ୍ତାନ ତା’ର ଅଭିଜ୍ଞ ବାମହାତୀ ପେସ୍ ବୋଲର ମହମ୍ମଦ ଆମୀରଙ୍କୁ ବିଶ୍ୱକପ୍ ଟିମରେ ସାମିଲ୍ କରିଛି। ଏକମାତ୍ର ଟି-୨୦ ଓ ୨ଟି ଦିନିକିଆରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ବିରୋଧରେ ପାକିସ୍ତାନ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ପାକିସ୍ତାନ ଚୟନକର୍ତ୍ତା ଏହାକୁ ଗୁରୁତର ନେଇ ଆମୀରଙ୍କୁ ବିଶ୍ୱକପ୍ ପାଇଁ ଚୟନ କରିଛି। ତେବେ ଆମୀରଙ୍କ ସାମିଲ୍‌ ହେବା ଦ୍ୱାରା ପାକିସ୍ତାନ ବୋଲିଂ ଆକ୍ରମଣ ମଜଭୁତ୍ ହେବ।

ଖରାପ ପ୍ରଦର୍ଶନ ଯୋଗୁ ପ୍ରଥମେ ଆମୀରଙ୍କୁ ବିଶ୍ୱକପରେ ଟିମରୁ ବାଦ୍ ଦିଆଯାଇଥିଲା। ଆମୀରଙ୍କୁ ଚିକେନ୍ ପକ୍ସ ହୋଇଥିବାରୁ ବର୍ତମାନ ଲଣ୍ଡନରେ ତାଙ୍କର ପ୍ରାଥମିକ ଚିକିତ୍ସା ହେବ। କିନ୍ତୁ ଟିମ୍ କ୍ୟାପଟେନ୍ ସର୍ଫରାଜ ଅହମ୍ମଦ ଓ କୋଚ୍ ମିକି ଆର୍ଥର ଆମୀରଙ୍କ ଉପରେ ଭରସା ଦେଖାଇଛନ୍ତି ଏବଂ ସେ ଶୀଘ୍ର ଫିଟ୍‌ ହେବେ ବୋଲି ଆଶା ବାନ୍ଧିଛନ୍ତି।

ଅନ୍ୟପକ୍ଷରେ ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ୍-ଉଲ୍-ହକ୍ ମଧ୍ୟ ଟିମ୍ ମ୍ୟାନେଜମେଣ୍ଟ ସହ ସହମତ ହୋଇଛନ୍ତି। କିନ୍ତୁ ୩୦ ତାରିଖରୁ ଆରମ୍ଭ ହେବାକୁଥିବା ବିଶ୍ୱକପ୍ ବେଳକୁ ଆମୀର ଯେପରି ଫିଟ୍ ହୋଇଥିବେ, ତା’ର ସ୍ପଷ୍ଟୀକରଣ ମାଗିଛନ୍ତି ଇଞ୍ଜାମାମ୍। ସେହିପରି ଅଲରାଉଣ୍ଡର ଶାଦାବ ଖାନ୍ ମଧ୍ୟ ଫିଟ୍ ହୋଇ ଜାତୀୟ ଦଳକୁ ଫେରିଛନ୍ତି।



from Odisha Reporter http://bit.ly/2JIara4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages