କଳାରୁ ଧଳା ହେଲା ମେ’ ୨୯, ଏଇ ଦିନଟି ବିଜେଡି ପାଇଁ କାହିଁକି ଏତେ ଲକି, ଜାଣିଛନ୍ତି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

କଳାରୁ ଧଳା ହେଲା ମେ’ ୨୯, ଏଇ ଦିନଟି ବିଜେଡି ପାଇଁ କାହିଁକି ଏତେ ଲକି, ଜାଣିଛନ୍ତି ?

ଭୁବନେଶ୍ୱର: ଆଜି ସେଇ ମେ’ ୨୯। ନୂଆ ସରକାର ଶପଥ ନେଇଛନ୍ତି। ୫ମ ପାଳିରେ ଶାସନ ଗାଦିରେ ଆସୀନ ହୋଇଛି ବିଜେଡି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ। ଏହି ଅବସରରେ ମନେପଡୁଛି ୬ ବର୍ଷ ତଳର କଥା।

୬ବର୍ଷ ତଳେ ଅର୍ଥାତ୍‌ ୨୦୧୨ ମସିହାର ଠିକ୍‌ ଆଜିର ଦିନରେ ବିଜେଡି ପାଇଁ ଘୋଟି ଆସିଥିଲା କଳା ବାଦଲ। ମିଡ୍‌ନାଇଟ୍‌ ଅପରେସନ୍‌ରେ କ୍ଷଣିକେ ସବୁକିଛି ଓଲଟି ଯାଇଥାନ୍ତା। ନବୀନଙ୍କ ଅନୁପସ୍ଥିତିରେ ଏକ ଜଘନ୍ୟ ଷଡ଼ଯନ୍ତ୍ର ରଚା ଯାଇଥିଲା। ହେଲେ ସୌଭାଗ୍ୟକୁ ନବୀନ ବିଦେଶରୁ ଫେରି ଆସିବା ପରେ ବିଜେଡି ଏକ ବଡ଼ ବିପର୍ଯ୍ୟୟରୁ ବର୍ତ୍ତିଗଲା। ବିଜୁ ବାବୁଙ୍କ ଚିର ଅନୁଗତ କୁହାଯାଉଥିବା ପ୍ୟାରୀ ମୋହନ ମହାପାତ୍ରଙ୍କ ଷଡ଼ଯନ୍ତ୍ର ଫସର ଫାଟିଲା ଆଉ କିଛି ବିଧାୟକଙ୍କ ଅସଲ ଚେହେରା ପଦାରେ ପଡ଼ିଲା।

ସରକାର ଭାଙ୍ଗି ଦେବାକୁ ରଚାଯାଇଥିବା ଷଡ଼ଯନ୍ତ୍ର ଫସର ଫାଟିବା ପରେ ଦଳରୁ ବିଦା ହୋଇଥିଲେ ସେ ସମୟର ଦଳର ହେଭିୱେଟ୍‌ ପ୍ୟାରୀ ବାବୁ। ସବୁବେଳେ ବିଜୁ ଲିଗାସି କଥା କହି ଦଳର କ୍ଷମତାକେନ୍ଦ୍ର ସାଜିଥିବା ପ୍ୟାରୀ ମୁଖ୍ୟମନ୍ତ୍ରୀ ହେବା ଆଶାରେ ରଚିଥିବା ଚକ୍ରବ୍ୟୁହରେ ନିଜ ଫସିଗଲେ।

ଆଉ ବିଜେଡି ପାଇଁ ମେ’ ୨୯ ସାଜିଥିଲା କଳା ଦିବସ। ୨୦୧୨ ପରେ ଯେତେଥର ଏହି ଦିନ ଆସିଛି ପ୍ୟାରୀଙ୍କ ବିଶ୍ୱାସଘାତକତା କଥା ମନ ପକାଇଛି ଓଡ଼ିଶାର ରାଜନୀତି। କିନ୍ତୁ ଆଜି ସେଇ କଳଙ୍କିତ ଦିନଟି ପୁଣି ସ୍ମରଣୀୟ ହୋଇଛି। ଦେଶରେ ରେକର୍ଡ ସଂଖ୍ୟକ ଥର ଓଡ଼ିଶାର ଭାଗ୍ୟଡୋରି ହାତେଇ ଥିବା ନବୀନଙ୍କୁ ୫ମ ଥର ପାଇଁ ଗାଦିରେ ବସାଇଛନ୍ତି ଓଡ଼ିଶାର ଜନତା।

ଆଉ ଲୋକେ କହୁଛନ୍ତି ମେ’ ୨୯ କଳାରୁ ଆଜି ଧଳା ହେଲା। ମାନେ ଶୁଭ ଦିନଟିଏ।

ଆଉ ଗୋଟିଏ କଥା ମଧ୍ୟ ଆଜି ଜଣାପଡିଛି।

ସୋଶାଲ ମିଡିଆରେ କୁଆଡେ ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କ ଜନ୍ମଦିନ ବୋଲି କଥା ଉଠିଛି। ଯଦି କଥାଟି ସତ, ତା’ହେଲେ ନିଶ୍ଚିତ ରୂପେ ବିଜେଡି ପାଇଁ ପାଣ୍ଡିଆନ୍‌ ଶୁଭଙ୍କର ବୋଲି କୁହାଯାଇପାରେ। ନଚେତ୍‌ ତାଙ୍କ ଜନ୍ମଦିନ ନା ମେ’ ୨୯ରେ ପଡିଥାନ୍ତା ନା ଏଇଦିନ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ଶପଥ ନେଇଥାନ୍ତେ।

କାରଣ ସମସ୍ତେ ଜାଣନ୍ତି ଏବେ ସେତେବେଳର ପ୍ୟାରୀଙ୍କ ତୁଳନାରେ ଅଧିକ ଦବଦବା ପାଣ୍ଡିଆନ୍‌ଙ୍କର ରହିଛି। ତାଙ୍କ ବିନା ଇଶାରାରେ ବିଜେଡିର ପତ୍ରଟିଏ ହଲେନି ବୋଲି ସମସ୍ତେ ଜାଣନ୍ତି। ତେଣୁ ଶପଥ ଉତ୍ସବ ପାଇଁ ମେ’29 ତାରିଖରେ କରାଯିବା ପଛରେ ପାଣ୍ଡିଆନ ବାବୁଙ୍କ ଭୂମିକା ରହିଥିବା କୁହାଯାଉଛି।



from Odisha Reporter http://bit.ly/2I1XfKE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages