
ଭଦରୱା/ଜମ୍ମୁ: ଜମ୍ମୁ-କଶ୍ମୀରର ଭଦରୱା ଉପତ୍ୟକାରେ ତଥାକଥିତ ଗୋ-ରକ୍ଷାଦାତାଙ୍କ ଗୁଳିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ବ୍ୟାପକ ପୋଡ଼ାଜଳା ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମଗ୍ର ଉପତ୍ୟାକାରେ କର୍ଫ୍ୟୁ ଲାଗୁ କରାଯାଇଛି।
ବୁଧବାର ବିଳମ୍ବିତ ରାତିରେ ନଇମ ନାମକ ଜଣେ ବ୍ୟକ୍ତି ଗୁଳିମାଡ଼ରେ ପ୍ରାଣ ହରାଇଥିଲେ। ତାଙ୍କୁ ତଥାକଥିତ ଗୋ-ସୁରକ୍ଷାଦାତା ମାନେ ଗୁଳି କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ତେବେ ପ୍ରଶାସନ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଅନ୍ୟପକ୍ଷରେ ବୁଧବାର ବିଳମ୍ବିତ ରାତିରେ ନଇମ ଏବଂ ତାଙ୍କର ଜଣେ ସହଯୋଗୀ ଛାତ୍ରେଗାଲାରୁ ନାଲଟି ଅଞ୍ଚଳକୁ ଆସିଥିଲେ।
ଏଠାରେ ସେମାନେ ସନ୍ଦିଗ୍ଧ ଭାବେ ବୁଲାବୁଲି କରୁଥିବା ବେଳେ ଗୁଳିମାଡ଼ର ଶିକାର ହୋଇଥିବା ମଧ୍ୟ ଏକ ରିପୋର୍ଟ ପ୍ରକାଶ ପାଇଛି। ଗୁଳି ମାଡ଼ରେ ନଇମ ପ୍ରାଣ ହରାଇଥିବା ବେଳେ ତାଙ୍କ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି।
ନଇମଙ୍କ ମୃତ୍ୟୁ ଖବର ମିଳିବା ପରେ ତାଙ୍କ ପରିବାର ଓ ବନ୍ଧୁମାନେ ଭଦରୱା ପୁଲିସ୍ ଷ୍ଟେସନ୍ ଉପରେ ଆକ୍ରମଣ କରିଥିଲେ। ଷ୍ଟେସନ ମଧ୍ୟରେ ଥିବା ଏକାଧିକ ଗାଡ଼ିକୁ ସେମାନେ ଭଙ୍ଗାରୁଜା କରିବା ପରେ ଏଥିରେ ନିଆଁ ଲଗାଇ ଦେଇଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ୍ ଲୁହବୁହା ଗ୍ୟାସ୍ ମାଡ଼ କରି ଲୋକଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲା।
from Odisha Reporter http://bit.ly/2Jr2d6O
No comments:
Post a Comment