
ନୂଆଦିଲ୍ଲୀ: ଇଂଲିଶ ଅମ୍ପାୟାର ନିଗେଲ ଲିଅଙ୍ଗ ଏବେ ଅଡ଼ୁଆରେ ପଡ଼ିଛନ୍ତି। ସେ ଆଇପିଏଲ୍ ଟିମ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ୍ କୋହଲିଙ୍କ ସହ ପଡ଼ିଆରେ ପାଟିତୁଣ୍ଡ କରିବା ପରେ ଷ୍ଟାଡିୟମରେ ଥିବା ଏକ କବାଟକୁ ଭାଙ୍ଗି ଦେଇଛନ୍ତି।
ଏନେଇ ବିସିସିଆଇ ନିଗେଲଙ୍କ ଉପରେ କ୍ଷୁବ୍ଧ ହେବା ସହ ଆଇସିସି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ମଧ୍ୟ ଆଶଙ୍କା ରହିଛି। ଏହା ସତ୍ତ୍ୱେ ଆସନ୍ତା ୧୨ ତାରିଖରେ ଆଇପିଏଲ୍ ୨୦୧୯ ଫାଇନାଲ୍ରେ ସେ ହିଁ ଅମ୍ପାୟରିଂ କରିବେ।
ବେଙ୍ଗାଲୁରୁ ଠାରେ ଶନିବାର ରୟାଲଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍ରେ ଅମ୍ପାୟାର ନିଗେଲ ଓ ବିରାଟ୍ଙ୍କ ମଧ୍ୟରେ ଏକ ନୋ ବଲ୍କୁ ନେଇ ବେଶ ପାଟିତୁଣ୍ଡ ହୋଇଥିଲା। ତେବେ ଇନିଂସ୍ ବ୍ରେକ୍ ବେଳେ ଏହି ଘଟଣାକୁ ନେଇ ନିଗେଲ ନିଜ ଉପରୁ ଭାରସାମ୍ୟ ହରାଇ ଅମ୍ପାୟାରମାନଙ୍କ ପାଇଁ ଥିବା ରୁମ୍ର ଏକ କବାଟ୍କୁ ଗୋଇଠା ମାରିଥିଲେ। ଏଥିରେ କବାଟଟି ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା।
ଜଣେ ବିସିସିଆଇ ଅଧିକାରୀ କହିଛନ୍ତି, “ନିଗେଲ ନିଜର କାର୍ଯ୍ୟ ପ୍ରତି ସଚେତନ ରହିବା ଦରକାର। ସେ କ’ଣ ପାଇଁ କବାଟକୁ ଗୋଇଠା ମାରିଲେ, ଏହାର କାରଣ ଦର୍ଶାଇବେ। ଯଦି ସେ ଉପଯୁକ୍ତ ଜବାବ ନ ଦିଅନ୍ତି, ତା’ହେଲେ ତାଙ୍କୁ ଆଇପିଏଲ୍ ୧୨ର ଫାଇନାଲ୍ ମ୍ୟାଚ୍ରେ ଅମ୍ପାୟାରିଂ କରିବାର ସୁଯୋଗ ନ ମିଳିପାରେ।”
ଅନ୍ୟପକ୍ଷରେ କର୍ଣ୍ଣାଟକା ଷ୍ଟେଟ୍ କ୍ରିକେଟ୍ ଆସୋସିଏସନ୍ ସମ୍ପାଦକ ଆର ସୁଧାକର ରାଓ ବିସିସିଆଇ ନିକଟରେ ନିଗେଲଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏଥିସହ କବାଟ ଲଗାଇବା ପାଇଁ ଆବଶ୍ୟକ ଟଙ୍କା ନିଗେଲ ଭରଣା କରନ୍ତୁ ବୋଲି ସେ ଦାବି କରିଛନ୍ତି।
from Odisha Reporter http://bit.ly/2PRAQmX
No comments:
Post a Comment