୩ ହଜାର ଟଙ୍କାରେ ରୁମ୍‌ ବୁକ୍‌ କରି ହୋଟେଲରେ ରହୁଛନ୍ତି ଭୁବନେଶ୍ୱର ବାସିନ୍ଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

୩ ହଜାର ଟଙ୍କାରେ ରୁମ୍‌ ବୁକ୍‌ କରି ହୋଟେଲରେ ରହୁଛନ୍ତି ଭୁବନେଶ୍ୱର ବାସିନ୍ଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫୋନି ଏବେ ଜୀବନ ଦୁର୍ବିସହ କରି ଦେଇଛି। ଖାସ୍‌ କରି ଭୁବନେଶ୍ୱରରେ ରହୁଥିବା ଲୋକଙ୍କ ପାଇଁ ବଞ୍ଚିବା କଷ୍ଟକର ହୋଇପଡିଛି। ଫୋନି ପ୍ରକୋପରେ ରାଜଧାନୀ ବୃକ୍ଷଶୂନ୍ୟ ହୋଇ ପଡିଥିବା ବେଳେ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଛି। ପାନୀୟ ଜଳ ଯୋଗାଣ ମଧ୍ୟ ବିପର୍ଯ୍ୟସ୍ତ ହୋଇଛି। ଭୁବନେଶ୍ୱର ସ୍ମାର୍ଟ ସିଟି ଦିନେ ଏମିତି ସ୍ଥିତି ଦେଖିବ ସେ କଥା କେହି କଳ୍ପନା ବି କରି ନ ଥିଲେ। ହେଲେ ଆଜି ବାତ୍ୟାକୁ ଅଙ୍ଗେନିଭେଇବା ପରେ ପରିସ୍ଥିତି ଅସମ୍ଭାଳ ହୋଇପଡିଛି।

ଭୁବନେଶ୍ୱରରେ ଘର, ହେଲେ ଘରେ ରହୁ ନାହାନ୍ତି କେହି। ପାଖରେ ଥିବା ହୋଟେଲରେ ରୁମ୍‌ ବୁକ୍‌ କରି ରହୁଛନ୍ତି। କାରଣ ଘରେ ରହିଲେ ପାଣି ନାହିଁ କି ବିଜୁଳୀ ନାହିଁ। ରହିଲେ ଖାଲି ହଇରାଣ ହେବା କଥା। ସେଇଥି ପାଇଁ ଯାହା ଟଙ୍କା ପଡୁଛି ପଡୁ ହୋଟେଲରେ କିଛି ଦିନ ରହିଗଲେ ଅନ୍ତତଃ ଜୀବନ ବଞ୍ଚିଯିବ ବୋଲି ଏମିତି କରୁଛନ୍ତି ଭୁବନେଶ୍ୱର ବାସିନ୍ଦା। ପାଖ ହୋଟଲରେ ଦିନକୁ ସର୍ବନିମ୍ନ ୩ ହଜାର ଟଙ୍କା ଦେଇ ରହୁଛନ୍ତି ଳୋକେ। ଖାଇବା ପିଇବା କଥା ନ କହିବା ଭଲ । କାରଣ ସକାଳ ବେଳା ଟିଫିନ୍‌ ଯାହା ୧୫ ଟଙ୍କାରେ ପେଟ ପୂରାଇ ଦେଉଥିଲା ସେ ଏବେ ସ୍ୱପ୍ନ। ୩୦ ଟଙ୍କାରେ ପ୍ଲେଟ୍‌ଟିଏ ଉପମା ଖାଇଲେ ଏବେ ପେଟ ପୁରୁନି। ଠିକ୍‌ ସେମିତି ଭୁବନେଶ୍ୱର ଆଖପାଖ ଅଞ୍ଚଳର ଲୋକେ ଅଭିଯୋଗ କରୁଛନ୍ତି କି ବାତ୍ୟା ପରେ ଖାଇବା ପାଇଁ ଛୋଟ ବଡ଼ ହୋଟେଲ ବନ୍ଦ ହୋଇଯାଇଛି। ଯାହାକିଛି ଖୋଲା ଅଛି ସେଠି ସାଧା ମିଲ୍‌ ଏବେ ୧୩୦ଟଙ୍କାରେ ମିଳୁଛି। ଆଉ ଥର ମାଗିଲେ ଅଧିକ ପଇସା।

ଜେନେରେଟର ଭଡା ମଧ୍ୟ ବଢୁଛି। କାଲି ଯେଉଁ ଜେନେରେଟର ୧ ଘଣ୍ଟା ପାଇଁ ୧୦୦୦ ଟଙ୍କା ନେଉଥିଲା, ସେହି ଜେନେରେଟର ମାଲିକ ଏବେ ହାତଗୁଞ୍ଜା ଆଉ ୨ଶ ଦେଲେ ଶିଘ୍ର ମିଳିବ ବୋଲି କହିବା ଆରମ୍ଭ କଲେଣି। ପ୍ରଶାସନିକ ସ୍ତରରେ ପାଣି ଟ୍ୟାଙ୍କର ବି କାଁ ଭାଁ ବୁଲୁଛି। ପରିବାର ପିଛା ଗୋଟିଏ ବାଲଟି କିମ୍ବା ଗୋଟିଏ ଡେକ୍‌ଚି ପାଣି ଛଡା ଅଧିକ ମିଳୁନି। ଯାହା ମିଳୁଛି ପିଇବା ପାଇଁ ରଖି, ଲୋକେ ଗାଧୂଆ ପାଧୂଆ କଥା ମନରେ ପୂରାଉ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି।

ଏବେ ଧୀରେ ଧୀରେ ଅର୍ଥ ସଙ୍କଟ ବି ଦେଖାଦେଲାଣି। ପାଖରେ ଥିବା ଅର୍ଥ ସରିଯାଉଛି। ଏଟିମ୍‌ରୁ ଟଙ୍କା ବି ବାହାରୁନି। ଏଣୁ ରାଜଧାନୀରେ ବିଭିନ୍ନ ଏଟିଏମ୍‌ ସମ୍ମୁଖରେ ଲୋକଙ୍କ ଲମ୍ବା ଧାଡି ଦେଖିବାକୁ ମିଳୁଛି। ବେଳେ ବେଳେ ଟଙ୍କା ଉଠାଉଥିବା ବେଳେ ମଝିରେ ଟଙ୍କା ସରିଯାଉଥିବାରୁ ଧାଡିରେ ଥିବା ଲୋକେ କାନମୁଣ୍ଡା ଆଉଁଷି ଫେରିବାକୁ ମଧ୍ୟ ବାଧ୍ୟ ହେଉଛନ୍ତି।



from Odisha Reporter http://bit.ly/2vPdOUd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages