
ମୁମ୍ବାଇ: ଗତ କିଛିଦିନ ହେବ ଚର୍ଚ୍ଚାରେ ବଲିଉଡ୍ ସେଲେବ୍ରିଟି। କାନ୍ ଫିଲ୍ମ ଫେଷ୍ଟିଭାନ୍ରେ ନିଜର ସୌନ୍ଦର୍ଯ୍ୟର ଯାଦୁ ଦେଖାଇ ଟକ୍ ଅଫ୍ ଦି ଟାଉନ୍ ସାଜିଛନ୍ତି ବଲିଉଡ୍ ଫିଲ୍ମ ଷ୍ଟାର୍। ଦୀପିକାଠୁ ଆରମ୍ଭ କରି ପ୍ରିୟଙ୍କା ପର୍ଯ୍ୟନ୍ତ ଗତ କିଛି ଦିନ ମଧ୍ୟରେ ପ୍ରତ୍ୟେକ ମାଗାଜିନ୍ ଏବଂ ଖବରକାଗଜର ହେଡ ଲାଇନ୍ରେ ରହିଛନ୍ତି। ଏହି ସୁନ୍ଦରୀଙ୍କ ଲିଷ୍ଟରେ ଏବେ ସାମିଲ୍ ହୋଇଯାଇଛନ୍ତି ମଲ୍ଲିକା ଶେରାୱତ। ସେ ମଧ୍ୟ କାନ୍ରେ ନିଜର ଜଲୱା ଦେଖାଇବାରେ ପଛାଇ ନାହାନ୍ତି।
ଧଳା ରଙ୍ଗର ଡ୍ରେସ୍ ପିନ୍ଧି ସେ ରେଡ୍ କାର୍ପେଟ୍କୁ ଓହ୍ଲାଇଥିଲେ । ଧଳା ଡ୍ରେସ୍ ସହ ଧଳା ଇଅର ରିଂ ଏବଂ ସିମ୍ପଲ୍ ହେୟାର ଷ୍ଟାଇଲ୍ରେ ସେ ଏକ୍ଦମ୍ ଗ୍ଲାମରସ୍ ଲାଗୁଥିଲେ।
ସେହିପରି ପ୍ରିୟଙ୍କାଙ୍କ ଆଜିର ଲୁକ୍ ମଧ୍ୟ ଜବରଦସ୍ତ ରହିଛି। ଲାଲ୍ ଡ୍ରେସ୍ରେ ପ୍ରିୟଙ୍କା ମଧ୍ୟ ବେଶ୍ ଗର୍ଜିୟସ୍ ଲାଗୁଛନ୍ତି।
from Odisha Reporter http://bit.ly/2whBsJD
No comments:
Post a Comment