
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଫୋନି’ ଅତି ଭୟଙ୍କର ରୂପ ଧାରଣ କରି ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି। ଆସନ୍ତାକାଲି ସକାଳ ୬ଟାରୁ ଦିନ ୧୦ଟା ମଧ୍ୟରେ ଏହା ପୁରୀର ଆଖପାଖ ଅଞ୍ଚଳରେ ଲ୍ୟାଣ୍ଡଫଲ୍ ବା ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୨୦୦ କିମି ରହିବାର ଆଶଙ୍କା କରାଯାଉଛି।
ଏଣୁ ଆସନ୍ତାକାଲି କେହି ଘରୁ ନ ବାହାରିବା ପାଇଁ ଉଭୟ ଭାରତୀୟ ପାଣିପାଗ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ବିଶେଷ କରି ଆସନ୍ତାକଲି ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ କୋଠାଘରେ ଆଶ୍ରୟ ନେବାକୁ କୁହାଯାଇଛି। ସେହିପରି ଦୋକାନ ବଜାର ଓ ଗାଡ଼ିମବଟର ଚଳାଚଳ ନ କରିବାକୁ କୁହାଯାଇଛି। ବାତ୍ୟା ଅତିକ୍ରମ କରିବା ଯାଏ ଏହି ସତର୍କତା ପାଳନ କରିବାକୁ କୁହାଯାଇଛି। ସେହିପରି ଉପକୂଳବର୍ତ୍ତୀ ଓ ତଳିଆ ଅଞ୍ଚଳରେ ରହିଥିବା ଲୋକଙ୍କୁ ପୁଣିଥରେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି।
ଅନ୍ୟପକ୍ଷରେ ଆସନ୍ତାକାଲି ପରସ୍ଥିତିକୁ ଦୃଷ୍ଟିରେ ରଖି ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ପକ୍ଷରୁ ସମସ୍ତ ଫ୍ଲାଇଟକୁ ବନ୍ଦ ରଖାଯାଇଛି। ଭୁବନେଶ୍ୱର ବିମାନବନ୍ଦରକୁ ଆସୁଥିବା ଏବଂ ଏଠାରୁ ଯାଉଥିବା ସମସ୍ତ ୨୪ଟି ବିମାନକୁ ବାତିଲ କରାଯାଇଛି। ଆସନ୍ତାକାଲି ଅର୍ଥାତ ଗୋଟିଏ ଦିନ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି।
from Odisha Reporter http://bit.ly/2J9G1gD
No comments:
Post a Comment