ସୌମ୍ୟ ଓ ପ୍ରତାପ ରାଜ୍ୟସଭାରୁ ବିଧାନସଭା ଆସିଥିଲେ କାହିଁକି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

ସୌମ୍ୟ ଓ ପ୍ରତାପ ରାଜ୍ୟସଭାରୁ ବିଧାନସଭା ଆସିଥିଲେ କାହିଁକି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପ୍ରତାପ ଦେବ ବିଧାନସଭା ନିର୍ବାଚନ ଲଢ଼ି ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଉଭୟ ନେତାଙ୍କୁ ମନ୍ତ୍ରୀ ପଦ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଥିଲା, କିନ୍ତୁ ତାହା ହୋଇନି। ଉଭୟଙ୍କୁ କେଉଁ କାରଣରୁ ମନ୍ତ୍ରୀ ପଦ ମିଳିଲାନି ଓ ସେମାନେ କାହିଁକି ବିଧାନସଭା ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ଖଣ୍ଡପଡ଼ା ବିଧାନସଭା ଆସନରୁ ସୌମ୍ୟରଞ୍ଜନ ରାଜ୍ୟରେ ସର୍ବାଧିକ ଭୋଟ୍ ବ୍ୟବଧାନ ୮୧,୪୩୦ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ସେହିପରି ଆଳି ବିଧାନସଭାରୁ ମଧ୍ୟ ପ୍ରତାପ ଦେବ ୫୫,୬୦୧ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଉଭୟ ନେତାଙ୍କୁ ବିଧାନସଭା ମଇଦାନକୁ ଓହ୍ଲାଇବାବେଳେ ସେମାନେ ଜିତିଲେ ମନ୍ତ୍ରୀ ହେବାର ସମ୍ଭାବନା ଅଧିକ ଥିବା ଚର୍ଚ୍ଚା ହେଉଥିଲା। ବିଜେଡି ମଧ୍ୟ ଏହି ଦୁଇ ନେତାଙ୍କୁ ରାଜ୍ୟସଭାରୁ ଆଣି ବିଧାନସଭାରେ ଲଢ଼ାଇବାର ସେଭଳି କୌଣସି ବାଧ୍ୟବାଧକତା ବି ନଥିଲା। କାରଣ ନବୀନଙ୍କ ଲୋକପ୍ରିୟତା ରାଜ୍ୟରେ ବଳବତ୍ତର ଥିବା ଦୃଷ୍ଟିରୁ ଦଳରେ ବିଧାନସଭା ଟିକେଟ୍ ଆଶାୟୀଙ୍କ ସଂଖ୍ୟା ବି ଅଧିକ ଥିଲା। ତେଣୁ ଏହି ଦୁଇ ନେତା ନିଜସ୍ୱ ଦମରେ ରାଜ୍ୟସଭା ପରିବର୍ତ୍ତେ ବିଧାନସଭା ସଦସ୍ୟତାକୁ ଅଧିକ ଗୁରୁତ୍ୱ ଦେଇଥିବା ଚର୍ଚ୍ଚା ହେଉଥିଲା। ଯେହେତୁ ସେମାନେ ରାଜ୍ୟସଭା ଛାଡ଼ିବେ, ତେଣୁ ଉଭୟ ମନ୍ତ୍ରୀ ପଦ ଦାବିଦାର ରହିବା ସ୍ୱାଭାବିକ।

ମାତ୍ର ନବୀନଙ୍କ ୨୧ଜଣିଆ ମନ୍ତ୍ରିମଣ୍ଡଳ ଆଜି ଆନୁଷ୍ଠାନିକ ଭାବେ ଶପଥ ନେବାପରେ ସୌମ୍ୟ ଓ ପ୍ରତାପଙ୍କୁ ସ୍ଥାନ ମିଳିନଥିବା ସ୍ପଷ୍ଟ ହୋଇଥିଲା। ଉଭୟ ନେତା ବୃହତ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ମଧ୍ୟ ନବୀନ କାହିଁକି ସେମାନଙ୍କୁ ମନ୍ତ୍ରୀ କଲେନି, ତା’କୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଦାନା ବାନ୍ଧିବାରେ ଲାଗିଛି।

ଏକ ବିଜେଡି ସୂତ୍ର ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ନିର୍ବାଚନମଣ୍ଡଳୀରେ ଏବେ ନିର୍ବାଚନ ବାକି ଥିବାରୁ ନବୀନ ଜିଲ୍ଲାର କୌଣସି ନେତାଙ୍କୁ ମନ୍ତ୍ରୀ ପଦ ଦେଇ ରିସ୍କ ନେବାକୁ ଚାହିଁନାହାନ୍ତି। କାରଣ ଜିଲ୍ଲାରେ ଅତନୁ ସବ୍ୟସାଚୀ ନାୟକଙ୍କ ଭଳି ହେଭିୱେଟ୍ ନେତାଙ୍କ ସହିତ ଶଶିଭୂଷଣ ବେହେରା ମଧ୍ୟ ମନ୍ତ୍ରୀପଦ ପାଇଁ ଆଶାୟୀ ଥିଲେ। ଅତନୁଙ୍କର ପାଟକୁରା ନିର୍ବାଚନମଣ୍ଡଳୀରେ ପ୍ରଭାବ ମଧ୍ୟ ରହିଛି। ଅତନୁ ଓ ପ୍ରତାପଙ୍କ ମଧ୍ୟରେ ଅହିନକୂଳ ସମ୍ପର୍କ। ତେଣୁ ଦୁଇଜଣଙ୍କ ମଧ୍ୟରୁ ଯାହାକୁ ବି ମନ୍ତ୍ରୀ କଲେ ତା’ର ଫଳ ପାଟକୁରା ନିର୍ବାଚନ ଉପରେ ପଡ଼ିବାର ଆଶଙ୍କା ରହିଛି। ତେଣୁ ନବୀନ ମନ୍ତ୍ରିମଣ୍ଡଳରେ ଗୋଟିଏ ପଦ ଖାଲି ରଖି ଜିଲ୍ଲାର ବିଜେଡି ବିଧାୟକମାନଙ୍କ ମଧ୍ୟରେ ଶାନ୍ତି ଓ ସମନ୍ଵୟ ରକ୍ଷା କରିବାକୁ ପ୍ରୟାସ କରିଛନ୍ତି।

ସେହିପରି, ନୟାଗଡ଼ ଜିଲ୍ଲାରେ ଅରୁଣ ସାହୁଙ୍କ ପରିବର୍ତ୍ତେ ସୌମ୍ୟଙ୍କୁ ମନ୍ତ୍ରୀ ପଦ ଦେଇ ଅରୁଣଙ୍କୁ ଚେକ୍ ଦେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଅରୁଣ ନିଜର ପ୍ରଭାବ ବଜାୟ ରଖିବା ସହ ମନ୍ତ୍ରୀ ପଦ ଓ ଦୁହାଁଳିଆ ବିଭାଗ ହାତେଇ ପାରିଛନ୍ତି। ଏପରିକି ନିଜର କିଛି ଅନୁଗତଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରିବାରେ ସେ ସକ୍ଷମ ହୋଇଛନ୍ତି। ସୌମ୍ୟଙ୍କ ଲବି ତୁଳନାରେ ଅରୁଣଙ୍କ ପ୍ରଭାବ ଅଧିକ ଭାରି ପଡ଼ିଛି ବୋଲି ଚର୍ଚ୍ଚା ହେଉଛି। ସୌମ୍ୟଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିଲେ ଦଳରେ ଅସନ୍ତୋଷ ବଢ଼ିଥାନ୍ତା ଓ ପଟ୍ଟନାୟକ ପରିବାରର ଆଭ୍ୟନ୍ତରୀଣ ରାଜନୀତି ମଧ୍ୟ ବିଜେଡିକୁ ପ୍ରଭାବିତ କରିଥାନ୍ତା ବୋଲି ବୋଲି ନବୀନଙ୍କୁ ବୁଝାଇ ଦିଆଯାଇଥିଲା। ଯେଉଁଥିପାଇଁ ସୌମ୍ୟଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଗଲାନି ବୋଲି ଚର୍ଚ୍ଚା ହେଉଛି।



from Odisha Reporter http://bit.ly/2XcZKA5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages