ଜେଟ୍‌ଲୀଙ୍କୁ ମନାଇବାକୁ ଗଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

ଜେଟ୍‌ଲୀଙ୍କୁ ମନାଇବାକୁ ଗଲେ ମୋଦି

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବାକୁ ଥିବାବେଳେ ପୂର୍ବଥରର ବରିଷ୍ଠ ସଦସ୍ୟ ଅରୁଣ ଜେଟ୍‌ଲୀ ମନ୍ତ୍ରଣାଳୟରେ ରହିବେ କି ନା ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ସେ ନିଜେ ଏନେଇ ମୋଦିଙ୍କୁ ଚିଠି ଲେଖିବା ସହ ଅସୁସ୍ଥତା କାରଣରୁ ନିଜ ପାଇଁ ସମୟ ଚାହୁଁଛନ୍ତି ବୋଲି କହିବା ପରେ ମଧ୍ୟ ବିଜେପି ତାଙ୍କୁ ଯେନତେନ ପ୍ରକାରେଣ ବୁଝାଇବାର ଉଦ୍ୟମ ଜାରି ରଖିଛି।

ଏହି କ୍ରମରେ ମୋଦି ଆଜି ସନ୍ଧ୍ୟାରେ ଅରୁଣ ଜେଟ୍‌ଲୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ସେ ଏହି ଅବସରରେ ତାଙ୍କୁ ସରକାରରେ ରହିବାକୁ ଅନୁରୋଧ କରିବାର ଅଛି।

ପୂର୍ବରୁ ଜେଟ୍‌ଲୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଜରିଆରେ ତାଙ୍କ ନିଷ୍ପତ୍ତି ବାବଦରେ ସ୍ପଷ୍ଟ କରିଥିଲେ। ସେ କହିଥିଲେ ସେ ବର୍ତ୍ତମାନ ଦାୟିତ୍ୱମୁକ୍ତ ହୋଇ ସ୍ୱାସ୍ଥ୍ୟ ଏବଂ ଚିକିତ୍ସାରେ ସମୟ ଦେବାକୁ ଚାହୁଁଛନ୍ତି।



from Odisha Reporter http://bit.ly/2HIDQiQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages