ଚର୍ଚ୍ଚା: ମୋଦିଙ୍କ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ କେଉଁ ବିଭାଗ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ଚର୍ଚ୍ଚା: ମୋଦିଙ୍କ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ କେଉଁ ବିଭାଗ ?

ନୂଆଦିଲ୍ଲୀ: ଆସନ୍ତା ଗୁରୁବାର ସନ୍ଧ୍ୟା ୭ଟାରେ ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ କେଉଁମାନଙ୍କୁ ସୁଯୋଗ ମିଳିବ, ତା’କୁ ନେଇ ସୋଶାଲ ମିଡିଆରେ ଚର୍ଚ୍ଚା ଜାରି ରହିଛି।

କେତେକ ସମ୍ବାଦ ସଂସ୍ଥା ଆଗତୁରା ମୋଦିଙ୍କ ମନ୍ତ୍ରିମଣ୍ଡଳରେ କିଏ କିଏ ରହିବେ ଓ ସେମାନଙ୍କ ହାତରେ କେଉଁ ମନ୍ତ୍ରାଳୟ ରହିବ, ତା’ ମଧ୍ୟ ଘୋଷଣା କରିବାକୁ ପଛାଇ ନାହାନ୍ତି। ଦି ସେଣ୍ଟିନେଲ ଖବରକାଗଜରେ ଏଭଳି ଏକ ତାଲିକା ପ୍ରକାଶ ପାଇଛି।

ଚଳିତ ବର୍ଷ ଶେଷ ଭାଗରେ ମହାରାଷ୍ଟ୍ର, ଝାରଖଣ୍ଡ ଓ ହରିଆଣା ବିଧାନସଭା ନିର୍ବାଚନ ହେବ। ସେହିପରି ପଶ୍ଚିମବଙ୍ଗ, ତେଲେଙ୍ଗାନା ଏବଂ ଓଡ଼ିଶାରେ ଦଳ ୨୦୧୪ ଅପେକ୍ଷା ଯଥେଷ୍ଟ ଭଲ ପ୍ରଦର୍ଶନ କରିଛି।

ତେଣୁ ଏହି ସବୁ ରାଜ୍ୟଗୁଡ଼ିକରୁ ବିଜେପି ଟିକେଟ୍‌ରେ ଜିତିଥିବା ପ୍ରାର୍ଥୀଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିପାରେ ବୋଲି କୁହାଯାଉଛି। ସେହିପରି ରାହୁଲ ଗାନ୍ଧିଙ୍କୁ ଆମେଠିରେ ପରାସ୍ତ କରିଥିବା ସ୍ମୃତି ଇରାନୀଙ୍କୁ ମଧ୍ୟ ଦଳ ଉପଯୁକ୍ତ ସମ୍ମାନ ଦେବ।

କୁହାଯାଉଛି ଯେ ମୋଦିଙ୍କ କ୍ୟାବିନେଟ୍‌ରେ ଅର୍ଥମନ୍ତ୍ରୀ ଥିବା ଅରୁଣ ଜେଟଲୀଙ୍କୁ ସ୍ୱାସ୍ଥ୍ୟଗତ କାରଣ ଯୋଗୁ ମନ୍ତ୍ରୀ ପଦ ମିଳି ନପାରେ। ସେହିପରି ଧର୍ମେନ୍ଦ୍ର ପ୍ରଧାନ ଓ ଜେପି ନଡ୍ଡାଙ୍କ ଭଳି ବରିଷ୍ଠ ନେତା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଦୌଡ଼ରେ ରହିଛନ୍ତି। ସେହିପରି ଭୁପେନ୍ଦର ଯାଦବ ମଧ୍ୟ ବିଜେପି ମୁଖ୍ୟ ହୋଇପାରନ୍ତି। ମୋଦିଙ୍କ କ୍ୟାବିନେଟ୍‌ରେ କାହାକୁ ସୁଯୋଗ ମିଳିବ, ତା’କୁ ନେଇ ସସ୍‌ପେନ୍ସ ଜାରି ରହିଛି।

ଅନ୍ୟପକ୍ଷରେ ସମ୍ଭାବ୍ୟ ମନ୍ତ୍ରିପଦକୁ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି। ଦି ସେଣ୍ଟିନେଲରେ ପ୍ରକାଶିତ ଚର୍ଚ୍ଚା ଅନୁଯାୟୀ କାହାକୁ କେଉଁ ମନ୍ତ୍ରୀ ପଦ ମିଳିବ, ତାର ଏକ ତାଲିକା ମଧ୍ୟ ଦିଆଯାଇଛି। ତେବେ ଆଶ୍ଚର୍ଯ୍ୟର ବିଷୟ, ଏଥିରେ ଓଡ଼ିଶାର କୌଣସି ଏମପିଙ୍କ ନାଁ ନାହିଁ। ଏଥିରୁ ଏଭଳି ତାଲିକାର ବିଶ୍ୱସନୀୟତା କେତେ ତାହା ଜଣାପଡ଼ୁଛି।

ତଥାପି ଏ ତାଲିକାକୁ ନେଇ ନାନା ପ୍ରକାରର ଚର୍ଚ୍ଚା ଆରମ୍ଭ ହେଲାଣି।

ମନ୍ତ୍ରୀ ତାଲିକା

ଗୌତମ ଗମ୍ଭୀର(କ୍ରୀଡ଼ା ମନ୍ତ୍ରୀ), ସ୍ମୃତି ଇରାନୀ(ବୈଦେଶିକ ମନ୍ତ୍ରୀ), ଜୟନ୍ତ ସିହ୍ନା(ଅର୍ଥମନ୍ତ୍ରୀ), ରାଜୀବ ପ୍ରତାପ ରୁଡ୍ଡି(ପ୍ରତିରକ୍ଷା ମନ୍ତ୍ରୀ), ଅମିତ ଶାହ(ସ୍ୱରାଷ୍ଟ୍ର ମନ୍ତ୍ରୀ), ବରୁଣ ଗାନ୍ଧି(କର୍ମସ ମନ୍ତ୍ରୀ), ପୀୟୂଷ ଗୋଏଲ(ରେଳ ମନ୍ତ୍ରୀ), ରାଜନାଥ ସିଂହ(କୃଷି ମନ୍ତ୍ରୀ), ମାନବ ସମ୍ବଳ ମନ୍ତ୍ରୀ(ନିର୍ମଳା ସୀତାରମଣ), ନୀତୀନ ଗଡ଼କରୀ(ପରିବହନ ମନ୍ତ୍ରୀ), ଅରବିନ୍ଦ ସାୱନ୍ତ(ଶିଳ୍ପ ମନ୍ତ୍ରୀ), ମୁକ୍ତାର ଆବ୍ବାସ ନକଭୀ(ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ), ଜେଡିୟୁର ପୱନ ବର୍ମା(ବେସାମରିକ ବିମାନ ଚଳାଚଳ), ବାବୁଲ ସୁପ୍ରିୟୋ(ସୂଚନା ଓ ପ୍ରସାରଣ), କିରନ ରିଜିଜ୍ଜୁ(ପେଟ୍ରୋଲିୟମ ମନ୍ତ୍ରୀ), ଡା ଅରବିନ୍ଦ(ଶକ୍ତି ମନ୍ତ୍ରୀ), ଅନନ୍ତ କୁମାର ହେଗଡ଼େ (ପରିବାର ଓ କଲ୍ୟାଣ ମନ୍ତ୍ରୀ), ଶିବରାଜ ସିଂହ ଚୌହାନ(ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ), ମୀନାକ୍ଷୀ ଲେଖି(ମହିଳା ସଶକ୍ତୀକରଣ ମନ୍ତ୍ରୀ), ଗୋପାଲ ସେଠୀ(ସହର ବିକାଶ ମନ୍ତ୍ରୀ), ରବିଶଙ୍କର ପ୍ରସାଦ(ଆଇନ୍‌ ମନ୍ତ୍ରୀ), ଏଲଜେପିର ଚିରାଗ ପାଶ୍ୱାନ(ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ), ଅନୁରାଗ ଠାକୁର(ପର୍ଯ୍ୟଟନ ମନ୍ତ୍ରୀ), ଜେପି ନଡ୍ଡା(ସ୍ୱାସ୍ଥ୍ୟ ମନ୍ତ୍ରୀ), ଗିରିରାଜ ସିଂହ(କୋଇଲା ଓ ମାଇନିଂ ମନ୍ତ୍ରୀ), ସଦାନନ୍ଦ ଗୌଡ଼ା(ପରିବେଶ ମନ୍ତ୍ରୀ), ହରପ୍ରିୟା ସୁରେଶ (ବିଜ୍ଞାନ ଓ ଟେକ୍ନୋଲଜି), ଆପନା ଦଳର ଅନୁପ୍ରିୟା ପଟେଲ(ଶ୍ରମ ମନ୍ତ୍ରୀ), ସରୋଜ ପାଣ୍ଡେ(ଟେକ୍ସଟାଇଲ ମନ୍ତ୍ରୀ), ହରକ୍ରୀତ କୌର ବାଦଲ(କଂଜ୍ୟୁମର ବ୍ୟାପାର ମନ୍ତ୍ରୀ)।



from Odisha Reporter http://bit.ly/2MnDRxg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages