କାର୍ଡିଫ୍: ଭାରତ ଓ ବାଂଲାଦେଶ ମଧ୍ୟରେ ଏଠାରେ ଖେଳାଯାଉଥିବା ଅଭ୍ୟାସ ମ୍ୟାଚ୍ ବର୍ଷା ବାଧାପ୍ରାପ୍ତ ହୋଇଛି। ଏହି ମ୍ୟାଚରେ ବାଂଲାଦେଶ କ୍ୟାପଟେନ୍ ମାଶରଫି ମୋର୍ତାଜା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶିଖର ଧୱନ୍ ଇନିଂସ୍ ଓପନ୍ କରିବାକୁ ଆସିଥିଲେ।
ତେବେ ବାଂଲାଦେଶର ବାମହାତୀ ପେସ୍ ବୋଲର ମୁସ୍ତାଫିଜୁର ରେହମାନ୍ ଦୁଇଟି ବଲ୍ ପକାଇବା ପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ବର୍ଷା ଯୋଗୁ ମ୍ୟାଚ୍ ବାଧାପ୍ରାପ୍ତ ହୋଇଛି। ବର୍ଷା ହେବା ପୂର୍ବରୁ ଭାରତ ବିନା ୱିକେଟରେ ୪ ରନ୍ କରିଛି। ରୋହିତ୍ ୩ ଓ ଧୱନ୍ ୧ ରନ୍ କରି ବ୍ୟାଟିଂ କରୁଥିଲେ।
ସୂଚନାଯୋଗ୍ୟ, ଭାରତ ତା’ର ପ୍ରଥମ ଅଭ୍ୟାସ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ନିକଟରୁ ୬ ୱିକେଟରେ ପରାସ୍ତ ହୋଇଥିଲା। ଏହି ମ୍ୟାଚରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଖରାପ ପ୍ରଦର୍ଶନ କରିଥିଲା। ତେଣୁ ଭାରତ ପାଇଁ ବାଂଲାଦେଶ ବିପକ୍ଷ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ।
ବିଶ୍ୱକପରେ ଭାରତ ତା’ର ପ୍ରଥମ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜୁନ୍ ୬ ତାରିଖରେ ଖେଳିବ। ଅନ୍ୟପକ୍ଷରେ ବାଂଲାଦେଶ ତା’ର ପ୍ରଥମ ଅଭ୍ୟାସ ପାକିସ୍ତାନ ବିପକ୍ଷରେ ଖେଳିଥାନ୍ତା। କିନ୍ତୁ ବର୍ଷା ଏହି ମ୍ୟାଚକୁ ସମ୍ପୂର୍ଣ୍ଣ ଭାବେ ଧୋଇ ନେଇଥିଲା।
from Odisha Reporter http://bit.ly/2QrKDjQ
No comments:
Post a Comment