ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ପରାଜୟ ପରେ କଂଗ୍ରେସରେ ନେତୃତ୍ୱ ନେଇ ଘଡ଼ିକେ ଘୋଡ଼ା ଛୁଟିବାରେ ଲାଗିଛି। ଦଳର ଶୀର୍ଷ ପଦବୀରୁ ଇସ୍ତଫା ଦେବାପାଇଁ ଜିଦ୍ ଧରିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କେବଳ ସଂସଦରେ ନେତୃତ୍ୱ ନେବାକୁ ରାଜିହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆଜି ସକାଳେ ଦଳର ବରିଷ୍ଠ ନେତାଙ୍କ ସହ ଲଗାତାର ବୈଠକ କରିବାପରେ ସେ ଏହି ପ୍ରସ୍ତାବରେ ରାଜି ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଅନ୍ୟ ଏକ ସୂତ୍ର ଅନୁଯାୟୀ, ରାହୁଲ କଂଗ୍ରେସର ନୂଆ ଅଧ୍ୟକ୍ଷ ଖୋଜିବାକୁ ଦଳକୁ ଏକ ମାସ ସମୟ ଦେଇଛନ୍ତି। କିନ୍ତୁ ସେ ନିଜେ ଅଧ୍ୟକ୍ଷ ଦାୟିତ୍ୱ ନେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
ଆଜି ରାହୁଲଙ୍କ ସହିତ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ଗାନ୍ଧି ପରିବାରର ଘନିଷ୍ଠ ଅଶୋକ ଗେହଲଟ୍ ଏବଂ ସଚିନ୍ ପାଇଲଟ୍ ଆଜି ଦଳୀୟ ସଂଗଠନ ସମ୍ପର୍କରେ ଆଲୋଚନା କରିଥିଲେ। ଆଜି ଅପରାହ୍ଣ ୪.୩୦ରେ ଏନେଇ ଏକ ବୈଠକ ମଧ୍ୟ ବସିବ।
ରାହୁଲଙ୍କୁ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷ ଭାବରେ ନିର୍ବାଚିତ କରାଯିବ। ଏହାପରେ ସେ ନିଷ୍ପତ୍ତି ନେବେ ଲୋକସଭା ଏବଂ ରାଜ୍ୟସଭାରେ ଦଳର ନେତୃତ୍ୱ କିଏ ନେବେ। ଏ ପ୍ରସଙ୍ଗରେ କଂଗ୍ରେସ ୱାର୍କିଙ୍ଗ କମିଟି ସଦସ୍ୟ ତରୁଣ ଗୋଗୋଇ କହିଛନ୍ତି, “ଯଦିଓ ମୁଁ ଚାହୁଁଛି ସେ ପୂର୍ବବତ୍ ସଭାପତି ଦାୟିତ୍ୱ ତୁଲାନ୍ତୁ, ସେ ତାଙ୍କ ନିଷ୍ପତ୍ତି ବଦଳାଇବେ ନାହିଁ। ଦଳର କିଛି ବରିଷ୍ଠ ନେତାଙ୍କ ଉପରେ ସେ ଅସନ୍ତୁଷ୍ଟ ଅଛନ୍ତି। ସେମାନେ ଯେଉଁଭଳି ପରିଶ୍ରମ କରିବା କଥା,ତାହା ସେମାନେ କରିନଥିଲେ।”
ତରୁଣଙ୍କ କହିବା ଅନୁଯାୟୀ, ରାହୁଲଙ୍କୁ ପଚରାଯାଇଥିଲା ସେନାପତିଙ୍କ ଯୁଦ୍ଧକ୍ଷେତ୍ର ଛାଡ଼ିଦେବା କ’ଣ ଠିକ ହେବ? ସେ ଉତ୍ତରରେ କହିଥିଲେ, ମୁଁ ଯୁଦ୍ଧକ୍ଷେତ୍ର ଛାଡ଼ୁନାହିଁ। ମୁଁ ଆହୁରି ଅଧିକ ଲଢ଼େଇ କରିବି। ଯଦି ମୁଁ କଂଗ୍ରେସର ସଂଗଠନ ଦାୟିତ୍ୱରେ ରହିବିନି କିନ୍ତୁ ବିଚାର ଓ ଆଦର୍ଶର ଲଢ଼େଇ କରିବି।
from Odisha Reporter http://bit.ly/2wqA7Ae
No comments:
Post a Comment