ମାତ୍ର ୧୨୦ ସେକେଣ୍ଡରେ ଆଇପିଏଲ୍ ଫାଇନାଲ୍ ଟିକେଟ୍ ଶେଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 9, 2019

ମାତ୍ର ୧୨୦ ସେକେଣ୍ଡରେ ଆଇପିଏଲ୍ ଫାଇନାଲ୍ ଟିକେଟ୍ ଶେଷ

ହାଇଦ୍ରାବାଦ: ଆଇପିଏଲର କ୍ରେଜ୍ କ୍ରିକେଟ୍ ଫ୍ୟାନଙ୍କୁ ମତୁଆଲା କରିଛି। ରବିବାର ଆଇପିଏଲର ଫାଇନାଲ୍ ମୁକାବିଲା ହାଇଦ୍ରାବାଦର ରାଜୀବ ଗାନ୍ଧି ଷ୍ଟାଡିୟମରେ ଖେଳାଯିବ। ତେବେ ଏହା ପୂର୍ବରୁ ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି। ଘଟଣାଟି ହେଉଛି, ଚଳିତ ସିଜନ ଫାଇନାଲ୍ ମ୍ୟାଚର ସମସ୍ତ ଟିକେଟ୍ ମାତ୍ର ୧୨୦ ସେକେଣ୍ଡ ଅର୍ଥାତ୍ ୨ ମିନିଟରେ ବିକ୍ରି ହୋଇଯାଇଛି।

ଗୋଟିଏ ପଟେ ଟାଇଟଲ୍ ମୁକାବିଲାର ସବୁ ଟିକେଟ୍ ଏତେ କମ୍ ସମୟରେ ବିକ୍ରି ହେବା ଦର୍ଶାଉଛି ଯେ, ଆଇପିଏଲ୍ ପ୍ରତି ଲୋକଙ୍କର କେତେ କ୍ରେଜ୍ ଅଛି। ଅନ୍ୟପକ୍ଷରେ ମାତ୍ର ୨ ମିନିଟରେ ଟିକେଟ୍ ବିକ୍ରିକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି।

ବୁଧବାର ବିସିସିଆଇ ଟିକେଟ୍ ବିକ୍ରି ଆରମ୍ଭ କରିଥିଲା, ତା’ ପୁଣି ବିନା କୌଣସି ନୋଟିସରେ। ଏଠି ପ୍ରଶ୍ନ ଉଠୁଛି ଯେ, ବିସିସିଆଇର ବିନା ନୋଟିସରେ ସବୁଯାକ ଟିକେଟ୍ ଏତେ କମ୍ ସମୟରେ କିପରି ବିକ୍ରି ହେଲା। ହାଇଦ୍ରାବାଦର ରାଜୀବ ଗାନ୍ଧି ଷ୍ଟାଡିୟମର କ୍ଷମତା ୩୯ହଜାର।

ସାଧାରଣତ ମ୍ୟାଚ୍ ପାଇଁ ୨୫ହଜାରରୁ ୩୦ହଜାର ଟିକେଟ୍ ବିକ୍ରି ହୋଇଥାଏ, କିନ୍ତୁ ଏଥର ଟିକେଟ୍ ବିକ୍ରି କଥା କେହି ଜାଣିପାରିଲେ ନାହିଁ। ମିଳିଥିବା ରିପୋର୍ଟ ଅନୁଯାୟୀ, ୧୦୦୦, ୧୫୦୦, ୨ହଜାର, ୨୫୦୦, ୧୦ହଜାର, ୧୨୫୦୦, ୧୫ହଜାର ଓ ୨୨,୫୦୦ ଟଙ୍କା ବିଶିଷ୍ଟ ଟିକେଟ୍ ବିକ୍ରି ହେବାର ଥିଲା। କିନ୍ତୁ EventsNowରେ କେବଳ ୧୫୦୦, ୨୫୦୦ ଓ ୫ହଜାର ଟିକେଟ୍ କେବଳ ବିକ୍ରି ହୋଇଛି। ତେବେ ବାକି ୧୦ହଜାର, ୧୨୫୦୦, ୧୫ହଜାର ଓ ୨୨,୫୦୦ ଟଙ୍କାର ଟିକେଟ୍ କୁଆଡେ ଗଲା, ତାହା ଏଯାଏ ଜଣା ପଡ଼ିନାହିଁ।

ଏ ନେଇ EventsNowର ସୁଧୀର ରେଡ୍ଡି କହିଛନ୍ତି, “ମୁଁ ଟିକେଟ୍ ବିଷୟରେ କୌଣସି ସୂଚନା ଦେଇପାରିବି ନାହିଁ। ଆମକୁ ଯେଉଁ ଟିକେଟ୍ ମିଳିଥିଲା, ଆମେ ସେସବୁ ବିକ୍ରି କଲୁ। ଏହା ଉପରେ ବିସିସିଆଇ ଜବାବ ଦେଇପାରିବ।” ଅନ୍ୟପକ୍ଷରେ ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ (ଏଚସିଏ)ର କାର୍ଯକାରୀ କମିଟିର ଜଣେ ସଦସ୍ୟ ପ୍ରଶ୍ନ ଉଠାଇଛନ୍ତି ଯେ, “ଫାଇନାଲର ସବୁ ଟିକେଟ୍ କିପରି ବିକ୍ରି ହୋଇପାରିବ। ବିସିସିଆଇକୁ ଏହାର ଜବାବ ଦେବାକୁ ପଡ଼ିବ।”



from Odisha Reporter http://bit.ly/2JtWV9K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages