ତୀରନ୍ଦାଜ ବିଶ୍ୱକପ୍‌: ଭାରତକୁ ବ୍ରୋଞ୍ଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ତୀରନ୍ଦାଜ ବିଶ୍ୱକପ୍‌: ଭାରତକୁ ବ୍ରୋଞ୍ଜ

ଆଣ୍ଟାଲୟ(ତୁର୍କୀ): ଏଠାରେ ଚାଲିଥିବା ତୀରନ୍ଦାଜ ବା ଆର୍ଚେରୀ ବିଶ୍ୱକପ୍‌ ଷ୍ଟେଜ୍‌ ୩ରେ ଭାରତୀୟ ଖେଳାଳି ଚମକିଛନ୍ତି। ଭାରତର ରଜତ ଚୌହାନ, ଅଭିଷେକ ବର୍ମା ଓ ଅମନ ସାଇନି ଟିମ୍‌ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଆଜିର ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତ ମୁକାବିଲା ଶକ୍ତିଶାଳୀ ରୁଷ ସହ ହୋଇଥିଲା। ତେବେ ଭାରତର ତିନ ଜଣ ଯାକ ଷ୍ଟାର ଖେଳାଳି ବେଶ ଚମତ୍କାର ପ୍ରଦର୍ଶନ କରିଥିଲେ। ରୁଷ ଏହି ମ୍ୟାଚ୍‌ରେ ୨୩୫ ପଏଣ୍ଟ ପାଇଥିବା ବେଳେ ଭାରତ ୨୩୦ ପଏଣ୍ଟ ପାଇ ବ୍ରୋଞ୍ଜ ପଦକ କରାୟତ୍ତ କରିଛି।

ଅନ୍ୟପକ୍ଷରେ ଭାରତର ମହିଳା ଦଳ ମାତ୍ର ୨ ପଏଣ୍ଟ ପାଇଁ ବ୍ରୋଞ୍ଜ ପଦକ ପାଇବାରୁ ବଞ୍ଚିତ ହୋଇଛନ୍ତି। ଟିମ୍‌ ଇଭେଣ୍ଟର ଭାରତର ଜ୍ୟୋତି ସୁରେଖା, ମୁସ୍କାନ କିରାର ଓ ସ୍ୱାତୀ ଦୁଧୱାଲଙ୍କ ମୁକାବିଲା ବ୍ରିଟେନ୍‌ ସହ ହୋଇଥିଲା। ଏଥିରେ ଭାରତକୁ ୨୨୬ ପଏଣ୍ଟ ମିଳିଥିବା ବେଳେ ଗ୍ରେଟ୍‌ ବ୍ରିଟେନ୍‌ ୨୨୮ ପଏଣ୍ଟ ପାଇ ବିଜୟୀ ହୋଇଥିଲା।

ବିଶ୍ୱକପ୍‌ର ଏହି ଷ୍ଟେଜ୍‌ ୩ ଇଭେଣ୍ଟ ପରେ ନେଦରଲ୍ୟାଣ୍ଡରେ ବିଶ୍ୱକପ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଠାରେ ଖେଳାଳିମାନେ ଅଲିମ୍ପିକ ଯୋଗ୍ୟତା ପାଇବାକୁ ଲଢ଼େଇ କରିବେ।



from Odisha Reporter http://bit.ly/2X1B0Le

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages