ବିଜୟୀ ସାଂସଦ ପ୍ରାର୍ଥୀଙ୍କ ତାଲିକା ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ବିଜୟୀ ସାଂସଦ ପ୍ରାର୍ଥୀଙ୍କ ତାଲିକା ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର

ନୂଆଦିଲ୍ଲୀ: ଆଗକୁ ନୂଆ ସରକାର ଶପଥ ନେବେ। ତେଣୁ ୧୬ତମ ଲୋକସଭାର ଅବଧି ଶେଷ ହେବା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଭଙ୍ଗ କରିଛନ୍ତି। ଗତକାଲି ଲୋକସଭା ଭଙ୍ଗ କରିବା ପାଇଁ ବିଦାୟୀ ସରକାର ରାଷ୍ଟ୍ରପତିଙ୍କୁ ପ୍ରସ୍ତାବ ଦେଇଥିଲେ। ଜୁନ ୩ରେ ୧୬ତମ ଲୋକସଭାର କାର୍ଯ୍ୟକାଳ ଶେଷ ହେବାର ଥିଲା।

ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ ଅରୋରା ମଧ୍ୟ ଚଳିତ ସାଧାରଣ ନିର୍ବାଚନରେ ୫୪୨ ବିଜୟୀ ପ୍ରାର୍ଥୀଙ୍କ ତାଲିକା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ହସ୍ତାନ୍ତର କରିଛନ୍ତି। ଏହାପରେ ନୂଆ ସରକାରକୁ ନିମନ୍ତ୍ରଣ କରିବା ପାଇଁ ରାଷ୍ଟ୍ରପତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳ ରାଷ୍ଟ୍ରପତିଙ୍କ ନିକଟରେ ସେମାନଙ୍କ ଇସ୍ତଫାପତ୍ର ଦାଖଲ କରିଥିଲେ। ଏହାପରେ ରାଷ୍ଟ୍ରପତି ନୂଆ ସରକାର ଶପଥ ନେବା ଯାଏ ପ୍ରଧାନମନ୍ତ୍ରୀଙ୍କୁ ନିଜ ପଦରେ ରହିବାକୁ କହିଥିଲେ।



from Odisha Reporter http://bit.ly/2Xd5zxH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages