ପରାଜୟର ବ୍ୟଥାକୁ କବିତାରେ ପ୍ରକାଶ କଲେ ମମତା, ପଢ଼ନ୍ତୁ ମମତାଙ୍କ କବିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ପରାଜୟର ବ୍ୟଥାକୁ କବିତାରେ ପ୍ରକାଶ କଲେ ମମତା, ପଢ଼ନ୍ତୁ ମମତାଙ୍କ କବିତା

551955-mamata-army

କୋଲକାତା: ଚଳିତ ସାଧାରଣ ନିର୍ବାଚନରେ ମୋଦିଙ୍କ ବିଜୟକୁ ସ୍ୱୀକାର କରିପାରୁ ନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନିରବ ରହିଥିବା ମମତା ବାନାର୍ଜୀ ଏକ କବିତା ଲେଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମମତା ଏହି କବିତା ଲେଖିଛନ୍ତି। ଯାହାକୁ ସେ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଇଂରାଜୀ, ହିନ୍ଦୀ ଓ ଓଡ଼଼ିଆ ଭାଷାରେ ପୋଷ୍ଟ କରିଛନ୍ତି।

କବିତାର ଶୀର୍ଷକ ରହିଛି ‘ମେଁ ନେହିଁ ମାନତି’। ଏହି କବିତା ମାଧ୍ୟମରେ ନିଜକୁ ଶାନ୍ତ, ଚିତ୍ରକର ଓ ସଙ୍ଗୀତରେ ବିଶ୍ୱାସ ରଖୁଥିବା ଜଣେ ବ୍ୟକ୍ତି ବୋଲି ଦର୍ଶାଇଛନ୍ତି। ତେବେ ନିଜର ବିରୋଧୀ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ କଡ଼ା ସମାଲୋଚନା କରିଛନ୍ତି। ବିଜେପି ସାମ୍ପ୍ରଦାୟିକତାବାଦର ବାର୍ତ୍ତା ବାଣ୍ଟୁଛି ବୋଲି ମମତା ଦର୍ଶାଇଛନ୍ତି। ତେବେ କବିତା ଶେଷରେ ମମତା ବସୁଧୈବ କୁଟୁମ୍ବକମ ଲେଖି ସମସ୍ତଙ୍କୁ ସାହସ ରଖିବା ପାଇଁ କହିଛନ୍ତି।

ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗର ୪୨ ଲୋକସଭା ଆସନରୁ ବିଜେପି ୧୮ଟି ଆସନରେ ବିଜୟୀ ହୋଇଥିବା ବେଳେ ରାଜ୍ୟର ଶାସକ ଦଳ ଟିଏମସି ୨୨ଟି ଏବଂ କଂଗ୍ରେସ ୨ଟିରେ ବିଜୟୀ ହୋଇଛି। ୨୦୨୧ରେ ଏଠାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଜେପିର ସ୍ଥିତି ମଜଭୁତ ହେଉଥିବା ଦେଖି ଟିଏମସି ଏବେ ନୂଆ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।



from Odisha Reporter http://bit.ly/2M57LGa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages