
କଟକ (ଓଡ଼ିଶା ରିପୋର୍ଟର): କଟକ ମଧୁସୂଦନ ଲ’ କଲେଜ୍ର ଜଣେ ଆଇନ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଅଜିତ୍ ସେଠୀ। ତାଙ୍କ ଘର ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ।
ଅଜିତ୍ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। କଟକ ଯୋବ୍ରାର ରହେମାନ୍ ଛକ ସ୍ଥିତ ଲ’ ହଷ୍ଟେଲ୍ରେ ସେ ରହୁଥିଲେ। ତେବେ ଗତକାଲି ବିଳମ୍ୱିତ ରାତିରେ ହଷ୍ଟେଲ୍ ରୁମ୍ରେ ତାଙ୍କର ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା। ତାଙ୍କ ସହପାଠୀମାନେ ଏନେଇ ପୁଲିସ୍କୁ ଖବର ଦେଇଥିଲେ।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି। ସାଇଣ୍ଟିଫିକ୍ ଟିମ୍ ବି ଘଟଣାସ୍ଥଳରେ ତଦନ୍ତ କରିଛି।
from Odisha Reporter http://bit.ly/2WNsUWi
No comments:
Post a Comment