ସମଲିଙ୍ଗୀ ସଂପର୍କକୁ ସ୍ୱୀକାର କଲେ ଦୂତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ସମଲିଙ୍ଗୀ ସଂପର୍କକୁ ସ୍ୱୀକାର କଲେ ଦୂତୀ

dutee

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଧାବିକା ଦୂତୀ ଚାନ୍ଦ ସମଲିଙ୍ଗୀ ସଂପର୍କରେ (ସେମ୍ ସେକ୍ସ୍ ରିଲେସନ୍‌ସିପ୍‌) ଅଛନ୍ତି। ସେ ନିଜେ ଏକଥା ପ୍ରକାଶ କରିଛନ୍ତି। ‘ଦ ସଣ୍ଡେ ଏକ୍ସପ୍ରେସ୍‌’କୁ ଦେଇଥିବା ସାକ୍ଷାତକାରରେ ସେ ଏକଥା କହିଛନ୍ତି। ଆଉ ଏହା ସହିତ ଦୂତୀ ହେଉଛନ୍ତି ଭାରତର ପ୍ରଥମ ଆଥ୍‌ଲେଟ୍ ଯିଏ ଖୋଲାଖୋଲି ଭାବେ ସର୍ବସାଧାରଣରେ ପ୍ରକାଶ କରିଛନ୍ତି ଯେ, ସେ ସମଲିଙ୍ଗୀ ରିଲେସନ୍‌ସିପ୍‌ରେ ଅଛନ୍ତି।

ଦୂତୀ ତାଙ୍କ ଗାଁ ଚକ୍ର ଗୋପାଲପୁରର ଜଣେ ଝିଅ ସହିତ ସଂପର୍କରେ ଅଛନ୍ତି। ସେ ତାଙ୍କୁ ହିଁ ବିବାହ କରିବାକୁ ଚାହୁଁଛନ୍ତି। ତେବେ ସେ ତାଙ୍କ ନାଁ ପ୍ରକାଶ କରି ନାହାନ୍ତି। ତାଙ୍କ ନାଁ ପ୍ରକାଶ କଲେ ଅଯଥାରେ ସେ ସମସ୍ତଙ୍କ ଦୃଷ୍ଟିଆକର୍ଷଣ ହେବେ ବୋଲି ଦୂତୀ କହିଛନ୍ତି।

ttt‘ଦ ସଣ୍ଡେ ଏକ୍ସପ୍ରେସ୍‌’କୁ ସେ କହିଛନ୍ତି,“ମୁଁ ଜଣଙ୍କୁ ପାଇଛି ଯିଏ ମୋ ପାଇଁ ଉପଯୁକ୍ତ। ମୁଁ ସ୍ୱାଧୀନତାରେ ବିଶ୍ୱାସ କରେ। ଜଣେ ବ୍ୟକ୍ତି କାହା ସହିତ ରହିବ ତାହା ତା’ର ବ୍ୟକ୍ତିଗତ ସ୍ୱାଧୀନତା ବୋଲି ମୁଁ ବିଚାର କରେ। ଯେଉଁମାନେ ସମଲିଙ୍ଗୀ ରିଲେସନ୍‌ସିପ୍‌ରେ ରହିବାକୁ ଚାହାନ୍ତି, ମୁଁ ସବୁବେଳେ ସେମାନଙ୍କୁ ସମର୍ଥନ କରି ଆସିଛି। ତେବେ ବର୍ତ୍ତମାନ ମୁଁ ୱାର୍ଲ୍ଡ ଚାମ୍ପିଅନ୍‌ସିପ୍‌ ଓ ଅଲିମ୍ପିକ୍ ଗେମ୍‌ ଉପରେ ଧ୍ୟାନ ଦେଉଛି। କିନ୍ତୁ ଭବିଷ୍ୟତରେ ମୁଁ ତାଙ୍କ (ଜଣେ ମହିଳା) ସହିତ ଘର କରି ରହିବି।”

ସେ କହିଛନ୍ତି,“ଭଲ ପାଇବା ପାଇଁ ସମସ୍ତଙ୍କର ସ୍ୱାଧୀନତା ରହିବା ଉଚିତ୍ ବୋଲି ମୁଁ ମନେ କରେ। ଭଲ ପାଇବା ଠାରୁ ବଡ଼ ସ୍ୱତଃପ୍ରବୃତ୍ତ ଆବେଗ ଆଉ କ’ଣ ରହିଛି। ଏହାକୁ ଅଗ୍ରାହ୍ୟ କରାଯିବା ଉଚିତ୍ ନୁହେଁ। ସୁପ୍ରିମ୍‌କୋର୍ଟ ବି ଏନେଇ ରହିଥିବା ପୁରୁଣା ଆଇନ୍‌କୁ ଖାରଜ କରି ଦେଇଛନ୍ତି। ମୁଁ କାହା ସହିତ ଘର ସଂସାର କରିବି, ସେ ନେଇ କେହି ମତେ ଜଣେ ଆଥ୍‌ଲେଟ୍ ଦୃଷ୍ଟିକୋଣରୁ ବିଚାର କରିବା ଉଚିତ୍ ନୁହେଁ ବୋଲି ମୁଁ ମନେ କରେ। ଏହା ଏକ ବ୍ୟକ୍ତିଗତ ନିଷ୍ପତ୍ତି। ଏହାକୁ ସମ୍ମାନ ଦିଆଯିବା ଉଚିତ୍। ମୁଁ ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ପଦକ ଜିତି ଚାଲିବି।”

ସୂଚନାଯୋଗ୍ୟ, ୨୦୧୮ ଏସିଆନ୍ ଗେମ୍ସରେ ଦୂତୀ ଦୁଇଟି ରୌପ୍ୟ ପଦକ ଜିତିଥିଲେ। ସେ ଉଭୟ ୧୦୦ ଓ ୨୦୦ ମିଟର ଦୌଡ଼ରେ ଏହି ଦୁଇ ପଦକ ଜିତିଥିଲେ।



from Odisha Reporter http://bit.ly/2Qa9JU9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages