ଭାଇରାଲ୍‌ ହେଉଛି ବୁମ୍ରାଙ୍କ ଶାଣିତ ବୋଲିଂ ଶୈଳୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

ଭାଇରାଲ୍‌ ହେଉଛି ବୁମ୍ରାଙ୍କ ଶାଣିତ ବୋଲିଂ ଶୈଳୀ

ଲଣ୍ଡନ୍: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ତଥା ଦିନିକିଆ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ଥିବା ଯଶପ୍ରୀତ ବୁମ୍ରାଙ୍କ ବୋଲିଂ ଶୈଳୀର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଗତକାଲି ବାଂଲାଦେଶ ବିପକ୍ଷ ଅଭ୍ୟାସ୍‌ ମ୍ୟାଚ୍‌ରେ ବୁମ୍ରା ପକାଇଥିବା ଏକ ୟର୍କର ଦୃଶ୍ୟ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ବୁମ୍ରା ବାଂଲାଦେଶର ଅଭିଜ୍ଞ ଅଲରାଉଣ୍ଡର ସାକିବ-ଅଲ-ହାସନଙ୍କୁ ଏକ ୟର୍କର ପକାଇଥିଲେ। ଯାହାକୁ ସାକିବ୍‌ ବୁଝି ନ ପାରି ସିଧା କ୍ଲିନ୍‌ବୋଲ୍ଡ ହୋଇଯାଇଥିଲେ।

ପୁରୁଣା ବଲ୍‌ରେ ୟର୍କର ପକାଇବା ସହଜ। ହେଲେ ବୁମ୍ରା ନୂଆ ବଲରେ ୟର୍କର ପକାଇ ସମସ୍ତଙ୍କୁ ଜଳକା କରିଦେଇଛନ୍ତି। ଭାରତୀୟ ଇନିଂସର ୯ମ ଓଭର୍‌ର ୪ର୍ଥ ବଲ୍‌ରେ ବୁମ୍ରା ପ୍ରଥମେ ବାଂଲାଦେଶ ଓପନର ସୌମ୍ୟ ସରକାରଙ୍କୁ ଏକ ଆଉଟ୍‌ ସୁଇଂରେ ପ୍ୟାଭିଲିୟନ୍‌ ପଠାଇ ଦେଇଥିଲେ।

ଏହାର ପରବର୍ତ୍ତୀ ବଲ୍‌ ଖେଳିବାକୁ ସାକିବ ଆସିଥିଲେ। କିନ୍ତୁ ବୁମ୍ରା ତାଙ୍କୁ ୟର୍କର ବଲ୍‌ ପକାଇ ବୋଲ୍ଡ କରିଦେଇଥିଲେ। ଗତକାଲିର ଅଭ୍ୟାସ୍‌ ମ୍ୟାଚ୍‌ରେ ବୁମ୍ରା ୫ ଓଭର୍‌ରେ ୨୫ ରନ୍‌ ଦେଇ ୨ଟି ୱିକେଟ୍‌ ଦଖଲ କରିଛନ୍ତି।

ଦେଖନ୍ତୁ ଭିଡିଓ



from Odisha Reporter http://bit.ly/2wrY5es

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages